ETV Bharat / state

ଅତ୍ୟଧିକ ମଦ ପିଇ ଯୁବକ ମୃତ ! - khurdha district news

ଖୋର୍ଦ୍ଧା ଜିଲ୍ଲାରେ ଅଭାବନୀୟ ଘଟଣା । ଅତ୍ୟଧିକ ମଦ୍ୟପାନ କରି ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଅଧିକ ପଢନ୍ତୁ...

ଅତ୍ୟଧିକ ମଦ୍ୟପାନ କରି ଯୁବକ ମୃତ !
ଅତ୍ୟଧିକ ମଦ୍ୟପାନ କରି ଯୁବକ ମୃତ !
author img

By

Published : Aug 19, 2021, 8:16 PM IST

ଖୋର୍ଦ୍ଧା : ଅତ୍ୟଧିକ ମଦ ପିଇବା ହେଲା କାଳ । ଅତ୍ୟଧିକ ମଦ ପିଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନସିରେଇପୁର ଗ୍ରାମର ସୁଶାନ୍ତ ବେହେରା ବୋଲି ଜଣାପଡିଛି ।

ଅତ୍ୟଧିକ ମଦ୍ୟପାନ କରି ଯୁବକ ମୃତ

ଘଟଣା ଅନୁସାରେ, ସୁଶାନ୍ତ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ପ୍ରଚୁର ମଦ ପିଇ ଦେଇଥିବାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବାଣପୁର ମେଡିକାଲକୁ ନେଇଥିଲେ ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ । କିନ୍ତୁ ଭୁବନେଶ୍ବର ଯିବା ରାସ୍ତାରେ ତାଙ୍କ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ନିକଟସ୍ଥ ଟାଙ୍ଗୀ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଟାଙ୍ଗୀ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.