ETV Bharat / state

Year Ender 2022: ଏ ବର୍ଷ ଫର୍ଦ୍ଦରେ ଅପରାଧ ଦୁନିଆର କୁଇନ - କ୍ୟାମେରା ମ୍ୟାନ ମାନସକୁ ହତ୍ୟା ପଛରେ ଶର୍ମିଷ୍ଠା ରାଉତ

ବର୍ଷ 2022 ମହିଳା ଅପରାଧିଙ୍କୁ ନେଇ ଥିଲା ବେଶ ଚର୍ଚ୍ଚାରେ । ସୁନ୍ଦର ଚେହେରା ପଛରେ ଏଭଳି କାଣ୍ଡ ସବୁ ଭିଆଇଛନ୍ତି ଯାହାକୁ ଭୁଲିବନି ରାଜ୍ୟ । ସେ ଅର୍ଚ୍ଚନା ହେଉକି ଶର୍ମିଷ୍ଠା । ଏମିତି କିଛି ଲେଡି କ୍ରିମିନାଲ ବା ମହିଳା ଅପରାଧିଙ୍କୁ ନେଇ ଆମର ବିଶେଷ ଉପସ୍ଥାପନା । ଅପରାଧ ଜଗତରେ ମହିଳା

Year ender 2022
Year ender 2022
author img

By

Published : Dec 26, 2022, 1:41 PM IST

Updated : Dec 26, 2022, 2:06 PM IST

ଭୁବନେଶ୍ବର: ଆଉ କିଛିଦିନର ଅପେକ୍ଷା, ଶେଷ ହୋଇଯିବ ବର୍ଷ ୨୦୨୨ । ପୁଣି କେତେ ନୂଆ ଆଶା, ଉଦ୍ଦିପନାକୁ ନେଇ ଆସିବ ବର୍ଷ ୨୦୨୩ । ସେହି ଦିନକୁ ଏବେ ଉତ୍ସାହର ସହ ଚାହିଁ ବସିଛନ୍ତି ବିଶ୍ବବାସୀ । ବର୍ଷ ତ ଶେଷ ହୋଇଯିବ, କିନ୍ତୁ ଲାଗିଥିବା ଦାଗ ସବୁଦିନ ପାଇଁ ମନେ ରହିବ । ଚଳିତ ବର୍ଷ ଅପରାଧ ଦୁନିଆରେ ଏମିତି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅପରାଧ ଦୁନିଆରେ ପାଦ ଥାପି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲେ ଲେଡି କ୍ରିମିନାଲ । ଚୋରି, ଛିନତାଇ ଠୁ ବ୍ଲାକମେଲ, ଠକେଇ,ନିଶା କାରବାରଠୁ ଦେହ ବ୍ୟବସାୟ ଲିଙ୍କ, ହତ୍ୟା,ଡକାୟତି,ରାହାଜାନି ପରି ଘଟଣାରେ ମହିଳାଙ୍କ ଲିଙ୍କ ଥିବା ସାମ୍ନାକୁ ଆସିଥିଲା । ଏମିତିକି ସେମାନେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ରହିଥିଲେ । ଆଉ ଏମାନଙ୍କ କାରନାମା ସମସ୍ତଙ୍କୁ କରିଥିଲା ଚକିତ । କାହିଁକି ନା ଜଣେ ମହିଳା କେତେ ଯେ ଭୟଙ୍କର ହୋଇପାରେ ତାହା ସ୍ପଷ୍ଟ ବାରି ହୋଇପଡିଥିଲା । ଅପରାଧର ଗଳିର ଲେଡି ଡନ ସାଜିଥିଲେ ଲେଡି ସଇତାନ । ନଜର ପକାନ୍ତୁ ସେମିତି କିଛି ଘଟଣା ଉପରେ । ଯେଉଁଥିଲେ ମହିଳା ସାଜିଥିଲେ ଡନ ।

