ETV Bharat / state

ପାଇପ ମିସ୍ତ୍ରୀ ଲିକ୍ କଲେ ଓଡ଼ିଆ ଫିଲ୍ମ, ଗଞ୍ଜାମରୁ ଅଭିଯୁକ୍ତକୁ ଧରିଲା କ୍ରାଇମବ୍ରାଞ୍ଚ - ଚଳଚ୍ଚିତ୍ର ରାମ ଭିଡିଓ ଭାଇରାଲ

ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ଅରିଜିନାଲ ଭିଡିଓକୁ ଜଣେ ବ୍ୟକ୍ତି ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଶିବରାମ ନାହାକ । ଅଧିକ ପଢ଼ନ୍ତୁ

ଓଡ଼ିଆ ଫିଲ୍ମ 'ରାମ'ର ଅରିଜିନାଲ ଭିଡିଓ ଲିକ୍‌
ଓଡ଼ିଆ ଫିଲ୍ମ 'ରାମ'ର ଅରିଜିନାଲ ଭିଡିଓ ଲିକ୍‌
author img

By ETV Bharat Odisha Team

Published : Nov 24, 2023, 10:24 PM IST

ଓଡ଼ିଆ ଫିଲ୍ମ 'ରାମ'ର ଅରିଜିନାଲ ଭିଡିଓ ଲିକ୍‌

ଭୁବନେଶ୍ବର: ଓଡ଼ିଆ ଫିଲ୍ମକୁ ଅନଲାଇନରେ ଲିକ୍ କରିବା ପଡ଼ିଲା ମହଙ୍ଗା । ଓଡ଼ିଆ ଅଭିନେତା ଅରିନ୍ଦମଙ୍କ 'ରାମ' ଫିଲ୍ମ ଲିକ୍ କରି ଅଡୁଆରେ ପାଇପ ମିସ୍ତ୍ରୀ । ୟୁଟ୍ୟୁବରେ ଅପଲୋଡ଼ କରି ଫସିଲେ ଗଞ୍ଜାମର ଦିନ ମଜୁରିଆ । ଛତ୍ରପୁରରୁ ସମ୍ପୃକ୍ତ ପାଇପ ମିସ୍ତ୍ରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ନାମ ଶିବରାମ ପ୍ରଧାନ । ଘର ମଝିସାହି ଛତ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଓଡ଼ିଆ ଅଭିନେତା ଅରିନ୍ଦମଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ରାମ ଏବେ ବିଭିନ୍ନ ହଲରେ ପ୍ରଦର୍ଶିତ ହେଉଛି । ଯାହାକି ଏ ପର୍ଯ୍ୟନ୍ତ ଅନଲାଇନରେ ଉପଲବ୍ଧ ହୋଇନାହିଁ । ତେବେ ରାମ ଚଳଚ୍ଚିତ୍ରକୁ ରତ୍ନା ଫିଲ୍ମ ନାମକ ଏକ ୟୁଟ୍ୟୁବ ପେଜରେ ଅପଲୋଡ଼ କରିଥିଲେ ଅରିନ୍ଦମ । ନିଜ ୟୁଟ୍ୟୁବରେ ଅପଲୋଡ଼ କରି ପ୍ରାଇଭେଟ୍ ରଖିଥିଲେ । କିନ୍ତୁ କିଛିଦିନ‌ ପରେ ଫିଲ୍ମଟିକୁ ବେଆଇନ ଭାବରେ କେହି ଜଣେ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । ପରେ ବିଭିନ୍ନ ସୋସିଆଲ ମିଡିଆ ରାମ ଚଳଚ୍ଚିତ୍ର ଉପଲବ୍ଧ ହୋଇଥିଲା । ଯାହାଦ୍ବାରା ଫିଲ୍ମର ବ୍ୟବସାୟରେ ବାଧା ସୃଷ୍ଟି କରିଥିଲା ।

ସେପଟେ ବିନା ଅନୁମତିରେ ଚଳଚ୍ଚିତ୍ରର ଭିଡିଓ ଅନଲାଇନରେ ଅପଲୋଡ଼ ହୋଇଥିବା ଖବର ପାଇଥିଲେ ଅଭିନେତା ଅରିନ୍ଦମ । ଏନେଇ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ ବେଳେ ଭିଡିଓଟି ଗଞ୍ଜାମର ଜଣେ ବ୍ୟକ୍ତିଙ୍କ ୟୁଟ୍ୟୁବ ପେଜରେ ଅପଲୋଡ଼ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ଅପଲୋଡ଼ କରିଥିବା ଯୁବକ ଜଣେ ପାଇପ ମିସ୍ତ୍ରୀ । ବେଆଇନ ଭାବେ ଓଡ଼ିଆ ଫିଲ୍ମକୁ ଅପଲୋଡ଼ କରିବା ଓ ବିନା ଅନୁମତିରେ ଅନ୍ୟର ଫିଲ୍ମକୁ ନେଇ ସାର୍ବଜନିନ କରିବା ନେଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପାଇପ ମିସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ......ଓଲିଉଡ ବିବାଦ ଉପରେ ମାଇଣ୍ଡ ଗେମ୍‌ ଅଭିନେତାଙ୍କ ପ୍ରତିକ୍ରିୟା, କହିଲେ ଚଳଚ୍ଚିତ୍ର ସମସ୍ତଙ୍କୁ ଯୋଡିବାର କାମ କରେ

ତେବେ କିଛି ଦିନ ପୂର୍ବରୁ ଏହି ଫିଲ୍ମକୁ ନେଇ ଓଡ଼ିଆ ଫିଲ୍ମି ଇଣ୍ଡଷ୍ଟ୍ରିରେ କଳି ଦେଖିବାକୁ ମିଳିଥିଲା । ଯାହାକୁ ରିଲିଜ କରି ନଦେବା ନେଇ ପଶ୍ଚିମ ଓଡ଼ିଶାରେ ବିରୋଧ କରାଯିବା ସହ ପୋଷ୍ଟର ଚିରା ଯାଇଥିବାର ଅଭିଯୋଗ ଆଣିଥିଲେ ଅରିନ୍ଦମ । ଏନେଇ କିଛି ଦିନ ଧରି ଓଲିଉଡରେ ଏହି ଫିଲ୍ମିକୁ ନେଇ ବିରୋଧ ଜାରି ରହିଥିଲା । ଏପରିକି ଅଭିନେତା ଓ ଅଭିନେତା ମଧ୍ୟରେ ବିବାଦ ମଧ୍ୟ ସାମ୍ନାକୁ ଆସିଥିଲା । ଫିଲ୍ମକୁ ନେଇ ହେଉଥିବା ବିରୋଧକୁ ନେଇ କିଛି ଅଭିନେତାଙ୍କ ମଧ୍ୟ ଦାୟୀ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.