କୋରାପୁଟ: କୋରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କୋରାପୁଟରେ ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନ ଆଜି(ଶୁକ୍ରବାର) ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ, ଗୀର୍ଜା ଏବଂ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।
ଏନେଇ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆସନ୍ତା ଗାଇଡଲାଇନ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସେ କହିଛନ୍ତି । ତେବେ ମନ୍ଦିରର ପୂଜକ, ମସଜିଦର ମୌଲା ଓ ଗୀର୍ଜାରେ ଫାଦରଙ୍କ ସମେତ କିଛି ସହଯୋଗୀ ନୀତିକାନ୍ତି ତୁଲାଇବେ ବୋଲି ସେ ଜଣାଇଛନ୍ତି । ଅନ୍ୟପଟେ ଆଜି ଜିଲ୍ଲାରୁ 113 ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 3 ଜଣଙ୍କ ପ୍ରାଣହାନୀ ଘଟିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