ମଡେଲ ସୌମ୍ୟଙ୍କ ମୃତ୍ୟୁ ପଛରେ କଣ୍ଠଶିଳ୍ପୀ ସୋନାଲିଙ୍କ ହାତ

ସୋନାଲି

ବର୍ଷ ଆରମ୍ଭରୁ ଜାନୁଆରୀ ୩୧ରେ ସାମ୍ନାକୁ ଆସିଥିଲା ମଡେଲ ସୌମ୍ୟଙ୍କ ମୃତ୍ୟୁ ଘଟଣା । କଣ୍ଠଶିଳ୍ପୀ ସୋନାଲି ନନ୍ଦଙ୍କ ଠାରୁ ପ୍ରେମରେ ଧୋକା ପାଇବା ପରେ ଜୀବନ ହାରିଥିଲେ ସୌମ୍ୟ । ଇନଫୋସିଟି ଥାନା ପଟିଆ ଅଞ୍ଚଳରେ ଭଡ଼ାଘରେ ଜୀବନ ହାରିଥିଲେ ସୋମ୍ୟ ପାଣିଗ୍ରାହୀ । ଏହି ମାମଲାରେ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସୋନାଲି ନନ୍ଦ । ଗତ ଏପ୍ରିଲ ୨୦ତାରିଖରେ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ କରିଥିଲା କମିଶନରେଟ ପୋଲି। ଆତ୍ମହତ୍ୟା ପାଇଁ ଉସୁକାଇବା ସଙ୍ଗୀନ ଦଫା ରୁଜୁ କରିଥିଲା ପୋଲିସ । ପ୍ରେମ ବିଚ୍ଛେଦରୁ ଘଟିଥିଲା ଏହି ଘଟଣା ।

କ୍ୟାମେରା ମ୍ୟାନ ମାନସକୁ ହତ୍ୟା ପଛରେ ଶର୍ମିଷ୍ଠା ରାଉତ

ଶର୍ମିଷ୍ଠା ରାଉତ

ଚଳିତ ବର୍ଷ ୧୭ ମାର୍ଚ୍ଚରେ ସାମ୍ନାକୁ ଆସିଥିଲା କ୍ୟାମେରା‌ ମ୍ୟାନ ମାନସ ନାୟକ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ଲୁଣ ଦେଇ ମାଟିତଳେ‌ ପୋତିଥିଲେ ଅପରାଧି । ଏହାପଛରେ ମାଷ୍ଟର ମାଇଣ୍ଡ ଥିଲେ ଲେଡି ମର୍ଡରର ତଥା ଓ୍ବେବ ସାମ୍ବାଦିକା ଶର୍ମିଷ୍ଠା ରାଉତ । ଯେକି ନିଜର କିଛି ସହଯୋଗୀଙ୍କ ଜରିଆରେ ଅପହରଣ ପରେ ଅତି ବୀଭତ୍ସ ଭାବରେ ହତ୍ୟା କରି ମାଟି ତଳେ ଲୁଣ ଦେଇ ପୋତି ଦେଇଥିଲେ । ଯାହାର କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ଶର୍ମିଷ୍ଠା ରାଉତର ଲିଙ୍କ । ଯାହା ସେତେବେଳେ ଦୋହଲାଇ ଦେଇଥିଲା ପୁରା ରାଜ୍ୟ ରାଜନୀତିକୁ ।

ଚନ୍ଦୁ ହତ୍ୟା ଘଟଣାରେ ଲେଡି ଡ୍ରଗ୍ସ ମାଫିଆ ଗିରଫ

Year ender 2022
ରଞ୍ଜୁ ନାୟକ

ସେହିପରି ସେପ୍ଟେମ୍ବର ୯ତାରିଖରେ ୟୁନିଟ୮ ଡିଏଭି ସ୍କୁଲ ପଛପଟେ ଡ୍ରଗସ୍ ଡିଲକୁ ନେଇ ଚନ୍ଦୁ ହତ୍ୟା ଘଟଣାରେ ଗିରଫ ହୋଇଥିଲା ଲେଡି ଡ୍ରଗସ୍ ମାଫିଆ ରଞ୍ଜୁ ନାୟକ ଓ ତାର‌ ସ୍ବାମୀ । ସେତେବେଳେ ସାମ୍ନାକୁ ଆସିଥିଲା ଲେଡି ଡନ ରଞ୍ଜୁର କଳା କାରନାମା ଓ କ୍ରାଇମ୍ ସିଣ୍ଡିକେଟର କଳା କାହାଣୀ ।

ଚୋରି ଛିନତାଇ କରି ସହରରେ ଆତଙ୍କ ମଚାଉଥିଲେ ମହିଳା

Year ender 2022
ରାଜେଶ ସାମନ୍ତରାୟଙ୍କ ମା’

ଚୋରି‌, ଛିନତାଇ,ଡକାୟତି ଏସବୁ ପଛରେ ଥିଲା ଲେଡି ମାଷ୍ଟର ମାଇଣ୍ଡ । ପୁଅ ଗଢ଼ିଥିଲା ଗ୍ୟାଙ୍ଗ ମାଆ କରୁଥିଲା ସହଯୋଗ। ୨୪ମେ ରେ ସାମ୍ନାକୁ ଆସିଥିଲା ଦୁର୍ଦ୍ଦାନ୍ତ ଅପରାଧି ରାଜେଶ ସାମନ୍ତରାୟ ମାଆର କଳା କାହାଣୀ । ସହରରେ ଚୋରି ଛିନତାଇ ରାହାଜାନି ଡକାୟତି ହେଉଥିବା ସୁନାକୁ ବିକିବା ଆଉ ସେଇ ଟଙ୍କାରେ କ୍ରିମିନାଲଙ୍କୁ ପ୍ରୋତ୍ସାହନ ଦେଇ ସହରରେ ଅପରାଧ ଆତଙ୍କ ମଚାଇଥିବା ଥିଲା ଏହି ଗ୍ୟାଙ୍ଗର କାରନାମା । ଯାହା ଅପରେଟ ହେଉଥିଲା ଜଣେ ଲେଡିଙ୍କ ସହଯୋଗରେ । ଏନେଇ ସେହି ଲେଡିଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ନିଶା ବେପାରରେ ଲେଡି ସ୍ମଗଲର

