ETV Bharat / state

ଯୁବ ସଂଗମ କାର୍ଯ୍ୟକ୍ରମ ପାଇଁ ଓଡିଶା ଗସ୍ତରେ ସିକ୍କିମ ପ୍ରତିନିଧି

author img

By

Published : Feb 26, 2023, 7:18 AM IST

Updated : Feb 26, 2023, 11:03 AM IST

ଯୁବା ସଂଗମ ହେଉଛି ଭାରତର ବିବିଧତାକୁ ପାଳନ କରିବାର ଏକ ଅଭିନବ କାର୍ଯ୍ୟକ୍ରମ । ଭାରତର ଯୁବପିଢ଼ି ବିଭିନ୍ନ ରାଜ୍ୟର ଲମ୍ବା ଐତିହାସିକ ଯାତ୍ରାର ଗୁରୁତ୍ବକୁ ଜାଣିବା ଉଚିତ୍‌ ଏବଂ ପରମ୍ପରା, ପ୍ରଯୁକ୍ତି ବିନିମୟ କରିବା ଓ ସମ୍ପର୍କ ଯୋଡ଼ିବା ଲାଗି ପରସ୍ପର ସହ ମତବିନିମୟ କରିବା ଆବଶ୍ୟକ ବୋଲି କହିଲେ ଏନଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ ।ଅଧିକ ପଢନ୍ତୁ

ଯୁବ ସଂଗମ କାର୍ଯ୍ୟକ୍ରମ ପାଇଁ ଓଡିଶା ଗସ୍ତରେ ସିକ୍କିମ ପ୍ରତିନିଧି
ଯୁବ ସଂଗମ କାର୍ଯ୍ୟକ୍ରମ ପାଇଁ ଓଡିଶା ଗସ୍ତରେ ସିକ୍କିମ ପ୍ରତିନିଧି

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ସିକ୍କିମ ଏନଆଇଟିର ୨୫ ଜଣ ଛାତ୍ରଛାତ୍ରୀ ଓ ୫ ଜଣ ଅଧ୍ୟାପକ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହି ଟିମ ଏକ ସପ୍ତାହବ୍ୟାପୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ନାଗରିକ ସମ୍ପର୍କ, ବିଶେଷକରି ଉତ୍ତର ପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ ।

ଏହାଦ୍ୱାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ୱରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ପରିଦର୍ଶନ ରାଜ୍ୟର ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ । ଗସ୍ତ ସମୟରେ ପରିଭ୍ରମଣକାରୀ ଯୁବ ପ୍ରତିନିଧିମାନେ ପାଞ୍ଚଟି ପ୍ରମୁଖ କ୍ଷେତ୍ର ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକୀ ଓ ପରସ୍ପର ସମ୍ପର୍କକୁ ଉଜାଗର କରିପାରିବେ ।

ଏନଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ କହିଛନ୍ତି, ‘‘ଯୁବା ସଂଗମ ହେଉଛି ଭାରତର ବିବିଧତାକୁ ପାଳନ କରିବାର ଏକ ଅଭିନବ କାର୍ଯ୍ୟକ୍ରମ । ଭାରତର ଯୁବପିଢ଼ି ବିଭିନ୍ନ ରାଜ୍ୟର ଲମ୍ବା ଐତିହାସିକ ଯାତ୍ରାର ଗୁରୁତ୍ବକୁ ଜାଣିବା ଉଚିତ୍‌ ଏବଂ ପରମ୍ପରା, ପ୍ରଯୁକ୍ତି ବିନିମୟ କରିବା ଓ ସମ୍ପର୍କ ଯୋଡ଼ିବା ଲାଗି ପରସ୍ପର ସହ ମତବିନିମୟ କରିବା ଆବଶ୍ୟକ । ଛାତ୍ର ଜୀବନରେ ଏକ ରୋଚକ ଅନୁଭୂତି ହାସଲ ପାଇଁ ସୁଯୋଗ ଦେଇଥିବା କାରଣରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ଆୟୋଜକ ଶିକ୍ଷାନୁଷ୍ଠାନର ପ୍ରୟାସକୁ ଛାତ୍ରଛାତ୍ରୀ ସ୍ବୀକାର କରିବା ଆବଶ୍ୟକ। ଭାରତ ସରକାର ଏହି କାର୍ଯକ୍ରମ ପାଇଁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେଉଛନ୍ତି । ଆୟୋଜକ ଶିକ୍ଷାନୁଷ୍ଠାନ ରହିବା ଓ ଖାଇବା ବ୍ୟବସ୍ଥା କରୁଥିବାରୁ ଭ୍ରମଣକାରୀ ଛାତ୍ରଛାତ୍ରୀଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ମାଟିର ପ୍ରତିନିଧିତ୍ବ କରିବା ଲାଗି ଏନଆଇଟି ରାଉରକେଲାକୁ ସୁଯୋଗ ଦେଇଥିବାରୁ ମୁଁ ଶିକ୍ଷା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି। ସହର ଓ ରାଜ୍ୟ ପକ୍ଷରୁ, ମୁଁ ସିକ୍କିମରୁ ଆସିଥିବା ଆମର ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆଶା କରୁଛି ଯେ ଆମେ ସମସ୍ତେ ମିଶି ଏକ ଅବିସ୍ମରଣୀୟ ଯାତ୍ରା ଆରମ୍ଭ କରିପାରିବା ।’’

