ETV Bharat / state

ଆୟୋଜିତ ହେଲା ବିପର୍ଯ୍ୟୟ ମୁକାବିଲା କର୍ମଶାଳା - UNDP

ବିପର୍ଯ୍ୟୟ ମୁକାବିଲା ପାଇଁ କୋରାପୁଟରେ ଆୟୋଜିତ ହୋଇଛି ଆଞ୍ଚଳିକ କର୍ମଶାଳା । OSDMA ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି କର୍ମଶାଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 16, 2019, 5:08 PM IST

କୋରାପୁଟ: ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ(OSDMA) କୋରାପୁଟରେ ଏକ ଆଞ୍ଚଳିକ କର୍ମଶାଳା ଆୟୋଜିତ କରିଛି । ୟୁନିସେଫ , ଅକ୍ସଫାମ ଓ ୟୁଏନଡିପି ସହଯୋଗରେ ଏହି କର୍ମଶାଳା ଆୟୋଜିତ କରାଯାଇଛି । କୋରାପୁଟ , ନବରଙ୍ଗପୁର , ମାଲକାନଗିରି , ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆପାତକାଳୀନ ଅଧିକାରୀ , ଓଏସଡିଏମଏ ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ସଂସ୍ଥା ଆଦି ଯୋଗ ଦେଇଥିଲେ । ଏହି ଏକଦିବସୀୟ କର୍ମଶାଳାକୁ କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଓଡିଶା ଆପାତକାଳୀନ ସହାୟତା ପ୍ରଦାନ କରିବା ଓ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହୋଇଛି । ଏହାସହ ବିଶ୍ବର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଓଡ଼ିଶାର ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ଡକ୍ଟର ଟୁଡୁ ମତ ରଖିଥିଲେ । କର୍ମଶାଳାରେ ହୋଇଥିବା ଆଲୋଚନା ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କରିବାର ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓଏସଡିଏମଏ ର ମୁଖ୍ୟ ପରିଚାଳକ ପ୍ରଦୀପ କୁମାର ନାୟକ ଆଶା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଓଡ଼ିଶାର ବିପର୍ଯୟ ପ୍ରଶମନ ଯୋଜନା ପ୍ରସ୍ତୁତି କରିବା ପାଇଁ ଓଏସଡିଏମଏ ଆନୁକୂଲ୍ୟରେ ୟୁନିସେଫ , ଅକ୍ସଫାମ ଓ ୟୁଏନଡିପି ସହଯୋଗରେ କୋରାପୁଟରେ ଏକ ଆଞ୍ଚଳିକ କର୍ମଶାଳା ଆୟୋଜିତ ହୋଇଯାଇଛି । କୋରାପୁଟ , ନବରଙ୍ଗପୁର , ମାଲକାନଗିରି , ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆପାତକାଳୀନ ଅଧିକାରୀ , ଓଏସ୍ଡ଼ିଏମଏ ର କର୍ମକର୍ତା ଓ ଅନ୍ୟାନ୍ୟ ସମ୍ବନ୍ଧିତ ସଂସ୍ଥା ଯୋଗ ଦେଇଥିବା ଏହି ଏକଦିବସୀୟ କର୍ମଶାଳାକୁ କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ ଉଦ୍ଘାଟନ କରିଥିଲେ । Body:ଓଡିଶା ଆପାତକାଳୀନ ସହାୟତା ପ୍ରଦାନ କରିବା ଓ ପରିସ୍ଥିତିକୁ ମୁକାବିଲା କରିବାରେ ସକ୍ଷମ ହୋଇଥିବା ବେଳେ ବିଶ୍ବର ବିଭିନ୍ନ ସ୍ଥାନରେ ବ୍ୟବହୃତ ହେଉଥିବା ଉନ୍ନତ ଧରଣର ବ୍ୟବସ୍ଥା ସମ୍ପର୍କରେ ଚର୍ଚ୍ଚା କରି ଓଡ଼ିଶାର ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ଡକ୍ଟର ଟୁଡୁ ମତରଖିଥିଲେ ।Conclusion:ଆଜିର ଆଲୋଚନା ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କରିବାର ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓଏସଡିଏମଏ ର ମୁଖ୍ୟ ପରିଚାଳକ ପ୍ରଦୀପ କୁମାର ନାୟକ ଆଶା ବାନ୍ଧିଛନ୍ତି ।
........
Byte : Pradeep Kumar Nayak , GM , OSDMA
........
,
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.