ETV Bharat / state

‘ଅରବିନ୍ଦ ଢାଲି ହେଉଛନ୍ତି ପିସି ବିଧାୟକ’ - ପିସି ବିଧାୟକ ହେଉଛନ୍ତି ଅରବିନ୍ଦ ଢାଲି

ଜୋନ ସ୍ତରୀୟ ବିଜେଡି ବୈଠକରେ ନଜର ଆସିଲେନି ଜୟଦେବ ବିଧାୟକ । ଅରବିନ୍ଦ ଢ଼ାଲିଙ୍କୁ ପିସି ବିଧାୟକ କହିଲେ ଜିଲ୍ଲାପରିଷଦ ସଭ୍ୟ । ଅଧିକ ପଢନ୍ତୁ

zilla parishad member opposed mla arabinda dhali

author img

By

Published : Jul 29, 2023, 12:01 PM IST

Updated : Jul 29, 2023, 12:59 PM IST

zilla parishad member opposed mla arabinda dhali

ନିଆଳି: ଆଉ ମାସ କେଇଟା ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।‌ ଏଥିପାଇଁ କର୍ମୀ, ନେତା,ଲୋକ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କୁ ଏକାଠି କରି ଦଳକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛି ବିଜୁ ଜନତା ଦଳ । କିନ୍ତୁ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜୋନ ସ୍ତରୀୟ ବିଜେଡି ବୈଠକରେ ନଜର ଆସିଲେ ନାହିଁ ବିଧାୟକ ଅରବିନ୍ଦ ଢ଼ାଲି । ବିଧାୟକଙ୍କୁ ପିସି ବିଧାୟକ କହିଲେ ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ । ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ଥିବା ବେଳେ ଏବେ ଠାରୁ ବିଧାୟକଙ୍କ ବିରୋଧରେ ସ୍ବର ତେଜିବାରେ ଲାଗିଛି ।

ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଏକ ମଣ୍ତପରେ ଜୋନ ସ୍ତରୀୟ ବିଜେଡି ବୈଠକ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ପର୍ଯ୍ୟବେକ୍ଷକ ବରଦା ପ୍ରସନ୍ନ ପଟ୍ଟନାୟକ, ଜୟଦେବ ବିଜେଡି ସାଙ୍ଗଠନିକ ନେତା ତଥା ଆମ ସଙ୍ଗଠନ ସଭାପତି କମଳ କୁମାର ପାତ୍ର, ବାଲିପାଟଣା ଓ‌ ବାଲିଅନ୍ତା ବ୍ଲକର ଦୁଇ ଅଧ୍ୟକ୍ଷ, ୬ ଜଣ ଜିଲ୍ଲାପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ମହିଳା କର୍ମୀ ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦେଖିବାକୁ ମିଳିନଥିଲା ।

ସାମ୍ବାଦିକଙ୍କ ପ୍ରଶ୍ନରେ ପର୍ଯ୍ୟବେକ୍ଷକ ବରଦା ପ୍ରସନ୍ନ ପଟ୍ଟନାୟକ କହିଥିଲେ ଯେ, ଏ ହେଉଛି କର୍ମୀ ଵୈଠକ ବିଧାୟକ ସହିତ ଯୋଗାଯୋଗରେ ଅଛୁ କହି ବିବାଦ ଠାରୁ ନିଜକୁ ଦୂରେଇ ରଖିଥିଲେ । କିନ୍ତୁ ୨୧ ନମ୍ବର ଜୋନର‌ ବିଜେଡି ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ ସିଧା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ପିସି ବିଧାୟକ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ନିର୍ବାଚନୀ ତୟାରୀ; ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ

ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ କହିଥିଲେ, ‘‘ବିଧାୟକ ବିଜେଡିର କୌଣସି ବୈଠକରେ ସାମିଲ ହୁଅନ୍ତି ନାହିଁ । ସେ ହେଉଛନ୍ତି ପିସି ବିଧାୟକ । ଏହା ଛଡା ସେ ଆଉ କୌଣସି ଦଳୀୟ କାର୍ଯ୍ୟରେ ସାମିଲ ହୋଇ ଲୋକମାନଙ୍କର ସେବା କରନ୍ତି ନାହିଁ । ସେ କେତେବେଳେ ବି ଜନ ହିତକାରୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ନଥାନ୍ତି । ସେଥି ପାଇଁ ବିଜେଡିର ପ୍ରତ୍ୟେକ କର୍ମୀ ଓ ନେତା ତାଙ୍କୁ ବିରୋଧ କରୁଛନ୍ତି ।’’

ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ସାଙ୍ଗଠନିକ ନେତା କମଳ କୁମାର ପାତ୍ର କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ମୁଦ୍ଦା କରିବା ସହିତ ଜୟଦେବ ନିର୍ବାଚନ ମଣ୍ଡଳୀକୁ ପୁଣି ବିଜେଡି ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।’

ମିଳିଥିବା ସୂଚନା ଅନୁଯାୟୀ, ଗତ ବିଧାନସଭା ନିର୍ବାଚନ ଠାରୁ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । ଏହା ଆଗାମୀ ନିର୍ବାଚନରେ କେଉଁ ପ୍ରଭାବ ପକାଉଛି ଏବେ ଖାଲି ତାକୁ ହିଁ ଅପେକ୍ଷା । ବାଲିପାଟଣା ବ୍ଲକର ୨୧ ଜୋନ ସ୍ତରୀୟ ବିଜେଡି ସାଙ୍ଗଠନିକ ବୈଠକରେ ନରିଶୋ, ଆମଣାକୁଦ, ଦେଉଳ ଧରପୁର, ଭାପୁର ଓ ମଝିହରା ପଞ୍ଚାୟତର ହଜାର ହଜାର କର୍ମୀ ଯୋଗଦେଇଥିଲେ।

ଇଟିଭି ଭାରତ, ନିଆଳି

Last Updated : Jul 29, 2023, 12:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.