ETV Bharat / state

କୋଟିଆ ପଞ୍ଚାୟତରେ ପଇଁତରା ମାରୁଛି ଆନ୍ଧ୍ର ପୋଲିସ

author img

By

Published : Sep 8, 2021, 7:03 AM IST

କୋଟିଆର ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସହାୟତା ଦେବାକୁ ପଇଁତରା ମାରୁଛି ଆନ୍ଧ୍ର ପୋଲିସ । ସେପଟେ ଦୁଇ ରାଜ୍ୟ କୋଟିଆକୁ ସମସ୍ତ ସହାୟତା ପହଞ୍ଚାଇବାରେ କାଳବିଳମ୍ବ କରୁନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କୋଟିଆ ପଞ୍ଚାୟତରେ ପଇଁତରା ମାରୁଛି ଆନ୍ଧ୍ର ପୋଲିସ
କୋଟିଆ ପଞ୍ଚାୟତରେ ପଇଁତରା ମାରୁଛି ଆନ୍ଧ୍ର ପୋଲିସ

କୋରାପୁଟ: କୋଟିଆରେ ପଇଁତରା ମାରୁଛି ଆନ୍ଧ୍ର ପୋଲିସ । ସୋମବାର ଆନ୍ଧ୍ର ପୋଲିସ କୋଟିଆ ପଞ୍ଚାୟତର ନେରେଡି ବାଲାସାରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ କରିଥିଲା । ଆଜି (ମଙ୍ଗଳବାର) ପୁଣିଥରେ ଆନ୍ଧ୍ର ସରକାରଙ୍କ ସାଲୁରରେ ଥିବା କୋଟିଆ ଥାନାର ଅଧିକାରୀ ରୋହିଣୀ ତାଙ୍କ ସହକର୍ମୀଙ୍କ ସହ ମୋଟର ସାଇକଲରେ ନେରେଡିବାଲାସା, ଧୂଳିପଦର ଓ ଅନ୍ୟାନ୍ୟ ଗ୍ରାମ ବୁଲି ଲୋକମାନଙ୍କ ଭଲମନ୍ଦ ବୁଝୁଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ ବିଗତ ଦିନ ଗୁଡିକରେ ଏହି ଅଞ୍ଚଳରେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ଘନ ଘନ ଯାତ୍ରା ହେଉଥିବା ବେଳେ ବର୍ତମାନ ଜଣେ ପୋଲିସ ଅଧିକାରୀଙ୍କ ଏପରି ବାରମ୍ବାର ଗସ୍ତ ପଛରେ ଆନ୍ଧ୍ର ସରକାରଙ୍କ କି ମସୁଧା ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଗତ କିଛିଦିନ ପୂର୍ବେ ନେରେଡିବାଲାସା ଠାରେ ପ୍ରବଳ ବର୍ଷାରେ ଗଛପଡି ଜନୈକ ବୃଦ୍ଧାଙ୍କ ଘର ଭାଙ୍ଗିଯିବା ପରେ ଆନ୍ଧ୍ର ଅଧିକାରୀ କିଛି ପଦକ୍ଷେପ ନେବା ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ଓଡ଼ିଶା ସରକାରଙ୍କ ତରଫରୁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରି ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲା । ଏହା ଜାଣିବା ପରେ ଆନ୍ଧ୍ର ପ୍ରଶାସନ ଲୋକଙ୍କ ନିକଟତର ହେବା ପାଇଁ ତତ୍ପରତା ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.