ETV Bharat / state

କୋରାପୁଟରେ ପୁଣି 45 ଆକ୍ରାନ୍ତ ଚିହ୍ନଟ, ପ୍ରଶାସନ ତତ୍ପର

କୋରାପୁଟରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 2 କୋରୋନା ଯୋଦ୍ଧା ରହିଛନ୍ତି । ଅଧିକ ପଢନ୍ତୁ...

କୋରୋପୁଟରୁ ପୁଣି 45 ଆକ୍ରାନ୍ତ ଚିହ୍ନଟ
କୋରୋପୁଟରୁ ପୁଣି 45 ଆକ୍ରାନ୍ତ ଚିହ୍ନଟ
author img

By

Published : Jul 19, 2020, 2:26 PM IST

କୋରାପୁଟ: ଆଜି ପୁଣି ରାଜ୍ୟରେ 736 କୋରୋନା ଚିହ୍ନଟ । ଏମାନଙ୍କ ମଧ୍ୟରୁ 481 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, 255 ଜଣ ସ୍ଥାନୀୟ ଲୋକେ ରହିଛନ୍ତି । ଏମାନଙ୍କ ମଧ୍ୟରୁ 45ଟି ମାମଲା କୋରୋପୁଟରୁ ଆସିଛି । ସେମାନଙ୍କ ମଧ୍ୟରେ 32 ଜଣ ପୁରୁଷ ଓ 13 ଜଣ ମହିଳା ରହିଛନ୍ତି । ଏ ସମ୍ପର୍କିତ ସୂଚନା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଦେଇଛନ୍ତି ।

କୋରୋପୁଟରୁ ପୁଣି 45 ଆକ୍ରାନ୍ତ ଚିହ୍ନଟ

ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ 16 ଜଣ ଗଞ୍ଜାମ ଜିଲ୍ଲା ଓ 15 ଜଣ ବାହାର ରାଜ୍ୟ ଫେରନ୍ତା । 14 ଜଣ ପୂର୍ବ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରାପୁଟ ସହରରେ ସଂକ୍ରମିତ ହୋଇଥିବା 12 ଜଣଙ୍କ ମଧ୍ୟରେ ପୋଲିସ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କ ସମେତ ଓଏସଏପିର ଅଧିକାରୀ ରହିଥିବା ଜଣାପଡିଛି । ତେବେ ଗତ କିଛିଦିନ ଧରି ସଂକ୍ରମିତ ଜିଲ୍ଲା ତଥା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ୱାରେନଣ୍ଟାଇନ କେନ୍ଦ୍ରରେ ରଖାଯାଉଥିବା ଯୋଗୁଁ ଜନସାଧାରଣଙ୍କୁ ବ୍ୟସ୍ତ ନହେବା ପାଇଁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.