ସିକ୍କିମର ସଂଯୋଜକ ସୁମୀତ କୁମାର କହିଛନ୍ତି, ‘‘ପ୍ରଭୁ ଜଗନ୍ନାତଙ୍କ ମାଟିକୁ ଆସି ଆମେ ଆନନ୍ଦିତ । ଦୁଇ ଦିନ ଧରି ଯାତ୍ରା କରିବା ପରେ ଏନଆଇଟି ରାଉରକେଲା ଓ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆମକୁ ଯେଭଳି ଭାବେ ସ୍ୱାଗତ କରାଗଲା ତାହା ଅବିସ୍ମରଣୀୟ । ଏକ ଭାରତ ଶ୍ରେଷ୍ଠ ଭାରତ ଏନଆଇଟି ରାଉରକେଲାର ସମ୍ପୂର୍ଣ୍ଣ ଟିମ ଆମକୁ ଆପଣାର ଭଳି ଆତିଥ୍ୟ ଅନୁଭୂତି ପ୍ରଦାନ କରିଛନ୍ତି । ଓଡ଼ିଶା ସଂସ୍କୃତିକୁ ଅତି ନିକଟରୁ ଦେଖି ଆମେ ଅନୁପ୍ରାଣିତ ହୋଇପାରିବୁ । ଆମେ ଏହାର ଐତିହ୍ୟକୁ ଭଲ ଭାବେ ଜାଣିବା ଲାଗି ଆଗ୍ରହୀ ରହିଛୁ । ଆମର ସିକ୍କିମ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଓ ହାର୍ଦ୍ଦିକ ଆତିଥେୟ ପାଇଁ ମୁଁ ଏନଆଇଟି ରାଉରକେଲାକୁ ଧନ୍ୟବାଦ ଦେଉଛି । ’’

ସିକ୍କିମ ପ୍ରତିନିଧିମାନେ ଟ୍ରେନ ଯୋଗେ ଆସି ଶନିବାର ଅପରାହ୍ନରେ ରାଉରକେଲାରେ ପହଞ୍ଚିଥିଲେ । ଏନଆଇଟି ରାଉରକେଲା ପ୍ରତିନିଧି, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ, ଛାତ୍ର କଲ୍ୟାଣ ଡିନ ପ୍ରଫେସର ଏସ ଜେନା, ସୁରକ୍ଷା ଓ ନିରାପତ୍ତା ବିଭାଗର ପ୍ରାଧ୍ୟାପକ ଅନୀଲ କୁମାର ସିଂ, ଏନଆଇଟି ରାଉରକେଲା ଯୁବା ସଂଗମ କାର୍ଯ୍ୟକ୍ରମର ସଂଯୋଜକ ଏବଂ ଛାତ୍ର ସ୍ବେଚ୍ଛାସେବୀ ସେମାନଙ୍କୁ ସ୍ୱାଗତ କରିଥିଲେ । ଆଇଆରସିଟିସିର ପ୍ରତିନିଧିମାନେ ମଧ୍ୟ ଏହି ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଷ୍ଟେସନରେ ପାରମ୍ପରିକ ଲୋକନୃତ୍ୟ ଜରିଆରେ ସିକ୍କିମ ଦଳକୁ ସ୍ୱାଗତ କରାଯାଇଥିଲା ।

ଯୁବା ସଂଗମ ଯୁବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ଏନଆଇଟି ରାଉରକେଲାକୁ ନୋଡାଲ ପ୍ରତିଷ୍ଠାନ ଭାବେ ଚୟନ କରାଯିବା ସହିତ ଏହାକୁ ଏନଆଇଟି ସିକ୍କିମ ସହିତ ଯୋଡ଼ଯାଇଛି । ଏନଆଇଟି ରାଉରକେଲା ପକ୍ଷରୁ ସିକ୍କିମର ପ୍ରତିନିଧି ଦଳ ପାଇଁ ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଗକୁ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଇନଡୋର ଷ୍ଟାଡିୟମ ଓ ସହରର ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି, ହନୁମାନ ବାଟିକା, ବେଦବ୍ୟାସ ମନ୍ଦିର ଓ ବୈଷ୍ଣୋଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଆଇଆଇଏମ ସମ୍ବଲପୁର, ହୀରାକୁଦ ନଦୀବନ୍ଧ, ସମଲେଇ ମନ୍ଦିର, ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର ଓ ପ୍ରମୁଖ ଶିଳ୍ପ କାରଖାନା ବୁଲି ଦେଖିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2023, 11:03 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.