କୋରାପୁଟ : ଏପିଏସଆରଟିସି (APSRTC) ବସ ଦୁର୍ଘଟଣାଗ୍ରସ୍ତ। ଆଜି (ବୁଧବାର) କୋରାପୁଟ ଦାମନଯୋଡିରୁ ବିଶାଖାପାଟଣା ଯାଉଥିବା ଏପିଏସଆରଟିସି ବସ ପଟ୍ଟାଙ୍ଗୀ ନିକଟସ୍ଥ ମାଲିପୁଟରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ରାସ୍ତା କଡ ଏକ ଗଛରେ ପିଟି ହୋଇଛି ବସ । ଏ ଦୁର୍ଘଟଣାରେ ବସର କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ଦଶ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି ବ୍ରେକ ଫେଲ ହେବା ଯୋଗୁଁ ଭାରସାମ୍ୟ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