ଡ୍ରଗସ୍ ହେଉ ବା ଗଞ୍ଜେଇ ଅବା ମଦ । ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁରୁଷଙ୍କ ତୁଳନାରେ ମହିଳା ସାମିଲ ହୋଇଥିଲେ ନିଶା କାରବାରରେ। ଯାହାର ଅନେକ ଘଟଣା ଦେଖିବାକୁ ମିଳିଥିଲା ଅଗଷ୍ଟ ୧୨ ତାରିଖରେ । ଭୁବନେଶ୍ଵରରୁ ଅବକାରୀ ଟିମ୍ ହାତରେ ଧରାପଡ଼ିଥିଲା ୨୨ଲକ୍ଷ ଟଙ୍କାର ୨୨୪ଗ୍ରାମ ବ୍ରାଉନସୁଗା୍ର ସହ ସୁଷମା ନାୟକ ହୋଇଥିଲେ ଗିରଫ । ସେହିପରି ନଭେମ୍ବର ୨୧ରେ ବାଲେଶ୍ବରରୁ ଅବକାରୀ ଟିମ୍ ହାତରେ ଧରାପଡ଼ିଥିଲା ୧୩ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଭଗବତି ସାମଲ ନାମକ ଲେଡି ।

ଏହା ମଧ୍ୟ ପଢନ୍ତୁ-Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

ବେଆଇନ ଗର୍ଭପାତ ମାମଲାରେ ଲେଡି ଡକ୍ଟରଙ୍କୁ ସଜ୍ଜା

ଡାକ୍ତରାଣୀ ନବନୀତ ପାଢୀ
ଡାକ୍ତରାଣୀ ନବନୀତ ପାଢୀ

ଅଗଷ୍ଟ ୨୫ତାରିଖରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ ମାମଲାରେ JMFC କୋର୍ଟ ଶୁଣାଇଥିଲେ ସଜ୍ଜା । ଭୁବନେଶ୍ୱରର ପ୍ରତିଷ୍ଠିତ କ୍ଲିନିକର ଡାକ୍ତରାଣୀ ନବନୀତ ପାଢୀଙ୍କୁ ଅଢେଇ ବର୍ଷ ଜେଲ ସଜା ଶୁଣାଇଥିଲେ କୋର୍ଟ । ୨୦୧୯ମସିହାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ ବେଳେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଠାବ କରିଥିଲେ ରାଜଧାନୀରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୂପଣ କରୁଥିବା ଡାକ୍ତରାଣୀ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

ରାଜ୍ୟର ସବୁଠୁ ଚର୍ଚ୍ଚିତ ହନିଟ୍ରାପ ମାମଲା । ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ ଘଟଣା । ସେପ୍ଟେମ୍ବର ୨୯ତାରିଖରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅଭିଯୋଗ ପରେ ସାମ୍ନାକୁ ଆସିଥିଲା ବ୍ଲାକ ମେଲ ଓ ହନିଟ୍ରାପ ସେକ୍ସରାକେର୍ଟ କାରବାରର ଅସଲ ଚିତ୍ର । ୨୦୧୬ର ସାଧାରଣ ଲେଡିରୁ ୨୦୨୨ରେ ହୋଇଯାଇଥିଲେ କୋଟିପତି ଲେଡି ହନିଟ୍ରାପ କୁଇନ । ଯେକି ରାଜନେତା ଅଫିସର ଓ ବ୍ୟବସାୟୀଙ୍କୁ ହନିଟ୍ରାପ କରି ଟଙ୍କା ଇନକମ କରୁଥିଲେ ଲେଡି ବ୍ଲାକ ମେଲର । ଯାହାଙ୍କୁ ଅକ୍ଟୋବର ୫ରେ ଗିରଫ କରିଥିଲା କମିଶନରେଟ ପୋଲିସ ।

