ETV Bharat / state

ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ ଅଭିଯୋଗ - କୋରାପୁଟ ଖବର

ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ପୁଣି ଥରେ ଫାଟ ଦେଖା ଦେଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ ତଥା ମନ୍ଦିର ପରିଚାଳନା ବିଷୟରେ ଆଲୋଚନା ନେଇ ଅନୁଷ୍ଠିତ ବୈଠକରେ କିଛି ସଦସ୍ୟ ସମସ୍ତଙ୍କ ଉପରେ ଜବରଦସ୍ତ ନିଷ୍ପତ୍ତି ଲଦି ଦେବାର ପ୍ରୟାସ କରୁଥିବା ମନ୍ଦିର ପରିଚାଳନା କମିଟିର ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ସେହି କହିଛନ୍ତି । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ

author img

By

Published : May 1, 2022, 10:04 AM IST

Updated : May 1, 2022, 2:24 PM IST

କୋରାପୁଟ : ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିରେ ପୁଣି ଥରେ ଫାଟ ଦେଖା ଦେଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ ତଥା ମନ୍ଦିର ପରିଚାଳନା ବିଷୟରେ ଆଲୋଚନା ନେଇ ଅନୁଷ୍ଠିତ ବୈଠକରେ କିଛି ସଦସ୍ୟ ସମସ୍ତଙ୍କ ଉପରେ ଜବରଦସ୍ତ ନିଷ୍ପତ୍ତି ଲଦି ଦେବାର ପ୍ରୟାସ କରୁଥିବା ମନ୍ଦିର ପରିଚାଳନା କମିଟିର ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ସେହି କହିଛନ୍ତି । ଗତ ଥର ଆୟୋଜିତ ରଥଯାତ୍ରାରେ ପ୍ରଥମ ଥର ପାଇଁ କୋରାପୁଟ ବଡ଼ ଦାଣ୍ଡରେ ତିନୋଟି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଗତ କମିଟି ଆରମ୍ଭ କରିଥିବା ଏକ ଐତିହାସିକ ପରମ୍ପରାକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି କେବଳ ଗୋଟିଏ ରଥ ନିର୍ମାଣ କରିବାର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ମନ୍ଦିର ପରିଚାଳନା କମିଟି ଉପସଭାପତି ।

ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ମନମୁଖୀ କାର୍ଯ୍ୟ ଅଭିଯୋଗ

ଏଥି ସହିତ ମନ୍ଦିର ଦ୍ଵାରା ପରିଚାଳିତ ଲଜିଂରେ ପର୍ଯ୍ୟଟକଙ୍କ ସଂଖ୍ୟା ଅତ୍ୟଧିକ ନଥିବା ବେଳେ ବିନା କୌଣସି ବିସ୍ତୃତ ଆଲୋଚନା ନ କରି ନୂତନ ଭାବେ 47ଟି ଟିଭି କିଣିବାର ନିଷ୍ପତ୍ତିକୁ ଦୃଢ ବିରୋଧ ହୋଇଛି । ବୈଠକର ଏକ ସଙ୍କଳ୍ପରେ ଗୋଟିଏ ରଥ ନିର୍ମାଣ ଓ 47ଟି ଟିଭି କିଣିବା ପାଇଁ ସମସ୍ତେ ସମ୍ମତ ଥିବା ଦର୍ଶାଇ ଏଥିରେ ସହମତ ନଥିବା ଦର୍ଶାଇ ସେଥିରେ ଦସ୍ତଖତ କରିବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କମିଟିର କିଛି ସଦସ୍ୟ ତାଙ୍କୁ ସଙ୍କଳ୍ପନାମାରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି କମିଟି ଉପସଭାପତି । ମନ୍ଦିର ପ୍ରତିଷ୍ଠା ସମୟରୁ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସିଥିବା ଯୋଗୁଁ ଅତ୍ୟନ୍ତ କ୍ଷୋଭର ସହ ସେହି ସଦସ୍ୟଙ୍କ ଚାପରେ ବାଧ୍ୟ ହୋଇ ଦସ୍ତଖତ କରିଥିଲେ ହେଁ ନିଜ ବିରୋଧକୁ ସେହି ସଙ୍କଳ୍ପ ସ୍ପଷ୍ଟ ଭାବେ ଲେଖି ନିଜ ସ୍ବାଭିମାନର ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପରିତ୍ୟାଗ କରି ଚାଲିଯାଇଥିବା ଜଣାଇଛନ୍ତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ।

ମନ୍ଦିର ପ୍ରତିଷ୍ଠା ସମୟରୁ ଜଣେ ସକ୍ରିୟ ସଦସ୍ୟ ଭାବେ ବର୍ଷ ବର୍ଷ ଧରି ମନ୍ଦିରର ବିକାଶରେ ନିଜକୁ ସମର୍ପିତ କରିଥିବା ମନ୍ଦିର ଉପସଭାପତି ଭଳି ଜଣେ ଅଭିଜ୍ଞ ତଥା ବୟସ୍କ ସଦସ୍ୟଙ୍କୁ ଏପରି ବ୍ୟବହାର ପ୍ରଦର୍ଶନକୁ କୋରାପୁଟ ସିଟିଜେନ ଟାସ୍କ ଫୋର୍ସର ଆବାହକ ଭବାନୀ ଶଙ୍କର ମିଶ୍ର ତୀବ୍ର ନିନ୍ଦା କରିଛନ୍ତି । କମିଟି ଉପସଭାପତି ପ୍ରତିକ୍ରିୟାକୁ ସମର୍ଥନ କରି ଚଳିତ ବର୍ଷ ରଥଯାତ୍ରାରେ ତିନୋଟି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେବା ପାଇଁ ଦାବି କରିଛନ୍ତି । ଏଥି ସହିତ ମନ୍ଦିର ପରିଚାଳନା କ୍ଷେତ୍ରରେ ଏକଚାଟିଆ ନିଷ୍ପତ୍ତି ନେବା ଓ ପରିଚାଳନାଗତ ସମସ୍ୟାରେ ଛନ୍ଦି ହୋଇପଡିଥିବା କମିଟି ମନ୍ଦିରର ପ୍ରତିଷ୍ଠିତ ନିୟମକୁ ଖାତିର ନ କରି ମନ ଇଚ୍ଛା ସଦସ୍ୟ ଗ୍ରହଣ କରିବା ଓ ମନ୍ଦିରର ଅର୍ଥର ଦୁର୍ବିନିଯୋଗ କରିଥିବା ମନ୍ଦିର ସହିତ ଅନେକ ବର୍ଷ ଧରି ସଂପୃକ୍ତ ରହି ସେବା ଯୋଗାଇ ଆସୁଥିବା ଭକ୍ତ ଅଜିତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି ।

ପରିଚାଳନା କମିଟିର ଏପରି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାଇଛନ୍ତି । ତେବେ ଏସବୁ ସମସ୍ୟାର ଉପଯୁକ୍ତ ତଦନ୍ତ କରାଯିବା ସହିତ ସାଧାରଣ ଭକ୍ତଙ୍କ ଠାରୁ ଅର୍ଥ ନେଇ କିଣା ଜାଇଥିବା କାଠରେ ତିନୋଟି ରଥ ନିର୍ମାଣ କରିବାର ଦାବି କରି କୋରାପୁଟ ସିଟିଯେନ୍ ଟାସ୍କ ଫୋର୍ସର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିବା ବେଳେ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରିବାର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 1, 2022, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.