ETV Bharat / state

ତମାଖୁ ଉପରେ ଦୃଢ ପଦକ୍ଷେପ ନେବା ପାଇଁ ଯୁବ ଛାୟା ସଂସଦ ଆୟୋଜିତ

ତମାଖୁ ନିୟନ୍ତ୍ରଣ ଉପରେ ଦୃଢ ପଦକ୍ଷେପ ନେବା ପାଇଁ ଯୁବ ଛାୟା ସଂସଦ ଆୟୋଜିତ । ତମାଖୁ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ବିପଦକୁ ଦୂର କରିବା ଉପରେ ଗୁରୁତ୍ବାରୋପ କଲେ ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 27, 2023, 12:08 PM IST

Updated : Sep 27, 2023, 2:13 PM IST

Etv Bharat
Etv Bharat
ତମାଖୁ ଉପରେ ଦୃଢ ପଦକ୍ଷେପ ନେବା ପାଇଁ ଯୁବ ଛାୟା ସଂସଦ ଆୟୋଜିତ

ଭୁବନେଶ୍ବର: ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତିକୁ ବିଚାର କରି ଆୟୋଜିତ ହୋଇଯାଇଛି ଯୁବ ଛାୟା ସଂସଦ । ସ୍ବେଚ୍ଛାସେବୀ ସଂଗଠନ ପିପୁଲ୍ସ୍ କଲ୍‌ଚରାଲ୍ ସେଚାର(ପିକକ୍‌) ଓ କୋଆଲିସନ୍ ଫର ଟବାକୋ ଫ୍ରି' ଓଡିଶାର ମିଳିତ ସହଯୋଗରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ବାସ୍ଥ୍ୟରେ ଉନ୍ନତି’ ଉପରେ ଛାୟା ସଂସଦ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ଛାୟା ସଂସଦରେ ଛାତ୍ରଛାତ୍ରୀଙ୍କ ପାଇଁ ସଂସଦର ପ୍ରତିକ୍ରିୟାତ୍ମକ ବ୍ୟବସ୍ଥା କରାଯାଇଥିଲା ।

ଯେଭଳି ସଂସଦରେ ସାଂସଦମାନେ ବସି ନିଜର ମତ ଓ ଅଭିଯୋଗ ରଖିଥାଆନ୍ତି, ଠିକ ସେହିପରି ଛାତ୍ରଛାତ୍ରୀ ଏକ ନେତାର ଅନୁଭୂତି ନେଇ ତମାଖୁ ସମ୍ବନ୍ଧୀୟ ପ୍ରଶ୍ନ କରିଥିଲେ । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ରାଜନେତା ହେବାର ଏକ ଦିଗ ଦେଖାଇବା ସହ ସଂସଦ ଭବନରେ କ'ଣ ସବୁ ହୋଇଥାଏ କିଭଳି ଶୃଙ୍ଖଳିତ ଢଙ୍ଗରେ ନିଜର ମତ ଉପସ୍ଥାପନା କରାଯାଏ ସେହି ଅନୁଭୂତି ଦେଇଥିଲା । ଏହାକୁ ନେଇ ପିଲାମାନେ ବେଶ ଉତ୍ସୁକତାର ସହ ନିଜର ସଂସଦୀୟ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ସୁପ୍ରିମକୋର୍ଟ ଆଡଭୋକେଟ୍ ରଞ୍ଜିତ ସିଂ, ଏବଂ ସିଟିଏଫ୍‌କେ ଅନୁପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ସାଂସଦ ଅମର ପଟ୍ଟନାୟକ ଯୁବକମାନଙ୍କ ମଧ୍ୟରେ ତମାଖୁ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ବିପଦକୁ ଦୂର କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ, ଆଜିର ଯୁବକମାନେ ଆମ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ବ କରନ୍ତି । ସେମାନଙ୍କର ସୁସ୍ଥ ଏବଂ ତମାଖୁମୁକ୍ତ ଭବିଷ୍ୟତ ନିଶ୍ଚିତ କରିବା ଆମର ସାମୂହିକ ଦାୟିତ୍ବ । ତମାଖୁ ବ୍ୟବହାର ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ହାନିକାରକ । ଯୁବପିଢିଙ୍କୁ ଏହି କ୍ଷତିକାରକ ନିଶାଠାରୁ ରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ନିତ୍ୟନ୍ତ ଆବଶ୍ୟକ । ଯୁବ ଛାୟା ସଂସଦ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ଶିକ୍ଷା ଦେବା ପାଇଁ ଏହି ପଦକ୍ଷେପ ପ୍ରଶଂସନୀୟ ।

ଏହାମଧ୍ୟ ପଢନ୍ତୁ: ଶୋ’କେଶ ଓଡିଶା ଆୱାର୍ଡସ ଦ୍ୱାରା ୪ ଓଡ଼ିଆ ସମ୍ମାନିତ

ସାଂସଦ ସୁଲତା ଦେଓ କହିଥିଲେ ଯେ, କମ୍ ବୟସରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ଭଳି ଏହି ସାହସିକ ପଦକ୍ଷେପ ପାଇଁ ମୁଁ ପିକକ୍ ଟିମକୁ ଅଭିନନ୍ଦନ ଜଣାଉଛି । ତମାଖୁ କେବଳ ବ୍ୟକ୍ତିବିଶେଷଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉ ନାହିଁ ବରଂ ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି, ଯଦ୍ବାରା ଦେଶରେ ପ୍ରଗତିରେ ବାଧା ସୃଷ୍ଟି ହେଉଛି । ଆମ ଯୁବକମାନଙ୍କ ମଧ୍ୟରେ ତମାଖୁ ସେବନକୁ ମୁକାବିଲା କରିବା ଏବଂ ସେମାନଙ୍କ ପାଇଁ ଉଜ୍ଜଳ ଓ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବାକୁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ।

ଯୁବ ଛାୟା ସଂସଦ ଓଟିଟି ପ୍ଲାଟଫର୍ମରେ ଧୁମ୍ରପାନ ବିରୋଧୀ ଚେତାବନୀ ପ୍ରଦର୍ଶନ ପାଇଁ ନୂତନ ନିୟମ ପ୍ରଣୟନ କରିଥିବାରୁ ସରକାରଙ୍କୁ ପ୍ରଶଂସା କରିବା ସହିତ ସର୍ବସାଧାରଣ ସ୍ଥାନଗୁଡିକୁ ତମାଖୁ ମୁକ୍ତ କରିବା ପାଇଁ ବର୍ତ୍ତମାନର କୋଟ୍‌ପା, ୨୦୦୩ ଆଇନକୁ ଅଧିକ ଦୃଢୀଭୂତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଣିଥିଲେ । ଯୁବ ଛାୟା ସଂସଦ ଅଧିବେଶନରେ ତମାଖୁ ସହିତ ଜଡିତ ବିଭିନ୍ନ ବିଷୟ ଯଥା ସେକେଣ୍ଟ ହ୍ୟାଣ୍ଡ୍ ଧୂମପାନ ଏବଂ ତମାଖୁ ଦ୍ରବ୍ୟ ବିକ୍ରି ପାଇଁ ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା । ଅଂଶଗ୍ରହଣକାରୀମାନେ ବିଦ୍ୟାଳୟଗୁଡିକୁ ତମାଖୁ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ତମାଖୁ ଏବଂ ଏହାର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ପାଇଁ ଶିକ୍ଷାନୁଷ୍ଠାନ ନିକଟରେ ବା ତମାଖୁ ବିକ୍ରୟ ସ୍ଥାନରେ ବିଜ୍ଞାପନ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2023, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.