ETV Bharat / state

କୋରାପୁଟ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

author img

By ETV Bharat Odisha Team

Published : Sep 16, 2023, 2:15 PM IST

ଆଜି କୋରାପୁଟରେ ମୋ ମାଟି ଓ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିବେ ବିଜେପି ରାଜ୍ୟ ସଭାପତି । ଅଧିକ ପଢନ୍ତୁ

bjp state president manmohan samal visit koraput

କୋରାପୁଟ: ଜିଲ୍ଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସରକାର ଲିଜରେ ଚାଲିଥିବା ବେଳେ ରାଜନୈତିକ ବ୍ୟବସ୍ଥା ନାହିଁ । ସରକାର ସବୁ କ୍ଷେତ୍ରରେ ବିଫଳ । ଏଭଳି ପରିସ୍ଥିତିରେ ଜନ ସାଧାରଣ ହଇରାଣ ହେଉଛନ୍ତି । ବିକାଶ କ୍ଷେତ୍ରରେ ବହୁ ପଛରେ ଓଡ଼ିଶା ରହିଛି । ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ସତ୍ତ୍ବେ ସରକାର କୌଣସି କାର୍ଯ୍ୟ କରୁ ନାହାନ୍ତି । କୋରାପୁଟ ଜିଲ୍ଲାରେ ଖଣି ଖାଦାନ ହେଉ ବା ସ୍ୱାସ୍ଥ୍ୟ , ଶିକ୍ଷା ଓ ରୋଜଗାରର କଥା ହେଉ, ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କଲେ ସବୁକିଛି ଲୋକାଭିମୁଖୀ ବିକାଶ ସମ୍ଭବ ହେବ । ଅଗଣତାନ୍ତ୍ରିକ ବ୍ୟବସ୍ଥା ଓଡିଶାରେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ପାରିବନି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କୋରାପୁଟ ଗସ୍ତ ସମୟରେ କହିଛନ୍ତି ।

ଦୁଇ ଦିନିଆ ରାୟଗଡା ଜିଲ୍ଲା ଗସ୍ତ ଶେଷ କରିବା ପରେ ଗତ ସନ୍ଧ୍ୟାରେ କୋରାପୁଟରେ ଆସି ପହଞ୍ଚିଥିଲେ ବିଜେପି ରାଜ୍ୟ ସଭାପତି। ଏଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ମାନେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ଟାଉନ୍ ହଲ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳୀୟ କର୍ମୀଙ୍କୁ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଗୁରୁମନ୍ତ୍ର ଦେଇଥିଲେ । ତୃଣମୂଳ ସ୍ତରକୁ ଯାଇ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ ମନମୋହନ । ଏଠାରେ ରାତ୍ରୀ ଯାପନ କରିବା ପରେ ଆଜି ସକାଳୁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଜୟପୁର ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ପାଇଁ କୋରାପୁଟ ଗସ୍ତ କରିଛନ୍ତି ମନମୋହନ । ଆଜି ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରିବେ ।

ଏହା ମଧ୍ୟ ପଢନ୍ତୁ-ମନମୋହନଙ୍କ ଦୃଢୋକ୍ତି, ଏଥର ଓଡିଶାରେ ବିଜେପି ସରକାର

ରାୟଗଡା ଗସ୍ତ ସମଯରେ ବିଭିନ୍ନ କାର୍ଯକ୍ରମରେ ଯୋଗ ଦେଇଥିଲେ ବିଜେପି ରାଜ୍ୟ ସଭାପତି ।‌ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ଯାଇ ଜିଲ୍ଲାର 3 ଟି ନିର୍ବାଚନ ମଣ୍ଡଳୀ ଯଥା ଗୁଣୁପୁର, ବିଷମକଟକ, ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ମନମୋହନ ସାମଲ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.