ETV Bharat / state

'ଫଟୋ ନଥିଲେବି ସେଦିନର ଖବରକାଗଜରେ ଥିଲା ଆକର୍ଷଣ'

author img

By

Published : Aug 4, 2020, 9:02 PM IST

ପେଶାରେ ସ୍ବାବଲମ୍ବୀ ଉଦ୍ୟୋଗୀ ହୋଇଥିଲେ ବି ପୁରୁଣା ଖବରକାଗଜ ସାଇତି ରଖିବା ଓ ସମୟୋପଯୋଗୀ ଲେଖାଲେଖି କରିବାର ଅଭ୍ୟାସ ତାଙ୍କୁ ଉତ୍କଳଦୀପିକା ଭଳି ପ୍ରଥମ ଓଡ଼ିଆ ଖବରକାଗଜ ଠାରୁ ଆରମ୍ଭ କରି ଆଜିର ନୂତନ ସମୟର ଖବରକାଗଜର ଗୁରୁତ୍ବପୂର୍ଣ୍ଣ ଲେଖାକୁ ସାଇତି ରଖିବାରେ ସହାୟକ ହୋଇଛି । ଅଧିକ ପଢନ୍ତୁ...

'ଫଟୋ ନଥିଲେବି ସେଦିନର ଖବରକାଗଜରେ ଥିଲା ଆକର୍ଷଣ'
'ଫଟୋ ନଥିଲେବି ସେଦିନର ଖବରକାଗଜରେ ଥିଲା ଆକର୍ଷଣ'

କୋରାପୁଟ: ଓଡ଼ିଆ ସାମ୍ବାଦିକତାର 155 ବର୍ଷ ପରେ ବି 1866 ମସିହାରେ ପ୍ରକାଶିତ ଉତ୍କଳ ଦୀପିକା ଓ ତାର ପରବର୍ତ୍ତୀ କାଳରେ ସମ୍ବଲପୁର ହିତୈଶିଣି ଓ ବାଲେଶ୍ଵର ସମ୍ବାଦ ବାହିକା ଖବରକାଗଜର ପୃଷ୍ଠା ଓଲଟାଇଲା ବେଳକୁ ସେତେବେଳର ଭାଷା, ସାହିତ୍ୟ, ଘଟଣାବଳୀ, ସ୍ଥିତି ଓ ସମ୍ଭାବନା ସମ୍ବଳିତ ଇତିହାସକୁ ଜାଣି ହେଉଥିବା ସୁନାବେଡାର ଆଗ୍ରହୀ ଗବେଷକ ସୁନୀଲ ବିଶ୍ବାଳ ମତ ରଖିଛନ୍ତି ।

ପେଶାରେ ସ୍ବାବଲମ୍ବୀ ଉଦ୍ୟୋଗୀ ହୋଇଥିଲେ ବି ପୁରୁଣା ଖବରକାଗଜ ସାଇତି ରଖିବା ଓ ସମୟୋପଯୋଗୀ ଲେଖାଲେଖି କରିବାର ଅଭ୍ୟାସ ତାଙ୍କୁ ଉତ୍କଳଦୀପିକା ଭଳି ପ୍ରଥମ ଓଡ଼ିଆ ଖବରକାଗଜ ଠାରୁ ଆରମ୍ଭ କରି ଆଜିର ନୂତନ ସମୟର ଖବରକାଗଜର ଗୁରୁତ୍ବପୂର୍ଣ୍ଣ ଲେଖାକୁ ସାଇତି ରଖିବାରେ ସହାୟକ ହୋଇଛି ।

ସେ ସମୟର ବିଜ୍ଞାପନକୁ ଦେଖିଲେ ସେତେବେଳର ଆବଶ୍ୟକତା, ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ବୁଝି ହେଉଥିବା ସେ କହିଛନ୍ତି । ସେ ସମୟର ଉପସ୍ଥାପନାର ଶୈଳୀକୁ ଆଧାର କରି ଓଡ଼ିଆ ସାମ୍ବାଦିକତା ଅନେକ ଦୂର ଆଗେଇ ଆସିଥିଲେ ବି ସେଗୁଡିକର ଅଧ୍ୟୟନ ଫଳରେ ଭବିଷ୍ୟତ ପିଢ଼ି ପାଇଁ ଆଜିର ସାମ୍ବାଦିକତାର ଇତିହାସକୁ ସାମଗ୍ରିକ ଭାବେ ପହଞ୍ଚାଇହେବ ବୋଲି ସେ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.