କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପାଇଁ କାର୍ଯ୍ୟ କରୁଥିଲେ 67 ଜଣ ନର୍ସ । ଦୀର୍ଘ ନମାସ ଧରି କୋଭିଡ ରୋଗୀଙ୍କ ସେବା କରିବା ତଥା ହସ୍ପିଟାଲରେ ଅନ୍ୟାନ୍ୟ ସେବା ଯୋଗାଇଦେବାର କାର୍ଯ୍ୟ କରି ଆସୁଛନ୍ତି । ହେଲେ ନୂଆବର୍ଷର ପ୍ରଥମ ସକାଳେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ଠାରୁ ସେମାନଙ୍କୁ ମିଳିଛି ଛଟେଇ ପତ୍ର ।
ଗତକାଲି(ଗୁରୁବାର) ରାତି ପର୍ଯ୍ୟନ୍ତ ହସ୍ପିଟାଲରେ କାର୍ଯ୍ୟ କରିଥିବା ଏହି ନର୍ସମାନେ ଆଜି(ଶୁକ୍ରବାର) ସକାଳେ ଛଟେଇ ପତ୍ର ପାଇ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଏଥି ସହିତ ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ କାର୍ଯ୍ୟ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ବିରୁଦ୍ଧରେ ହୀନ ଚକ୍ରାନ୍ତ ରଚିଥିବା ଅଭିଯୋଗ କରିଛନ୍ତି । ଆଜି ସେମାନେ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିବାକୁ ଯାଇଥିବା ସମୟରେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ସେମାନଙ୍କୁ ବ୍ୟଥିତ କରିଥିବା ସେମାନେ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