କୋରାପୁଟ: ଗାଁରେ ରହିବା ପାଇଁ ପଞ୍ଚାୟତରେ ପଞ୍ଜିକରଣ ହୋଇଛି । ହେଲେ ଘରୁ ଫେରିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ଫଳରେ ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରିବାର ନେଇଥିଲେ ନିଷ୍ପତ୍ତି । ଆମେ କହୁଛୁ କୋରାପୁଟ ଜିଲ୍ଲା ସୀମାନ୍ତ ଅଞ୍ଚଳ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦରରେ ଫସି ରହିଥିବା ଝାଡଖଣ୍ଡର 31 ଜଣ ଶ୍ରମିକଙ୍କ କଥା ।
ଏମାନେ ସମସ୍ତେ ଗଞ୍ଜେଇପଦରରେ ଓଡିଶା ସରକାରଙ୍କ ଆବାସିକ ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ କାର୍ଯ୍ୟ କରୁଥିଲେ । ମାର୍ଚ୍ଚ ମାସରୁ ଏମାନଙ୍କ କାମ ସରିଯାଇଥିଲେ ମଧ୍ୟ କୋରୋନା ଲକଡାଉନ କଟକଣା ଯୋଗୁଁ ଏମାନେ ଘରକୁ ଫେରିପାରିନଥିଲେ । ତେବେ କାମଧନ୍ଦା ନଥାଇ ନିଜ ଘରଠୁ ଏତେ ଦୂରରେ ରହିବାର ଧୈର୍ଯ୍ୟ ଭାଙ୍ଗି ଯାଇଥିବାରୁ ଏମାନେ ଚାଲିଚାଲି ଘରକୁ ଫେରିବାର ନିଷ୍ପତ୍ତି ନେଇଥିଲେ । ରବିବାର ସକାଳୁ ଚାଲିଚାଲି ନିଜ ଯାତ୍ରା ଆରମ୍ଭ କରିଥିବା ଏମାନେ ସମସ୍ତେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