ETV Bharat / state

ଚନ୍ଦ୍ରଯାନ-3ର ସଫଳତା ପରେ ବିଜ୍ଞାନ ପ୍ରତି ଆକର୍ଷିତ ଛାତ୍ରଛାତ୍ରୀ - ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀ

ନ୍ୟାସନାଲ ବୁକ୍ ଟ୍ରଷ୍ଟର ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଆରମ୍ଭ ହୋଇଛି । ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଆଗ୍ରହ ସୃଷ୍ଟି କରିଛି । ଅଧିକ ପଢନ୍ତୁ

book exhibition by national book trust
ପିଲାଙ୍କ ମଧ୍ୟରେ ପୁସ୍ତକ ପ୍ରତି ଆଗ୍ରହ
author img

By ETV Bharat Odisha Team

Published : Sep 20, 2023, 11:00 PM IST

ପିଲାଙ୍କ ମଧ୍ୟରେ ପୁସ୍ତକ ପ୍ରତି ଆଗ୍ରହ

କୋରାପୁଟ: ନ୍ୟାସନାଲ ବୁକ୍ ଟ୍ରଷ୍ଟର ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀରେ ହିନ୍ଦୀ , ଓଡ଼ିଆ ଓ ଇଂରାଜୀ ପୁସ୍ତକରେ ସୁସଜ୍ଜିତ ଭ୍ରାମ୍ୟମାଣ ପୁସ୍ତକ ସହରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଆଗ୍ରହ ସୃଷ୍ଟି କରିଛି । ବିଶେଷ କରି ପିଲାମାନେ ବିଜ୍ଞାନ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କିତ ପୁସ୍ତକ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏନେଇ କେନ୍ଦ୍ରୀୟ ବିଦ୍ୟାଳୟର ଲାଇବ୍ରେରିଆନ ମତ ରଖିଛନ୍ତି । ସେ କହିଛନ୍ତି, "ଗତ କିଛିଦିନ ପୂର୍ବେ ଇସ୍ରୋ ଦ୍ୱାରା ଚନ୍ଦ୍ରଯାନ- 3ର ସଫଳତା ପରେ ପିଲାଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ପୁସ୍ତକ ପ୍ରତି ଆଗ୍ରହ ବୃଦ୍ଧି ପାଇଛି ।"

ଶିକ୍ଷା ପାଇଁ ପ୍ରମୁଖ ଉପକରଣ ହେଉଛି 'ବହି'। କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ପିଢ଼ି ପରେ ପିଢ଼ିକୁ ନିଜ ଅସ୍ତିତ୍ଵ ଦ୍ବାରା ସଚେତନ କରି ଆସିଛି 'ବହି । ତେବେ ମୋବାଇଲ, କମ୍ପ୍ୟୁଟର , ଟାବ୍ଲେଟ୍ ଭଳି ଯାନ୍ତ୍ରିକ ଉପକରଣ ଆସିବା ପରେ କିଛି ବର୍ଷ ଧରି ଯୁବପିଢ଼ି ପୁସ୍ତକରୁ ମୁହଁ ଫେରାଇ ନେଉଥିବା ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଧୀରେ ଧୀରେ ଯୁବପିଢି ବହି ପଢିବା , ନିଜ ପାଇଁ ଓ ବନ୍ଧୁଙ୍କ ପାଇଁ ବହି ଟିଏ କିଣିବା ଓ ବାଣ୍ଟିବାକୁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । କୋମଳମତି ଶିଶୁଙ୍କଠାରୁ ଆରମ୍ଭ କରି ଯୁବକ ଯୁବତୀମାନେ ବହିକୁ 'ପ୍ରକୃତ ବନ୍ଧୁ' ବୋଲି କହୁଥିବାବେଳେ ଅନେକ ପାଠାଗାରରେ ବହି ପଢିବା ପାଇଁ ସମୟ ବିତାଉଥିବା ଦେଖିବାକୁ ମିଳୁଛି।

ଏହା ବି ପଢନ୍ତୁ...ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର କାହାଣୀ 'ଦ ଲାଷ୍ଟ ହିରୋସ'

ସେପଟେ ପିଲାଙ୍କ ମଧ୍ୟରେ ଏହିପରି ପରିବର୍ତ୍ତନ ପରିଲକ୍ଷିତ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। "ନିଜ ପାଠ୍ୟ ପୁସ୍ତକକୁ ମଧ୍ୟ ଅତି ଯତ୍ନର ସହକାରେ ବ୍ୟବହାର କରିବା ଓ ସାଇତି ରଖିବାର ଅଭ୍ୟାସ ଦେଖାଯାଇଛି" ବୋଲି ଏହି ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀର ପରିଚାଳକ ମତ ରଖିଛନ୍ତି । ତେବେ କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରେ ପାଠ୍ୟ ପୁସ୍ତକକୁ ଛାଡିଦେଲେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ ପାଇଁ ଅନ୍ୟାନ୍ୟ ପୁସ୍ତକର ଅଭାବ ଥିବା ନେଇ ମତ ପ୍ରକାଶ ପାଇଛି। ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷ କରି ଅନଲାଇନ ପୁସ୍ତକ ବଜାର ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଏନବିଟି ତରଫରୁ ଅଣାଯାଇଥିବା ଏହି ଭ୍ରାମ୍ୟମାଣ ପୁସ୍ତକ ପ୍ରଦର୍ଶନୀରେ ସେମାନଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ ବୋଲି ମତ ରଖିଛନ୍ତି ଛାତ୍ରଛାତ୍ରୀ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.