ଘରମାଲିକଙ୍କୁ ବାଲମେଲ କରୁଥିଲେ ଭଡାଟିଆ ମହିଳା

ସେପ୍ଟେମ୍ବର ୧୧ବଲାଙ୍ଗୀର ଟାଉନ ପୋଲିସ ହାତରେ ଧରାପଡିଥିଲେ ଲେଡି ବ୍ଲାକମେଲର ଲଳିତା ବାରିକ ଓ ସହଯୋଗୀ ବିଶ୍ଵାମିତ୍ର ନାୟକ । ଯେକି ଘରଭଡ଼ା ନେଇ ଘରମାଲିକର ଅଶ୍ଳୀଳ ଭିଡିଓ କରି କରୁଥିଲେ ବ୍ଲାକମେଲ । ୩ଲକ୍ଷ ଟଙ୍କା ଦାବି ସହ ମାଗଣା ରହିବାକୁ ବାଧ୍ୟ କରୁଥିଲେ ।

ଚାକିରି ଦେବା ଆଳରେ ୨କୋଟି ଠକେଇ

Year ender 2022
ନିଶା କସ୍ୟପ

ଜଣେ ମହିଳା ଚାକିରି ଦେବା ଆଳରେ ୨କୋଟି ଠକେଇ କରିଥିଲେ । ୧୯ ଅଗଷ୍ଟ ରେ ଲେଡି ଠକ ନିଶା କସ୍ୟପ ନାଁରେ ଲୁଟ ଆଉଟ ଜାରି କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଯେକି ମାଲେସିଆରେ ଲୁଚିଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ୍ । ନିଶା କସ୍ୟପ ଗଞ୍ଜାମର ଠକ ଭିକୁ ବିଶୋଇର ପତ୍ନୀ ବୋଲି ଜାଣାପଡିଛି । ଦେଖି ମଣିକନ୍ଦନ ନାମକ ତାମିଲ ଠକ ସହ ମିଶି ଓଡ଼ିଶାରୁ କୋରୋନା ସମୟରେ ଠକିଥିଲେ ୨କୋଟି ଟଙ୍କା । ତେବେ ନିଶା କସ୍ୟପ ପଞ୍ଜାବ ପୋଲିସ ପାଇଁ ମଧ୍ୟ ମୋଷ୍ଟ ଓ୍ବାଣ୍ଟେଡ ରହିଛି ।

କଲେଜ ଫି ଆଳରେ ଠକେଇ

ସେହିପରି ୨୯ଏପ୍ରିଲ ତମାଣ୍ଡୋ ଥାନା ପୋଲିସ କଲେଜ ଫି ଆଳରେ ଠକେଇର ପର୍ଦ୍ଦାଫାସ କରିଥିଲା । ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ଯେକି ନିଜ ବୟଫ୍ରେଣ୍ଡଙ୍କ ସହ ମଉଜ ମଜଲିସ ଓ ଆଲିସାନ ଜୀବନ ବିତାଇବାକୁ ରଚିଥିଲା ଠକାମିର ବାଟ । କଲେଜରୁ ଫିକୁ ଆଦାୟ କରି ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲା । ଅର୍ଥ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

ଦେହ ବ୍ୟବସାୟରେ ମହିଳା

Year ender 2022
ସସ୍ମିତା

ଚେହେରା ଆଳରେ ମୋହରା । ସୁନ୍ଦରୀ ତରୁଣୀର ଲୋଭନୀୟ ଫଟୋ ଦେଖାଇ ଟଙ୍କା ଠକେଇ । ଏସକର୍ଟ ସର୍ଭିସ ନାଁରେ ଅନଲାଇରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଟଙ୍କା ଲୁଟିବାର ଜାଲ ବିଛାଇଥିଲେ ସାଇବର ଠକ(Cyber Fraud in The Name of Escort Services)। ଅକ୍ଟୋବର ୪ରେଏଭଳି ଠକେଇର ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପାତ୍ର ସହ‌ ତାର‌ ପତ୍ନୀ ଚଲାଇଥିଲେ ଏହି‌ ରାକେଟ । ଏହି ମାମଲାରେ ଲେଡି କୁଇନ ବା ସୁଶାନ୍ତ ପତ୍ନୀ ଫେରାର ଥିବା‌ବେଳେ ସୁଶାନ୍ତ ପାତ୍ର ସହ ଜଣେ ଲେଡି ସହଯୋଗୀ ସସ୍ମିତାକୁ ଗିରଫ କରିଥିଲା ସାଇବର ଥାନା ପୋଲିସ ।

ଏହି ତମାମ ମହିଳା ଅପରାଧିଙ୍କ ପାଇଁ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ କିଛି ମହିଳା ଅପରାଧି ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଯେଉଁମାନଙ୍କ ସୁନ୍ଦର ଚେହେରା ପଛରେ ଲୁଚିଥିଲା ସଇତାନ । ତେବେ ଭୁବନେଶ୍ୱରର ଡାଟା ଦେଖିଲେ ବିଭିନ୍ନ ଅପରାଧିକ ମାମଲାରେ ୨୦୨୨ରେ ୧୨ଜଣ ଲେଡି କ୍ରିମିନାଲଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 26, 2022, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.