ETV Bharat / state

କୋରୋନା ମୁକାବିଲା ନେଇ କୋରାପୁଟରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ - କୋରାପୁଟରେ କୋରୋନା ରଣନୀତି ବୈଠକ

କୋଭିଡ-19 ବିରୁଦ୍ଧ ସଂଗ୍ରାମରେ ଭବିଷ୍ୟତ କାର୍ଯ୍ୟ ପ୍ରଣାଳୀ ନିର୍ଦ୍ଧାରଣ କରିବା ପାଇଁ ମଙ୍ଗଳବାର କୋରାପୁଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

corona fight, corona fight in koraput, coronavirus news, corona fight meeting in koraput, koraput latest news, କୋରୋନା ମୁକାବିଲା, କୋରାପୁଟରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌, କୋରାପୁଟରେ କୋରୋନା ରଣନୀତି ବୈଠକ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ମୁକାବିଲା ନେଇ କୋରାପୁଟରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
author img

By

Published : Apr 14, 2020, 11:44 PM IST

କୋରାପୁଟ: କୋଭିଡ-19 ବିରୁଦ୍ଧ ସଂଗ୍ରାମରେ ଭବିଷ୍ୟତ କାର୍ଯ୍ୟ ପ୍ରଣାଳୀ ନିର୍ଦ୍ଧାରଣ କରିବା ପାଇଁ ମଙ୍ଗଳବାର କୋରାପୁଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ କ୍ବାରେନଣ୍ଟାଇନ କେନ୍ଦ୍ରରେ ସମୁଦାୟ 225 ଜଣ ରହିଥିବା ବେଳେ ବାହାରୁ ଆସିଥିବା ଅନେକ ଲୋକ ସେମାନଙ୍କ କ୍ବାରେନଣ୍ଟାଇନ ଅବଧି ପୂରଣ କରି ସାରିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

ଭବିଷ୍ୟତରେ ପରିସ୍ଥିତିକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ପାଇଁ କ୍ବାରେନଣ୍ଟାଇନ ଅଞ୍ଚଳ ଚିହ୍ନଟ କରାଯିବା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବାରୋପ କରାଯାଇଛି । କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସମସ୍ତଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ଆମ୍ବେଦକର ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ଓ ଆମ୍ବେଦକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ କୋରାପୁଟ ପୌରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା ।

ତେବେ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.