ETV Bharat / state

ଗାନ୍ଧି ମାର୍ଗରେ ମୃତଦେହ: ହିଟ୍ ଆଣ୍ଡ ରନ୍ ନା ପ୍ରି ପ୍ଲାନ୍ ମର୍ଡର ? ବଢିଲା ସନ୍ଦେହ

author img

By ETV Bharat Odisha Team

Published : Sep 20, 2023, 4:15 PM IST

ରାଜଧାନୀର ହାଇସିକ୍ୟୁରିଟି ଜୋନ କୁହାଯାଉଥିବା ଭିଭିଆଇପି ସରକାରୀ କ୍ବାଟର ଓ କଂଗ୍ରେସ ଭବନ ମଝି ରାସ୍ତାରେ ଠାବ ହୋଇଛି ମୃତଦେହ । ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଅଧିକ ପଢନ୍ତୁ

youth body dumped on the streets of bhubaneswar
ରାଜଧାନୀର ହାଇସିକ୍ୟୁରିଟି ଜୋନରେ ମୃତଦେହ
ରାଜଧାନୀର ହାଇସିକ୍ୟୁରିଟି ଜୋନରେ ମୃତଦେହ

ଭୁବନେଶ୍ବର: ରାଜଧାନୀର ହାଇସିକ୍ୟୁରିଟି ଜୋନରେ ଠାବ ହୋଇଛି ମୃତଦେହ । ଭିଭିଆଇପି ସରକାରୀ କ୍ବାଟର ଓ କଂଗ୍ରେସ ଭବନ ମଝି ରାସ୍ତାର କଡ଼ରେ ଥିବା ଡ୍ରେନ ଉପରେ ଦେଖିବାକୁ ମିଳିଛି ମୃତଦେହ । ଏନେଇ ଦିନ ପ୍ରାୟ ୧୧ଟା ୫୦ ମିନିଟ ସମୟରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଛାନଭିନ ଚଳାଇଛି । ମୃତଦେହରେ କୌଣସି କ୍ଷତାକ୍ତ ଚିହ୍ନ ନଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ମାଷ୍ଟରକାଣ୍ଟିନ ତଥା ଗାନ୍ଧିମାର୍ଗର ଗହଳି ଚହଳି ଅଞ୍ଚଳରେ ଦି ଦ୍ବିପହରେ ଏପରି ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ମୃତ ବ୍ୟକ୍ତି ଜଣକ ଏକ କଳା ରଙ୍ଗର ଟ୍ରାଉଜର ଓ ହଳଦିଆ ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିବାବେଳେ ମୃତଦେହକୁ ତୁରନ୍ତ ହସ୍ପିଟାଲ ନେଇଥିଲା ପୋଲିସ । ମୃତଦେହ ଠାବ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ । ତେବେ ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଧାନସଭା ସାମ୍ନାରେ ଅନେକ ସମୟରେ ରାଲି ବା ଧାରଣା ଦିଆଯାଇଥାଏ ।

ଦିନ ରାତି ଇଣ୍ଟେଲିଜେନ୍ସ ତଥା ଗୁଇନ୍ଦା ଓ ପୋଲିସ ଅଧିକାରୀଙ୍କ ଆଲର୍ଟରେ ଥିବା ଅଞ୍ଚଳରେ ଏଭଳି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ହାଇସିକ୍ୟୁରିଟି ଅଞ୍ଚଳର ରାସ୍ତାକଡ଼ କ୍ବାଟର ନିକଟରୁ ମୃତଦେହ ଠାବ ହେବା ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି । କାରଣ ମୃତକଙ୍କର କୌଣସି ପରିଚୟ ପୋଲିସ ପାଇନଥିବାବେଳେ ସେଠାରେ ପଚରାଉଚରା ଜାରି ରଖିଛି ପୋଲିସ ।

ଏହା ବି ପଢନ୍ତୁ...Ganesh Puja 2023: ଚାନ୍ଦାକୁ ନେଇ ଛୁରାମାଡ଼, 2 ଗୁରୁତର

ଏକ ଧଳା କାର ପାସ କରିବା ପରେ ଏହି ମୃତଦେହ ପଡିଥିବା ନେଇ ପଚରାଉଚରା ସମୟରେ ପୋଲିସକୁ ସୁରାକ ମିଳିଛି । ଅନ୍ୟପଟେ ମୃତ ଯୁବକଙ୍କ ପାଦରେ ଚପଲ ନଥିବାବେଳେ ଯୁବକର ମୁଣ୍ଡ ପାଖରେ ଚପଲ ଓଲଟା ମିଳିବା ଘଟଣା ନେଇ ସନ୍ଦେହ ବଢୁଛି । ତେବେ କେହି କାର ଯୋଗେ ଆସି ମୃତଦେହକୁ ଫିଙ୍ଗି ଚାଲି ଯାଇଛି, ନା କେହି ଗାଡି ଚଢାଇ ଦେଇଛି କିମ୍ବା ଶୋଇ ରହିଥିବା ଅବସ୍ଥାରେ ସ୍ବାଭାବିକ ଭାବେ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ? ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ତେବେ ପୋଲିସ ବିଭିନ୍ନ‌ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏନେଇ କ୍ୟାପିଟାଲ ଥାନାଧିକାରୀ କହିଛନ୍ତି, "ଗାଡିରେ ଆସି କେହି ମୃତଦେହ ପକାଇବା ନେଇ କୌଣସି ସ୍ପଷ୍ଟୀକରଣ ନାହିଁ । ତଥାପି ଗାଡିର ନମ୍ବର ଓ ଚାଳକ କିଏ ସେନେଇ ତଦନ୍ତ ଜାରି ରହିଛି । ସିସିଟିଭି ଫୁଟେଜ ସଂଗ୍ରହ କରାଯାଉଛି । ଏହାସହ ମୃତକଙ୍କ ପରିଚୟ ମଧ୍ୟ ଜାଣିବା ପାଇଁ ପ୍ରଚେଷ୍ଟା କରୁଛି ପୋଲିସ । ତେବେ ମୃତକର ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.