ETV Bharat / state

ରାଜନୀତିରେ ସାବାଳକ ହୋଇନାହାଁନ୍ତି ପୃଥ୍ୱୀରାଜ, କଟାକ୍ଷ କଲା ବିଜେଡି

ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ମାମଲାରେ ବିଜେପି ନେତା ପୃଥ୍ୱୀରାଜଙ୍କୁ ଟାର୍ଟେଟ କଲା ବିଜେଡି । ରାଜନୀତିରେ ସାବାଳକ ପ୍ରାପ୍ତ ହୋଇନଥିବା ପୃଥ୍ୱୀରାଜଙ୍କୁ ଓଡ଼ିଶାରେ କେହି ଜଣେ ମଧ୍ୟ ଗୁରୁତ୍ୱର ସହ ନିଅନ୍ତି ନାହିଁ କହି କଟାକ୍ଷ କଲେ ବିଜେଡି । ଅଧିକ ପଢ଼ନ୍ତୁ

author img

By

Published : May 8, 2023, 10:46 PM IST

ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି ପୃଥ୍ୱୀରାଜ: ବିଜେଡି

ଭୁବନେଶ୍ବର: ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇପାରନ୍ତି ବିଜେପି ନେତା । ଖୁବଶୀଘ୍ର ଆନ୍ଧ୍ରରେ ରୁଜୁ ହେବାକୁ ଯାଉଛି ଫୌଜଦାରୀ ମାମଲା । ବିଧାନ ପରିଷଦ ସଦସ୍ୟ କରାଇବାକୁ କହି ଆଦାୟ ହୋଇଛି ଅର୍ଥ । ଏନେଇ ଓଡିଶା ବିଜେପିକୁ ସତର୍କ କରାଇଛନ୍ତି ବିଜେଡି ପ୍ରବକ୍ତା ତୁମ୍ବନାଥ ପଣ୍ଡା । ରାଜନୈତିକ ମନ୍ତବ୍ୟ ଦେବାରୁ ବିବାଦୀୟ ନେତାଙ୍କୁ ଦୂରେଇ ରଖିବାକୁ ବିଜେପିକୁ ପରାମର୍ଶ ଦେଇଛନ୍ତି ତୁମ୍ବନାଥ । ଏହା ସହ ପୃଥ୍ୱୀରାଜଙ୍କୁ ଆନ୍ଧ୍ର ମଡ଼େଲ ମନେ ପକାଇ କଟାକ୍ଷ କରିଛି ବିଜେଡି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚୁପ ହୋଇ ବସି ହେବନି: ପଶ୍ଚିମବଙ୍ଗ ରାଜ୍ୟପାଳ

ତୁମ୍ବନାଥ କହିଛନ୍ତି, ‘‘ପୃଥ୍ୱୀରାଜ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି । ଏଯାଏଁ ରାଜନୀତିରେ ସାବାଳକ ପ୍ରାପ୍ତ ହୋଇନଥିବା ପୃଥ୍ୱୀରାଜଙ୍କୁ ଓଡ଼ିଶାରେ କେହି ଜଣେ ମଧ୍ୟ ଗୁରୁତ୍ୱର ସହ ନିଅନ୍ତି ନାହିଁ । ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି ବୋଲି ପ୍ରଶ୍ନ କରୁଥିବା ପୃଥ୍ୱୀରାଜ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଆନ୍ଧ୍ର ମଡେଲ ମଧ୍ୟ ରହିଛି । ଯେଉଁ ମଡେଲରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ ହୋଇଛି । ଶୁଣିବାକୁ ମିଳୁଛି, ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି । ଏଥିରେ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି ।’’

ଅଧିକ ପଢ଼ନ୍ତୁ: Nitish-Naveen Meet: ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି: ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, ‘‘୨୩ ବର୍ଷ ହେଲା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇ ଆସୁଥିବା ନବୀନଙ୍କୁ ସମାଲୋଚନା କରିବା ଯୋଗ୍ୟତା ବାରମ୍ଵାର ପ୍ରତ୍ୟାଖ୍ୟାତ ହୋଇ ଆସୁଥିବା ଓଡ଼ିଶା ବିରୋଧୀ ନେତାଙ୍କର ନାହିଁ । ଓଡ଼ିଶା ବିଜେପିର କାର୍ଯ୍ୟଶୈଳୀ ଦେଖି ଲାଗୁଛି, ବୋଧହୁଏ ଦଳର ରାଜ୍ୟ ସଂଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି । ଯିଏ ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ । ନହେଲେ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡ଼ି ନଥାନ୍ତେ । ତେଣୁ ଓଡ଼ିଶା ବିଜେପିକୁ ଆମର ପରାମର୍ଶ, ଆଗକୁ ସେମାନେ ଏ ନେଇ ସତର୍କ ରୁହନ୍ତୁ ।’’

ଅଧିକ ପଢ଼ନ୍ତୁ: 'ଖଣି ଲୁଟ ହେଲେ କେତେ, ମହାନଦୀରେ ପାଣି ଆସିଲେ କେତେ କାହାର କିଛି ଯାଏ ଆସେ ନାହିଁ'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.