ETV Bharat / state

ଭାରତମାଳା ସଡ଼କ ଯୋଜନା, ଗ୍ରାମବାସୀଙ୍କ ଦାବି ପୂରଣ କଲେ ମିଳିବ ଜମି - କ୍ଷତିପୂରଣ

କୋରାପୁଟରେ ଭାରତମାଳା ସଡ଼କ ଯୋଜନା ପାଇଁ ଅଧିକ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଭାରତମାଳା ସଡ଼କ ଯୋଜନା, ଅଧିକ କ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

author img

By

Published : Aug 17, 2021, 3:59 PM IST

କୋରାପୁଟ: ଭାରତମାଳା ସଡକ ଯୋଜନାରେ ଅଧିକ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ଏକର ପିଛା 2 ଲକ୍ଷ ଟଙ୍କାର କ୍ଷତିପୂରଣର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଅଧିକ ଅର୍ଥ ଦାବି କରିଛନ୍ତି ।

ଭାରତମାଳା ସଡ଼କ ଯୋଜନା, ଅଧିକ କ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

ସେମିଳିଗୁଡା ବ୍ଲକ ଅନ୍ତର୍ଗତ ହାଟଗୁଡା, କୁନ୍ଦୁଲି, ଦଳେଇଗୁଡା ଓ ପାକଝୋଲା ପଞ୍ଚାୟତରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ପ୍ରସ୍ତାବିତ ଭାରତମାଳା ରାସ୍ତା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ଗ୍ରାମବାସୀ । ଏହି ଅଞ୍ଚଳରେ ବର୍ଷ ତମାମ ବିଭିନ୍ନ ପନିପରିବା ଚାଷ କରି ଲୋକେ ପ୍ରତିବର୍ଷ ଏକରଟିଏ ଜାଗାରୁ 6ରୁ 8 ଲକ୍ଷ ଟଙ୍କା ଆୟ କରୁଛନ୍ତି ।

ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ରରେ ପ୍ରତି ଏକର ପିଛା ଅନ୍ତତଃ ପକ୍ଷେ 6 ରୁ 8 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛି । ଦାବି ପୂରଣ ନ ହେଲେ ରାସ୍ତା ପାଇଁ ଜମି ଦେବେ ନାହିଁ ବୋଲି ଏହି ସମସ୍ତ ଗାଁର ଅଧିବାସୀ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.