କୋରାପୁଟ: ଜିଲ୍ଲାର ପଦ୍ମଶ୍ରୀ ସମ୍ମାନ ପାଇଥିବା କୋଟପାଡର ପ୍ରସିଦ୍ଧ ବୁଣାକାର ଗୋବର୍ଦ୍ଧନ ପାନିକା ଓ ପାରମ୍ପରିକ ଧାନ ସଂରକ୍ଷଣ କରି ଖ୍ୟାତି ଅର୍ଜନ କରିଥିବା କମଳା ପୂଜାରୀଙ୍କୁ ଶୁକ୍ରବାର ଗତ ତିନି ମାସର ବକେୟା ଭତ୍ତା 30 ହଜାର ଟଙ୍କା ପ୍ରଦାନ କରାଯାଇଥିବା କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ଜଣାଇଛନ୍ତି ।
ରାଜ୍ୟ ସରକାର ଓଡିଶାରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତିଙ୍କ ପାଇଁ ମାସକୁ 10 ହଜାର ଟଙ୍କାର ଭତ୍ତା ଘୋଷଣା କରିଥିଲେ । କିନ୍ତୁ ମାସ ମାସ ବିତିଯାଇଥିଲେହେଁ ଏହି ଅନୁଦାନ ଦିଆଯାଇନଥିବା ଯୋଗୁଁ ଜନ ଅସନ୍ତୋଷ ଦେଖାଯାଇଥିଲା ।
ଶୁକ୍ରବାର ଗତ ତିନିମାସର ଭତ୍ତା ଏକ ସଙ୍ଗାକୁ ସେମାନଙ୍କୁ ମିଳିଥିବା ଘୋଷଣା ପରେ ଏହାକୁ ଜିଲ୍ଲାବାସୀ ସ୍ବାଗତ କରଛନ୍ତି ।
କୋରାପୁଟରୁ ପି.ଏଚ୍ ଶାନ୍ତାକାର, ଇଟିଭି ଭାରତ