ETV Bharat / state

ବାଜିଲା ଖବର ଚେଇଁଲା ପ୍ରଶାସନ, ଚାକିରି ପାଇଲେ ଦୃଷ୍ଟିବାଧିତ କ୍ରିକେଟର ସୁଖରାମ - ଦୃଷ୍ଟିବାଧିତ କ୍ରିକେଟର ସୁଖରାମ

ଦିନେ ଆନ୍ତର୍ଜାତିକ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି କୋରାପୁଟ ତଥା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ସୁଖରାମ ମାଝୀ ଆର୍ଥିକ ଅନାଟନର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ସ୍ପର୍ଟ୍ସ କୋଟାରେ ଦୃଷ୍ଟିହୀନ କ୍ରିକେଟର ସୁଖରାମକୁ ମିଳିଲା ସରକାରୀ ଚାକିରୀ

author img

By

Published : Sep 10, 2022, 10:41 AM IST

କୋରାପୁଟ: ଦିନେ ଆନ୍ତର୍ଜାତିକ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି କୋରାପୁଟ ତଥା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବ ପାଲଟିଥିବା ସୁଖରାମ ମାଝୀ ଆର୍ଥିକ ଅନାଟନର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସ୍ପୋର୍ଟ୍ସ କୋଟାରେ ସୁଖରାମ ମାଝୀ ସରକାରୀ ଚାକିରି ପାଇଛନ୍ତି ।

ସ୍ପର୍ଟ୍ସ କୋଟାରେ ଦୃଷ୍ଟିହୀନ କ୍ରିକେଟର ସୁଖରାମକୁ ମିଳିଲା ସରକାରୀ ଚାକିରୀ

ସୁଖରାମଙ୍କୁ କୋରାପୁଟ ବ୍ଲକର ଉମୂରୀ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫିସ ଆସିଷ୍ଟାଣ୍ଟ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କୋରାପୁଟ ଜିଲ୍ଲାରେ ଦୃଷ୍ଟିବାଧିତ କ୍ରୀଡାବିତଙ୍କୁ କ୍ରୀଡା କୋଟାରେ ସରକାରୀ ଚାକିରି ମିଳିଥିବା ପ୍ରଥମ ବ୍ୟକ୍ତି ଭାବେ ଉଦାହରଣ ସାଜିଛନ୍ତି ସୁଖରାମ । କ୍ରୀଡା କୋଟାରେ ତାଙ୍କୁ ସରକାର ଏକ ସ୍ଥାୟୀ ଚାକିରିରେ ନିୟୋଜିତ କରିବା ଫଳରେ ପାଠ ସହିତ କ୍ରୀଡାର ମାନ୍ୟତା ରହିଛି ତାହା ପ୍ରମାଣିତ ହୋଇଥିବା ସୁଖରାମ ମତ ରଖିଛନ୍ତି । ଏହି ଦିଗରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ କ୍ରୀଡା ସହ ପାଠ ପଢ଼ିବା ଉପରେ ଗୁରୁତ୍ବ ପ୍ରଦାନ କଲେ ସେମାନେ ମଧ୍ୟ କର୍ମସଂସ୍ଥାନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସୁଖରାମ କହିଥିଲେ ।

କୋରାପୁଟ ଶୁକ୍ରିଗୁଡ଼ା ଗ୍ରାମରେ ନିଜ କୁଡ଼ିଆରେ ରହୁଥିବା ପରିବାର ଖର୍ଚ୍ଚ ବହନ କରିବା ପାଇଁ ଛୁଟି ହେଲେ ଗାଁକୁ ଆସି ଅନ୍ୟର ବିଲରେ କାମ କରିବା ଭଳି କାର୍ଯ୍ୟ କରି ମାଆଙ୍କ ସହିତ ଦୁଇ ପଇସା ଅର୍ଜନ କରିବା ପାଇଁ ବାଧ୍ୟ ହେଉଥିଲେ ସୁଖରାମ । ସେ ଆର୍ଥିକ ଅନାଟନର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ପୋର୍ଟ୍ସ କୋଟାରେ ସୁଖରାମ ମାଝୀ ସରକାରୀ ଚାକିରି ଦେଇଛନ୍ତି ସରକାର । ଏହା ସହିତ ସେ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଇଂରାଜୀରେ ସ୍ନାତକୋତ୍ତର କରିଛନ୍ତି ସୁଖରାମ ।

ଏନେଇ ସୁଖରାମ କହିଛନ୍ତି, "ବହୁତ ଖୁସି ଲାଗୁଛି । ଖେଳୁଥିବା ସମୟରେ ମ୍ୟାଚ ଫି କିମ୍ବା ମାସିକ ବେତନ ସେମିତି କିଛି ମିଳୁ ନଥିଲା । ତେବେ ଖେଳୁଥିବା ସମୟରେ ପାଠବି ପଢୁଥିଲି । ତେଣୁ ଆର୍ଥିକ ଅସୁବିଧା ଦେଇ ଗତି କରୁଥିଲି । ଏବେ ସରକାରରଙ୍କ ତରଫରୁ ସ୍ପୋର୍ଟ୍ସ କୋଟାରେ ଆମ ପଞ୍ଚାୟତରେ ଚାକିରି ମିଳିଛି । ଲୋକମାନେ କହୁଥିଲେ ତମେ ଖେଳୁଛ, କିଛି ରୋଜଗାର ପାଉନ ଅନ୍ୟ କିଛି କାମ କରିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ ସେମାନେ ମଧ୍ୟ ଖୁସି ହେଉଥିବେ" ବୋଲି ସୁଖରାମ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ "ସେମାନେ ଭାବୁଥିବେ ଯାହା ହେଉ ଆମେ କହୁଥିବା ସତ୍ତ୍ବେ ସୁଖରାମ ଖେଳରେ ରହି ଆଜି ସରକାରୀ ଚାକିରି ପାଇଛି । ମୁଁ ଦୃଷ୍ଟିବାଧିତ ହୋଇ ଆଜି କୋରାପୁଟ ଜିଲ୍ଲାରେ ଉଦାହରଣ ପାଲଟିଛି । ତାଙ୍କ ପାଇଁ ମୁଁ ଆଜି ପ୍ରେରଣା ସାଜିଛି । ଦୃଷ୍ଟିବାଧିତ ହୋଇ ମଧ୍ୟ ପାଠପଢି, ଖେଳି ଆଜି ସରକାରୀ ଚାକିରି ପାଇଛି । ଖାଲି ଖେଳିଲେ ହେବନି ଏଥିପାଇଁ ପାଠ ମଧ୍ୟ ପଢିବା ଦରକାର । ଖେଳ ସହିତ ପାଠର ମଧ୍ୟ ଯୋଗ୍ୟତା ରହିଥିବା ଦରକାର ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.