ETV Bharat / state

ଆଧାରକାର୍ଡ ମେସିନ ଅଚଳ, ହନ୍ତସନ୍ତ କୋରାପୁଟ ବାସୀ

କୋରାପୁଟ ପୋଷ୍ଟ ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଆଧାର ପ୍ରସ୍ତୁତି କେନ୍ଦ୍ରରେ ମେସିନ ଅଚଳ । ଏନେଇ ହିତାଧିକାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

adharcard facility not availabul for the traibal people of koraput
ଆଧାରର ଧାର ଧରି ପାରୁନାହାନ୍ତି କୋରାପୁଟ ବାସୀ
author img

By

Published : Mar 4, 2020, 8:09 AM IST

କୋରାପୁଟ: ପୋଷ୍ଟ ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଆଧାର ପ୍ରସ୍ତୁତି କେନ୍ଦ୍ରରେ ମେସିନ ଅଚଳ ହୋଇପଡିଥିବା ଯୋଗୁଁ ହିତାଧିକାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆ ଆଧାର କାର୍ଡ ତିଆରି କରିବା ହେଉ ବା ସେଥିରେ କିଛି ପରିବର୍ତ୍ତନ କରିବା ପାଇଁ ହେଉ ଲୋକେ ଯେତେବେଳେ ସରକାରୀ ଅନୁଷ୍ଠାନକୁ ଯାଉଛନ୍ତି ସେଠାରେ ମେସିନ ଅଚଳ ହୋଇପଡିଥିବା ଦେଖୁଛନ୍ତି । ତେଣୁ ସେମାନେ ବେସରକାରୀ କେନ୍ଦ୍ରରେ ଯାଇ ନେହୁରା ହେଉଛନ୍ତି ।

ଆଧାରର ଧାର ଧରି ପାରୁନାହାନ୍ତି କୋରାପୁଟ ବାସୀ

କିନ୍ତୁ ବେସରକାରୀ ଅନୁଷ୍ଠାନର ପଞ୍ଜିକରଣର ପ୍ରକ୍ରିୟା ସରକାରୀ କଳର ଜଟିଳତା ମଧ୍ୟରେ ଫସି ରହିଥିବା ଯୋଗୁଁ ସେଠାରେ ମଧ୍ୟ ସେବା ପାଇବାରୁ ସେମାନେ ବଞ୍ଚିତ ହେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଏହାପରେ ସେମାନଙ୍କ ଠାରୁ ଆଜି ଠିକ ହୋଇଯିବ, କାଲି ଆସନ୍ତୁ ପ୍ରତିଶ୍ରୁତି ଶୁଣି ଶୁଣି ହାଲିଆ ହୋଇଯାଉଛନ୍ତି ସାଧାରଣ ଜନତା । ତେଣୁ ସାଧାରଣ ଲୋକେ ଆଶା ଓ ଆଶଙ୍କାରେ ଖାଲି ହାତରେ ଘରକୁ ଫେରୁଥିବା ଦେଖାଯାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.