ETV Bharat / state

କୋରାପୁଟ କଫି ବଗିଚାରେ ବ୍ଲସମ ଡେ

author img

By

Published : Mar 16, 2020, 8:35 PM IST

Updated : Mar 16, 2020, 9:49 PM IST

ମାର୍ଚ୍ଚ ମାସର ପ୍ରଥମ ସପ୍ତାହର ବର୍ଷାରେ କଫି ବଗିଚାରେ ଫୁଟିଲା ଫୁଲ । ଏହି ସପ୍ତାହକୁ କଫି ଫୁଲର ବ୍ଲସମ ଦିବସ ଭାବେ ପାଳନ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Blossom Day in the coffee garden
କୋରାପୁଟ କଫି ବଗିଚାରେ ବ୍ଲସମ ଡେ

କୋରାପୁଟ: ଅସରାଏ ବର୍ଷା ପରେ କଫି ବଗିଚାରେ ଫୁଟିଲା ଫୁଲ । ଏହି ଦୃଶ୍ୟ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଚକରଲୀପୁଟ ଗାଁର କଫି ଚାଷୀ ସୁଶାନ୍ତ କୁମାର ପଣ୍ଡାଙ୍କ ପାଇଁ ଥିଲା ଆନନ୍ଦଭରା ମୁହୂର୍ତ୍ତ । ସୁଶାନ୍ତଙ୍କ ବିଶାଳ କଫି ବଗିଚାଟି ଧଳା ରଙ୍ଗର ଫୁଲର ଚାଦରରେ ଢାଙ୍କି ହୋଇଯାଇଥିଲା । କେବଳ ଏତିକି ନୁହେଁ ବଗିଚା ଭିତର ଓ ବାହାରର ଦୁନିଆରେ କଫି ଫୁଲର ମହକ ରଜନୀଗନ୍ଧା ଫୁଲର ଭ୍ରମ ସୃଷ୍ଟି କରିଥିଲା ।

କୋରାପୁଟ କଫି ବୋର୍ଡର ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତଙ୍କ କହିବାନୁଯାୟୀ ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟେ । ତେବେ ସବୁ ଅଞ୍ଚଳରେ ସମାନ ଭାବେ ବର୍ଷା ଜଳ ପାଇପାରୁନଥିବା ଯୋଗୁଁ ବିଭିନ୍ନ ବଗିଚାରେ ପ୍ରାୟ ସପ୍ତାହକ ମଧ୍ୟରେ କମ ବେଶୀ ଫୁଲ ଫୁଟିଥାଏ । ଯାହାକି ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଦିନ ହୋଇଥାଏ ।

କୋରାପୁଟ କଫି ବଗିଚାରେ ବ୍ଲସମ ଡେ

ଓଡିଶା ସରକାର ଏହି ସପ୍ତାହକୁ କଫି ଫୁଲର ବ୍ଲସମ ଦିବସ ଭାବେ ପାଳନ କରିପାରିଲେ କଫି ଉଦ୍ୟୋଗୀଙ୍କ ସହ ପର୍ଯ୍ୟଟକ ମଧ୍ୟ ଆନନ୍ଦରେ ପ୍ରକୃତିର ଉପହାରକୁ ଗ୍ରହଣ କରିପାରିଥାନ୍ତେ ବୋଲି ସେ ମତ ରଖିଛନ୍ତି । ସେହିପରି କଫି ଫୁଲ ଫୁଟିବା ପାଇଁ ମାର୍ଚ୍ଚ ମାସରେ କୋରାପୁଟ ଜିଲ୍ଲାରେ ହେଉଥିବା ବୃଷ୍ଟିପାତର ଅନିୟମିତତା ଯୋଗୁଁ ସରକାରଙ୍କ ତରଫରୁ ସ୍ପ୍ରିଂକଲର ଦ୍ବାରା ଜଳସେଚନ କରିବା ପାଇଁ ସହାୟତାର ହାତ ବଢ଼ାଇଲେ ଠିକ ସମୟରେ କଫି ଫୁଲ ଫୁଟିପାରନ୍ତା ଏବଂ ଉନ୍ନତ ମାନର କଫି ଉତ୍ପାଦନ ହୋଇପାରନ୍ତା ବୋଲି କଫି ଉଦ୍ୟୋଗୀ ସୁଶାନ୍ତ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Mar 16, 2020, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.