ETV Bharat / state

ବାରମ୍ବାର ଗୁହାରି ସତ୍ତ୍ବେ ଶୁଣିଲାନି ପ୍ରଶାସନ, ରାସ୍ତା ତିଆରି କଲେ ଗ୍ରାମବାସୀ - କୋରାପୁଟରେ ବିକାଶର ନଗ୍ନ ଚିତ୍ର

ବାରମ୍ବାର ଗୁହାରି ସତ୍ତ୍ବେ ଶୁଣିଲାନି ପ୍ରଶାସନ । ନିଜସ୍ବ ଉଦ୍ୟମରେ ରାସ୍ତା ତିଆରି କଲେ ଗ୍ରାମବାସୀ । କୋରାପୁଟରୁ ଦେଖନ୍ତୁ ସରକାରଙ୍କ ଅବହେଳାର ଏ ନଗ୍ନଚିତ୍ର । ଅଧିକ ପଢନ୍ତୁ...

ବାରମ୍ବାର ଗୁହାରି ସତ୍ତ୍ବେ ଶୁଣିଲାନି ପ୍ରଶାସନ, ରାସ୍ତା କଲେ ଗ୍ରାମବାସୀ

author img

By

Published : Oct 27, 2021, 8:54 AM IST

କୋରାପୁଟ: ବର୍ଷା ହେଲେ ଗମନାଗମନ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ଗାଁ ଲୋକେ । ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ନ ପଡିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି । ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।

ବାରମ୍ବାର ଗୁହାରି ସତ୍ତ୍ବେ ଶୁଣିଲାନି ପ୍ରଶାସନ, ରାସ୍ତା କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ଗାଁରୁ ପାଙ୍ଗିପଦର, ମେଣ୍ଢାଗୁଡା ଓ ଅନ୍ୟାନ୍ୟ ଗ୍ରାମକୁ ଯିବାକୁ ହେଲେ ଯେଉଁ ରାସ୍ତାଦେଇ ଯିବାକୁ ହୁଏ, ଗାଁ ମୁଣ୍ଡରେ ସେହି ରାସ୍ତାର ଏକ ଅଂଶ ବର୍ଷା ହେଲେ କାଦୁଅ ପଚପଚ ହୋଇଯାଏ । ଯେଉଁଠାରେ କି ଲୋକଙ୍କ ଗମନା ଗମନ ଏକପ୍ରକାର କାଠିକର ପାଠ ହୋଇଯାଏ । ବର୍ଷ ବର୍ଷ ଧରି ଗ୍ରାମବାସୀ ପଞ୍ଚାୟତରେ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟହୋଇ ମାନବାର ଓ ପାଙ୍ଗିପଦରର ଗ୍ରାମବାସୀ ଏକାଠି ହୋଇ ପଥର ଆଣିବା ସହ ଶ୍ରମଦାନ ଦେଇ ରାସ୍ତା କାମ ସମ୍ପୂର୍ଣ୍ଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.