ETV Bharat / state

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଜାଣିବେ ଲୋକେ, ପରିବେଷଣ ହେବ ନାଟକ - କୋରାପୁଟରେ ନାଟକ ପରିବେଷଣ

କୋରାପୁଟରେ ହେବ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ନେଇ ନାଟକ ପରିବେଷିତ ହେବ । ଅଧିକ ପଢ଼ନ୍ତୁ

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ନେଇ ନାଟକ ପରିବେଷଣ

author img

By

Published : Jul 28, 2022, 7:38 AM IST

Updated : Jul 28, 2022, 8:27 AM IST

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ନେଇ ପରିବେଷଣ ହେବ ନାଟକ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରସ୍ତୁତି ଆରମ୍ଭ କରିଛି ଅଗ୍ରଣୀ ନାଟ୍ୟ ସଂସ୍ଥା 'ନନ୍ଦନିକ' । ଆସନ୍ତା ୩ ତାରିଖରେ କୋରାପୁଟ ମ୍ୟୁନିସିପାଲଟି ଅଡିଟୋରିୟମରେ ଆୟୋଜିତ ହେବାକୁ ଯାଉଥିବା ଦେଓମାଳି ଜାତୀୟ ନାଟକ ମହୋତ୍ସବରେ ଏହି ନାଟକ ପ୍ରଦର୍ଶନ କରାଯିବ ବୋଲି ନନ୍ଦନିକର ପ୍ରତିଷ୍ଠାତା ସୌରଭ ଗୁପ୍ତା ଜଣାଇଛନ୍ତି ।

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ନେଇ ନାଟକ ପରିବେଷଣ

ଶହୀଦ ଲକ୍ଷ୍ମଣ ନାୟକଙ୍କ ସମସ୍ତ ନାଟକୀୟ ଉପଲବ୍ଧିକୁ ଆଧାର କରି ମଞ୍ଚରେ ଜୀବନ୍ତ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରାଯାଉଥିବା ନାଟ୍ୟ ନିର୍ଦ୍ଦେଶକ ଗୌରୀ ପ୍ରସାଦ ରଥ କହିଛନ୍ତି । ନାଟକଟି ଶହୀଦଙ୍କ ଜୀବନକୁ ଆଧାର କରି ରଚନା କରାଯାଉଥିବା ଯୋଗୁଁ ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନୀକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଯାଇ ନାଟକ ପ୍ରସ୍ତୁତ ହେଇଥିବା ସେ ଜଣାଇଛନ୍ତି ।

ଏହି ନାଟକ କୋରାପୁଟରେ ପ୍ରଦର୍ଶିତ ହେବାପରେ ଓଡ଼ିଶା ବାହାରେ ବିଭିନ୍ନ ମଞ୍ଚରେ ନାଟକ ପରିବେଷଣ କରାଯିବ । କୋରାପୁଟ ଅଞ୍ଚଳର ଏହି ମହାନ୍ ସ୍ଵାଧୀନତା ସଂଗ୍ରାମୀଙ୍କ ବିରତ୍ଵର ଗାଥା ପ୍ରସାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ କୋରାପୁଟ ଅଞ୍ଚଳର ସାଂସ୍କୃତିକ ବିଭବ, ସାମାଜିକ ପରମ୍ପରାକୁ ବିଷୟ ଭାବେ ଚୟନ କରି ଓଡ଼ିଶା ଓ ଓଡ଼ିଶା ବାହାରେ ନାଟକ ପ୍ରସ୍ତୁତି କରି କୋରାପୁଟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଏହାର ଉଦ୍ଦେଶ୍ୟ ।

ଇଟିଭି ଭାରତ, କୋରାପୁଟ

Last Updated : Jul 28, 2022, 8:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.