ETV Bharat / state

ନାଲକୋ ବିସ୍ଥାପିତଙ୍କ ସମସ୍ୟା କଥା ଉଠାଇବେ ଭୃଗୁ ବକ୍ସିପାତ୍ର

author img

By

Published : Jul 17, 2021, 7:54 AM IST

ବିସ୍ଥାପିତଙ୍କ ସମସ୍ୟାକୁ ନେଇ ମୁହଁ ଖୋଲିଲେ ବିଜେପି ନେତା । ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବିସ୍ଥାପିତ ପରିବାର । ଅଧିକ ପଢନ୍ତୁ...

ନାଲକୋ ବିସ୍ଥାପିତଙ୍କ ସମସ୍ୟାକୁ ନେଇ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ଭୃଗୁ ବକ୍ସିପାତ୍ର

କୋରାପୁଟ: ଦାମନଯୋଡିରେ ନାଲକୋର ପ୍ରତିଷ୍ଠା ହେବା ଫଳରେ ନିଜର ଚାଷଜମି ଓ ଘର ହରାଇ ବିସ୍ଥାପିତ ହୋଇଥିବା ପରିବାରଙ୍କ ଚାକିରି ସଂରକ୍ଷଣ ଦାବିରେ ଗତ ଏପ୍ରିଲ 17ରେ ନାଲକୋ ଖଣିରେ ରାସ୍ତା ଅବରୋଧ କରାଯାଇଥିଲା ଯାହା ଫଳରେ କି ଦୀର୍ଘ ୪ଦିନ ଖଣି ଖନନ ବନ୍ଦ କାର୍ଯ୍ୟ ବନ୍ଦ ରହିଥିଲା । ପରବର୍ତ୍ତୀ ସମୟରେ ସେହି ମାସ 21ରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବରିଷ୍ଠ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତି ରେ ବିସ୍ଥାପିତ ପରିବାର ଓ ନାଲକୋ ପ୍ରଶାସନ ମଧ୍ୟରେ ଆଲୋଚନା କରାଯାଇଥିଲା ।

ବିସ୍ଥାପିତ ମାନଙ୍କର ୧୪ ଗୋଟି ଦାବି ମଧ୍ୟରୁ ବିଧବା ଚାକିରି ଯେତିକି ଅଛି ୧୫ ଦିନ ଭିତରେ ପୂରଣ କରିବା, ଓ ଅନ୍ୟାନ୍ୟ ମୌଳିକ ସୁବିଧା (ବିସ୍ଥାପିତ ମାନଙ୍କୁ ମେଡିକାଲ୍, ପାନୀୟଜଳ, ଶିକ୍ଷା) ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ନାଲକୋ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିବା ନେଇ ବିସ୍ଥାପିତ ପରିବାରର ସଦସ୍ୟମାନେ ଜଣାଇଛନ୍ତି ।

କିନ୍ତୁ ପ୍ରତିଶୁତି ଦେବାର ୩ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରୁନଥିବା ଅଭିଯୋଗ ହୋଇଛି । ନାଲକୋ ବିସ୍ଥାପିତଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଆନ୍ଦୋଳନରେ ଯୋଗ ଦେବା ସହ ବିସ୍ଥପିତ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏନେଇ ବିସ୍ତୃତ ଭାବେ ଆଲୋଚନା କରିବା ପରେ ଏହି ସବୁ ସମସ୍ୟାର ସମାଧାନ କରିବାର ଦାୟିତ୍ଵ ନାଲକୋର ଥିବା ବେଳେ ସେମାନେ ସମସ୍ୟାକୁ କେନ୍ଦ୍ର ସରକାରଙ୍କ ଉପରକୁ ଠେଲିଦେଇ ନିଜେ ଖସିଯିବା ପାଇଁ ଉଦ୍ୟମ କରୁଥିବା ଶ୍ରୀ ବକ୍ସିପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସେ ନିଜେ ନାଲକୋ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.