ETV Bharat / state

ଗାଁରୁ 240କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ନନ୍ଦପୁର ବ୍ଲକ ଅନ୍ତର୍ଗତ ହରଡାଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା 240 କିଲୋ ଗଞ୍ଜେଇର ବଜାର ମୂଲ୍ୟ 24 ହଜାର ଟଙ୍କା ହୋଇଥିବା ବେଳେ ଅଭିଯୁକ୍ତ ଗିରଫ ହୋଇଛି । ଅଧିକ ପଢନ୍ତୁ...

ନନ୍ଦପୁରରର ଏକ ଘରୁ ଗଞ୍ଜେଇ ଜବତ, ଜଣେ ଗିରଫ
ନନ୍ଦପୁରରର ଏକ ଘରୁ ଗଞ୍ଜେଇ ଜବତ, ଜଣେ ଗିରଫ
author img

By

Published : Jan 15, 2021, 6:04 PM IST

କୋରାପୁଟ: ଜିଲ୍ଲାରେ ବେଧଡକ ଚାଲିଛି ଗଞ୍ଜେଇ ବେପାର । ଚୋରା ଚାଲାଣରେ ଲାଗିପାରୁନି ଲଗାମ । ଆଜି (ଶୁକ୍ରବାର) ପୁଣି କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ନନ୍ଦପୁର ବ୍ଲକ ଅନ୍ତର୍ଗତ ହରଡାଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗଞ୍ଜେଇ ଜବତ କରିଛି । ଏହି ଗ୍ରାମର ଧନୁ କୂଳ ନାମକ ଏହି ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ଗଞ୍ଜେଇ ରଖିଥିଲେ । ଏହାର ଖବର ପାଇ ତାଙ୍କ ଘରେ ଚଢାଉ କରିଥିବା ଅବକାରୀ ବିଭାଗର ଅଧିକାରୀ ତେଜରାଜ ଜାନୀ ନାମକ ବ୍ୟକ୍ତି କହିଛନ୍ତି ।

ନନ୍ଦପୁରରର ଏକ ଘରୁ ଗଞ୍ଜେଇ ଜବତ, ଜଣେ ଗିରଫ

ତେବେ ଜବତ ହୋଇଥିବା 240 କିଲୋ ଗଞ୍ଜେଇର ବଜାର ମୂଲ୍ୟ 24 ହଜାର ଟଙ୍କା ହେବ ବୋଲି ଜାନୀ ଜଣାଇଛନ୍ତି । ଏତେ ମାତ୍ରାରେ ଗଞ୍ଜେଇ ଘରେ ରଖିଥିବା ଅପରାଧରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାରେ ଏପରି ବାରମ୍ବାର ଗଞ୍ଜେଇ ଚାଲାଣ କାହିଁକି ହେଉଛି ଏବଂ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ କାହିିଁକି ହେଉନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ଅବକାରୀ ବିଭାଗର ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.