ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ 'ଆନ୍ଧ୍ର ଗୋ ବ୍ୟାକ' ନାରା ପରେ ବି ଶୁଣୁନି ଆନ୍ଧ୍ର, ଆଜି ପୁଣି କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ - ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା

କିଛିଦିନ ତଳେ କୋଟିଆ ପଞ୍ଚାୟତର ଶେଷ ଗ୍ରାମ ଫାଟୁସିନେରୀ ଠାରେ ଆନ୍ଧ୍ରପ୍ରଦେଶର କିଛି ପୋଲିସ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 'ଆନ୍ଧ୍ର ଗୋ ବ୍ୟାକ୍‌' କହିବା ଘଟଣା ଚର୍ଚ୍ଚାକୁ ଆସିଥିଲା । ତେବେ ଏହାପରେ ଆଜି ଏହି ଫାଟୁସିନେରୀ ଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା । ଅଧିକ ପଢ଼ନ୍ତୁ

ପୁଣି କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
ପୁଣି କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
author img

By

Published : May 1, 2023, 10:07 PM IST

ପୁଣି କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋରାପୁଟ: କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ପଞ୍ଚାୟତର ଶେଷ ଗ୍ରାମ ଫାଟୁସିନେରୀ ଠାରେ ଆନ୍ଧ୍ରପ୍ରଦେଶର କିଛି ପୋଲିସ ଅଧିକାରୀଙ୍କୁ 'ଆନ୍ଧ୍ର ଗୋ ବ୍ୟାକ୍‌' କହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ତାଙ୍କର ଏହି ଦୃଢ ଜବାବ ପରେ କୋଟିଆ ପଞ୍ଚାୟତ ଅଞ୍ଚଳ ମଧ୍ୟକୁ ଆନ୍ଧ୍ର ଅଧିକାରୀ ଓ ରାଜନେତାଙ୍କ ଅନୁପ୍ରବେଶ ରହିବ ନାହିଁ ବୋଲି ଆଶା କରାଯାଉଥିଲା । ତେବେ ଓଡିଶାବାସୀଙ୍କ ଗଡ଼ ବିଜୟ ହାସଲ କରିବାର ଆନନ୍ଦକୁ ଚୁରମାର କରିଦେଇ ଆଜି ଏହି ଫାଟୁସିନେରୀ ଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ।

ଶସସ୍ତ୍ର ପୋଲିସ ବାହିନୀର ସୁରକ୍ଷା ବଳୟରେ ରହି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଓଡ଼ିଶା ସରକାରଙ୍କ ଅଗୋଚରରେ ଏହି କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଠାରେ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା କରି ଓଡିଶା ଓ ଆନ୍ଧ୍ର ଭାଇ ଭାଇ ବୋଲି ମତ ରଖିଥିଲେ । ଏହାପରେ ଫଗୁଣସିନେରୀ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଚାର କରିଥିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ଏହି ଗାଁ ଗୁଡିକରେ ସେ ଗ୍ରାମବାସୀଙ୍କୁ ମିଶି ଆନ୍ଧ୍ର ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆରେ ଓଡ଼ିଶା ସରକାରଙ୍କ ପୋଲିସ ଥାନା ପ୍ରତିଷ୍ଠା ହୋଇଥିଲେ ହେଁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଅନୁପ୍ରବେଶକୁ ଜିଲ୍ଲା ପ୍ରଶାସନ ପ୍ରତିରୋଧ କରିପାରିନଥିବା ଘଟଣା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ସେପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଲୁଚି ଛପି ଓଡ଼ିଶା ମାଟିରେ ଲୋକଙ୍କୁ ଆନ୍ଧ୍ରର ପ୍ରଲୋଭନ ଦେଖାଇବା ଆଦୌ ନ୍ୟାୟ ସଂଗତ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ରାଜନ ଦୋରାଙ୍କ ଗସ୍ତ ସମୟରେ କୋଟିଆ ଓ ଫଗୁଣସିନେରୀ ମଧ୍ୟରେ ମାଡକାର ନିକଟରେ ରାସ୍ତା ଉପରେ ମାଟି ଗଦାଇ ଦିଆଯାଇଥିବା ଯୋଗୁଁ କୋଟିଆ ବାଟ ଦେଇ ଓଡ଼ିଶାର କେହି ମଧ୍ୟ ଫଗୁଣସିନେରୀ ପହଞ୍ଚିପାରିନଥିଲେ । ତେବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଓଡିଶାରୁ ବିରୋଧ ଆଶଙ୍କା କରି କେହି ଜାଣତରେ ଏହି ମାଟି ରାସ୍ତା ଉପରେ ପକାଇଥିଲେ ବା ଏହା ପଛରେ ଆଉ କୌଣସି କାରଣ ରହିଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । କୋଟିଆ ଅଞ୍ଚଳକୁ ଓଡିଶା ସରକାର ଗୁରୁତ୍ବ ଦେଉନଥିବା ଯୋଗୁଁ ଆନ୍ଧ୍ର ସରକାରଙ୍କ ତରଫରୁ ଏପରି ଅନୁପ୍ରବେଶ ବୃଦ୍ଧି ପାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.