ETV Bharat / state

ଓଡିଶାର ବିକାଶ ପାଇଁ କେବଳ ବିଜେପି ହିଁ ଏକମାତ୍ର ବିକଳ୍ପ: ମୋଦି - bjp govt

କୋରାପୁଟର ଜୟପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଏହା କହିଛନ୍ତି ମୋଦି । ଉଭୟ ରାଜ୍ୟ ଏବଂ କେନ୍ଦ୍ରର ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଏଥିପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ଦର୍ଶାଇଛନ୍ତି ସେ।

ଫଟୋ ସୌଜନ୍ୟ: ଟ୍ୱିଟର@@BJP4Odisha
author img

By

Published : Mar 29, 2019, 1:52 PM IST

କୋରାପୁଟ: ଓଡିଶାର ବିକାଶ ପାଇଁ ବିଜେପି ଦୃଢ ପ୍ରତିଶୃତିବଦ୍ଧ । ଏଥିପାଇଁ ଥରେ ସୁଯୋଗ ଦିଅ । ସରକାରକୁ ଆସିଲେ ରାଜ୍ୟକୁ ଦ୍ରୁତ ବିକାଶ ପଥରେ ଆଗେଇ ନିଆଯିବ । 2019 ନିର୍ବାଚନରେ ବିଜେପିକୁ କ୍ଷମତାସୀନ କରିବା ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କୋରାପୁଟର ଜୟପୁର ଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଏହା କହିଛନ୍ତି ମୋଦି । ଉଭୟ ରାଜ୍ୟ ଏବଂ କେନ୍ଦ୍ରର ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଏଥିପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ଦର୍ଶାଇଛନ୍ତି ସେ।

ଆସନ୍ତା 2019 ଲୋକସଭା ନିର୍ବାଚନର ପ୍ରଚାର ରାଜ୍ୟର ଶାବର ଶୀକ୍ଷେତ୍ର ଭାବେ ଜଣାଶୁଣା କୋରାପୁଟର ଆରମ୍ଭ କରିଛନ୍ତି । "ଜୟ ଜଗନ୍ନାଥ ", " ଆପଣ ମାନେ କେମିତି ଅଛନ୍ତି " ରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଗାମୀ ଚଇତିପର୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଭିଡିଓ ସୌଜନ୍ୟ: ANI

ରାଜ୍ୟର ବିକାଶ ପ୍ରସଙ୍ଗରେ ବିଜେଡି ଉପରେ ଜୋରଦାର ଆକ୍ରମଣ କରିଛନ୍ତି ସେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଆୟଷ୍ମାନ ଭାରତ ଯୋଜନାର ଲାଭ ଉଠାଇବାରୁ ସାଧାରଣ ଲୋକ ବଞ୍ଚିତ ହେବା ପ୍ରସଙ୍ଗରେ ବିଜେଡି ସରକାର ଦାୟୀ ବୋଲି ଖୋଲାଖୋଲି ଭାବେ ଜଣାଇ ଦେଇଛନ୍ତି। ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ପାଣ୍ଠିର ବିନିଯୋଗ ନ ହୋଇପାରିବା ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ଜଣାଇ ଦେଇଛନ୍ତି।

ରାଜ୍ୟର କୃଷକଙ୍କ ଆଗରେ ଓଡିଶା ସରକାର ପାଚେରୀ ଭଳି ଛିଡା ହୋଇଛନ୍ତି। ସମଗ୍ର ଦେଶରେ 12 କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ମିଳିଥିବା ବେଳେ ଓଡିଶା ଏଥିରୁ ବଞ୍ଚିତ ହୋଇଛି। ସମାନ କାରଣ ଯୋଗୁଁ ଆୟଷ୍ମାନ ଭାରତ ଯୋଜନାର ସୁବିଧାରୁ ପାଇବାରୁ ବଞ୍ଚିତ ହୋଇଛନ୍ତିଲୋକେ । ରାଜ୍ୟର ବିକାଶ ପାଇଁ ବିଜେପିକୁ ସରକାର ଗଢିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଈଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.