ETV Bharat / state

କୋଟିଆରେ ଆବାସ ଯୋଜନା ହଡପ ଅଭିଯୋଗ, ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

author img

By

Published : Feb 24, 2021, 10:39 PM IST

କୋଟିଆରେ ଆବାସ ଯୋଜନା ହଡପ ଅଭିଯୋଗ । କୋଟିଆ ବର୍ତମାନ ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟର ଠିକ ସାମନାରେ ପଞ୍ଚାୟତ ଅଧିକାରୀଙ୍କ ଦ୍ବାରା ଆବାସ ହଡପ କରାଯାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Allegations of loot abbas yajona in Kotia
କୋଟିଆରେ ଆବାସ ଯୋଜନା ହଡପ ଅଭିଯୋଗ , ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ: ପିଡି

କୋରାପୁଟ: କୋଟିଆରେ ଆବାସ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । କୋରାପୁଟ ଜିଲ୍ଲାରେ ଆନ୍ଧ୍ର ଓଡିଶା ସୀମାନ୍ତର ପଞ୍ଚାୟତ କୋଟିଆ ବର୍ତମାନ ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟର ଠିକ ସାମନାରେ ପଞ୍ଚାୟତ ଅଧିକାରୀଙ୍କ ଦ୍ବାରା ଆବାସ ହଡପ କରାଯାଇଥିବା ହିତାଧିକାରୀ ସିଙ୍ଗା ଗେମେଲ ଅଭିଯୋଗ କରିଛନ୍ତି ।

ବିକାଶର ଧାରାରେ କୋଟିଆକୁ ଆଗକୁ ନେବା ପାଇଁ ଓଡିଶା ସରକାର ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏପରି ଏକ ଘଟଣା ସାମାନାକୁ ଆସିଛି ଯାହା ଜିଲ୍ଲା ପ୍ରଶାସନର ଅବହେଳାକୁ ପଦାରେ ପକାଇଛି । କୋଟିଆରେ ତିନିବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ଘର ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ରହିଛି । ହିତାଧିକାରୀଙ୍କ ଠାରୁ ସମସ୍ତ କିସ୍ତି ଅର୍ଥ ହଡପ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋଟିଆ ପଞ୍ଚାୟତ କାର୍ଯ୍ୟାଳୟର ଠିକ ସାମନାରେ ପଞ୍ଚାୟତ ଅଧିକାରୀଙ୍କ ଦ୍ବାରା ଆବାସ ହଡପ କରାଯାଇଥିବା ହିତାଧିକାରୀ ସିଙ୍ଗା ଗେମେଲ ଅଭିଯୋଗ କରିଛନ୍ତି । ଗେମେଲଙ୍କ କହିବା ଅନୁଯାୟୀ ତତ୍କାଳୀନ ପଞ୍ଚାୟତ ଅଧିକାରୀ ଯୋଜନା ଅନୁଯାୟୀ ମିଳୁଥିବା କିସ୍ତି ଗୁଡିକୁ ନେଇଯାଇ ସେ ଘର କରିଦେବାର ପ୍ରତିଶ୍ରୁତି ଦେଇଚାଲିଥିଲେ । କିନ୍ତୁ ସମସ୍ତ କିସ୍ତି ସରିଲାବେଳକୁ କେବଳ 5 ଫୁଟ ଉଚ୍ଚତାର କାନ୍ଥ ହିଁ ନିର୍ମାଣ ହେବା ସମ୍ଭବ ହୋଇଥିବା ବେଳେ ସେହି ପଞ୍ଚାୟତ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିଲା । ତା ପରଠାରୁ ଗେମେଲ ନିରାଶ୍ରୟ ଭାବେ ଅନ୍ୟର ଘରେ ମୁଣ୍ଡ ଗୁଂଜି ରହିଥିବା ଜଣାଇଛନ୍ତି ।

ତେବେ ତାଙ୍କ ଘର କେବେ ସମ୍ପୂର୍ଣ୍ଣ ହେବ ଓ କିଏ ପୁରା କରିବ ସେ ସମ୍ପର୍କରେ ଉତ୍ତର ନ ପାଇ ପଞ୍ଚାୟତ କାର୍ଯ୍ୟାଳୟ ଆଡକୁ ଚାତକ ପକ୍ଷୀ ଭଳି ଅନାଇ ରହିବାହିଁ ସାର ହେଉଥିବା ଗ୍ରାମବାସୀ କହିଛନ୍ତି । ଗରିବ ହିତାଧିକାରୀ ସିଙ୍ଗାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଡିଆରଡିଏ ପ୍ରକଳ୍ପ ଅଧିକାରୀ ପ୍ରବୀର ନାୟକ ପ୍ରତିଶ୍ରୁତି ଦେଇଛନ୍ତି । ହିତାଧିକାରୀଙ୍କ ଆବାସ ଗୃହ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସେ ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାଇଛନ୍ତି ।

ସୂଚନାଥାଉକି କୋଟିଆକୁ ନେଇ ଉଭୟ ଓଡିଶା ଓ ଆନ୍ଧ୍ର ନିଜର ଦାବି କରୁଥିବାବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଇ ନିକଟରେ କୋଟିଆର 3 ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିଛି । ଏଠାରେ ଆନ୍ଧ୍ର ଲୋକଙ୍କୁ ସରକାରୀ ଯୋଜନାର ପ୍ରଲୋଭନ ଦେଖାଇ ଆକୃଷ୍ଠ କରୁଥିବାବେଳେ ଏଠାରେ କିନ୍ତୁ ଓଡିଶା ପ୍ରଶାସନ ଲୋକଙ୍କୁ ସରକାରୀ ଯୋଜନା ଲୋକଙ୍କ ପାଖରେ ଉପଯୁକ୍ତ ଭାବରେ ପହଞ୍ଚାଇପାରୁନାହିଁ । ଯାହା ଅତ୍ୟନ୍ତ ପରିତାପର ବିଷୟ ଏବଂ ଚିନ୍ତାର କାରଣ ପାଲଟିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.