ETV Bharat / state

Mukhyamantri Vayu Swasthya Seva: ବିମାନରେ ଜୟପୁରରେ ପହଞ୍ଚିଲେ ମେଡିକାଲ ଟିମ

author img

By

Published : Dec 20, 2021, 5:15 PM IST

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ଏସସିବି ମେଡିକାଲ କଲେଜର 6 ଜଣିଆ ଡ଼ାକ୍ତରୀ ଦଳ ସୋମବାର ବିମାନ ଯୋଗେ ଜୟପୁର ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ Air Health Services ଶୁଭାରମ୍ଭ :ବିମାନରେ ଜୟପୁର ପହଞ୍ଚିଲେ ମେଡିକାଲ ଟିମ

କୋରାପୁଟ: ମୁଖ୍ୟମନ୍ତ୍ରୀ ବାୟୁ ଆମ୍ବଲାନ୍ସ ସେବା ଆରମ୍ଭ ପରେ ଏସସିବି ମେଡିକାଲ କଲେଜର 6 ଜଣିଆ ଡ଼ାକ୍ତରୀ ଦଳ ଆଜି ( ସୋମବାର) ବିମାନ ଯୋଗେ ଜୟପୁର ପହଞ୍ଚିଛନ୍ତି । ତାଙ୍କ ସହିତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଧ୍ୟ ଆସି ପହଞ୍ଚିଛନ୍ତି ।

ଏହି ଟିମ ଏଠାରେ ପହଞ୍ଚିବା ପରେ ସଡକ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି । ସେଠାରେ ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବ । ଜୟପୁରରେ ପହଂଚିବା ପରେ ସମସ୍ତ ଯନ୍ତ୍ରପାତି ସହ ଡାକ୍ତରୀ ଦଳ ମାଲକାନଗିରିକୁ ସଡକ ପଥରେ ଗସ୍ତ କରିଛନ୍ତି ।

ଏହାପୂର୍ବରୁ ଏକ 4 ଜଣିଆ ଡାକ୍ତରୀ ଦଳ ମାଲକାନଗିରିରେ ପହଞ୍ଚି ସାରିଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜଣାଇଛନ୍ତି । ସେଠାରେ ଏହି ସ୍ୱତନ୍ତ୍ର ଚିକିତ୍ସା ଶିବିର ଦୁଇଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।

କୋରାପୁଟରୁ ସିଏଚ. ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.