ETV Bharat / state

Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ

author img

By

Published : Apr 15, 2023, 7:13 AM IST

କିଟ୍ ଠାରେ ୱାଇ-୨୦ କନସଲଟେସନ ସମ୍ମିଳନୀ ଉଦଘାଟିତ ହୋଇଛି । ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଅଧିକ ପଢନ୍ତୁ

Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ
Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ
Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ଜି-୨୦ ଅଧୀନରେ ଆୟୋଜିତ ଦୁଇ ଦିନିଆ ୱାଇ-୨୦ କନସଲଟେସନ ସମ୍ମିଳନୀ ଶୁକ୍ରବାର କିଟ୍ ଠାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଏବଂ ନୀତି ଅନୁକରଣ କରିବାକୁ ଯୁବପିଢିକୁ ଉତ୍ସାହିତ କରିଛନ୍ତି । ଏହାସହିତ ସ୍ଥାୟୀ ଅଭିବୃଦ୍ଧି ଏବଂ ବିକାଶକୁ ସୁନିଶ୍ଚିତ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଚୌବେ କହିଛନ୍ତି ଯେ, ଯୁବକମାନେ ଏହି ମହାନ ରାଷ୍ଟ୍ରର ଭବିଷ୍ୟତକୁ ଧରି ରଖିଛନ୍ତି । ବିକାଶ ପ୍ରକ୍ରିୟାରେ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯାହା ସମାଜରେ ଶାନ୍ତି ଏବଂ ସମୃଦ୍ଧତା ଆଣିବ । ସେ ବିଭିନ୍ନ କ୍ଷେତ୍ରରେ କିଟ୍ ଏବଂ ଏହାର ଛାତ୍ରମାନଙ୍କ ସଫଳତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଅଂଶଗ୍ରହଣକାରୀମାନଙ୍କୁ କିଟ୍ ଏବଂ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ କରିଛନ୍ତି । ୱାଇ-୨୦ କନସଲଟେସନ ଭାରତ ଏବଂ ଜି -୨୦ ଦେଶରୁ ଛାତ୍ର, ଶିକ୍ଷାବିତ୍‌, ବ୍ୟବସାୟ ନେତା ଏବଂ ଆଧ୍ୟାତ୍ମିକ ନେତାମାନଙ୍କୁ ଏକତ୍ର କରିଥିଲା । ଏହି ଫୋରମ୍ ଯୁବକମାନଙ୍କ ପାଇଁ ବିଶ୍ୱସ୍ତରୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା, ଧାରଣା ଆଦାନ ପ୍ରଦାନ, ଅଭିନବ ଚିନ୍ତାଧାରା ବାଣ୍ଟିବା, ଆଲୋଚନା ଏବଂ ବୁଝାମଣା ସହ ଜଡିତ ହେବା ଏବଂ ଏକ ସହମତି ହାସଲ କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ପ୍ରଦାନ କରିଥିଲା ।

ଚଳିତ ବର୍ଷ ଶେଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକରେ ବିଚାର ବିମର୍ଶର ଫଳାଫଳ ଉପସ୍ଥାପିତ ହେବ । କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ୱାଇ-୨୦ କନସଲଟେନସର ବିଷୟବସ୍ତୁ 'ବସୁଧୈବ କୁଟୁମ୍ବକମ୍‌’ (ବିଶ୍ୱ ଏକ ପରିବାର) ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯୁବପିଢ଼ିଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ମଧ୍ୟ କରାଯାଇଛି । ମିଳିତ ଭାବରେ ସାଂସ୍କୃତିକ ଏବଂ ଐତିହ୍ୟର ସଂରକ୍ଷଣ ତଥା ଜାତୀୟ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ।

ଓଡିଶାର ଯୁବବର୍ଗଙ୍କ କ୍ରୀଡା ସଫଳତାକୁ ମଧ୍ୟ ପ୍ରଶଂସା କରି ଉଲ୍ଲେଖ କରିଛନ୍ତି ଯେ ଆମେରିକାର ନାସା ରୋଭର ଚ୍ୟାଲେଞ୍ଜ ୨୦୨୩ ରେ ଭାଗ ନେବାକୁ ରାଜ୍ୟରୁ ୬ ଜଣ ଛାତ୍ରଙ୍କ ମଧ୍ୟରୁ ତିନିଜଣଙ୍କୁ ଚୟନ କରାଯାଇଛି ବୋଲି ତୁଷାରକାନ୍ତି ବେହେରା କହିଛନ୍ତି । ଅନ୍ୟପଟେ ଯୁବ ବ୍ୟାପାର ଏବଂ କ୍ରୀଡ଼ାର କେନ୍ଦ୍ର ସଚିବ ମୀତା ରାଜୀବଲୋଚନ କହିଛନ୍ତି ଯେ, ୱାଇ-୨୦ କନସଲଟେସନ୍ ଆୟୋଜନ କରିବା ପାଇଁ କିଟ୍ ଏକ ଉପଯୁକ୍ତ ଅନୁଷ୍ଠାନ । କାରଣ ଯୁବକମାନେ ବିଭିନ୍ନ ଉପାୟରେ ଭବିଷ୍ୟତ ଗଠନ କରୁଛନ୍ତି । ଅଗଷ୍ଟରେ ବାରାଣାସୀରେ ଅନୁଷ୍ଠିତ ହେବାକୁ ଥିବା ୱାଇ-୨୦ ଶିଖର ସମ୍ମିଳନୀରେ ବିଚାର ବିମର୍ଶର ଫଳାଫଳ ଉପସ୍ଥାପିତ ହେବ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯଥା ବ୍ରିଟେନର ସାଂସଦ ବିରେନ୍ଦ୍ର ଶର୍ମା, ଆମେରିକାର ପୂର୍ବତନ କଂଗ୍ରେସ କର୍ମୀ ରବର୍ଟ ପିଟେଞ୍ଜର, ସ୍ୱିଜରଲ୍ୟାଣ୍ଡର ସାଂସଦ ଡ. ନିକଲସ ସାମୁଏଲ ଗୁଗର, ତିନିଥର ଗ୍ରାମୀ ପୁରସ୍କାର ପ୍ରାପ୍ତ ସଂଗୀତଜ୍ଞ ରିକି କେଜ ଏବଂ କିଟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏମାନଙ୍କ ସହ ଏହି ୟୁଥ-୨୦ କନସଲଟେସନରେ ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦ ଦେଶର ସାଂସଦ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.