ETV Bharat / state

ଏକତରଫା ପ୍ରେମର କରୁଣ ପରିଣତି: ମିଳିଲାନି ପ୍ରେମିକା, ଆତ୍ମହତ୍ୟା କଲା ପ୍ରେମିକ

author img

By

Published : Nov 7, 2020, 10:56 AM IST

ଏକ ପାଖିଆ ପ୍ରେମ କରି ଶେଷରେ ନିଜର ଜୀବନ ହାରିଲେ ଖୋର୍ଦ୍ଧା କମାଗୁରୁ ପଞ୍ଚାୟତ ଦୁଝିଆଝର ଗାଁର କେଶବ ସେଠୀ । ଅଧିକ ପଢନ୍ତୁ...

ମିଳିଲାନି ପ୍ରେମିକା, ଆତ୍ମହତ୍ୟା କଲା ପ୍ରେମିକ

ଖୋର୍ଦ୍ଧା: ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା । ଯୁବକ ହେଲେ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତ ଦୁଝିଆଝର ଗାଁର କେଶବ ସେଠୀ । ସେ ଉକ୍ତ ଗାଁର ଏକ ଯୁବତୀଙ୍କୁ ଏକ ତରଫା ପ୍ରେମ କରି ଆସୁଥିଲେ । ଏଥିରେ ଯୁବତୀଙ୍କ ପରିବାର ଲୋକେ ଆପତ୍ତି କରିବାରୁ ଯୁବକ ଜଣକ କିଛି ଦିନ ପୂର୍ବେ ଗାଁ ଛାଡି ରାଜ୍ୟ ବାହାରକୁ ପଳାଇ ଯାଇଥିଲା । ହେଲେ ପୁଣି କେଶବ ଗାଁକୁ ଫେରିଥିଲେ ।

ଏହି ସମୟରେ ଯୁବତୀଙ୍କର ବାହାଘର ଠିକ ହେଉଥିବା ଜାଣି ପାରି ନିଜ ପ୍ରେମକୁ ପାଇବାରେ ବିଫଳ ହୋଇ ଅରିସଲର ଏକ ପୋଖରୀ ହୁଡାରେ ଥିବା ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ସିକୋ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.