ETV Bharat / state

ଛାଡି ଦେଲା ସ୍ବାମୀ, 30 ଦିନ ହେଲା ଶାଶୁ ଘର ସମ୍ମୁଖରେ ମହିଳାଙ୍କ ଧାରଣା

ହକ୍‌ ପାଇଁ ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା । ଦୀର୍ଘ ଏକ ମାସ ଧରି ସ୍ୱାମୀକୁ ଫେରି ପାଇବା ଦାବିରେ ଶାଶୁ ଘର ପିଣ୍ଡାରେ ବସିଛି ସ୍ତ୍ରୀ । ଅଧିକ ପଢନ୍ତୁ

protest in front of in laws house
protest in front of in laws house
author img

By

Published : Dec 25, 2022, 10:18 PM IST

protest in front of in laws house

ଖୋର୍ଦ୍ଧା: ନିଜର ହକ୍ ପାଇଁ ସ୍ବାମୀ ଘର ପିଣ୍ଡାରେ ବସିଛନ୍ତି ପିଙ୍କି । ଅଣ ଓସାରିଆ ପିଣ୍ଡାରେ ନିଜେ ରୋଷେଇ କରି ଖାଉଛି ଓ ସେଇଠି ଶୋଉଛନ୍ତି । ଏମିତି ଦୀର୍ଘ ଏକ ମାସ ଧରି ସ୍ୱାମୀକୁ ଫେରି ପାଇବା ଦାବିରେ ଶାଶୁ ଘର ପିଣ୍ଡାରେ ବସିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସେହି ଗ୍ରାମର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀକୁ ୭ ବର୍ଷ ତଳେ ପ୍ରେମ ବିବାହ କରି ଭୁବନେଶ୍ଵରରେ ରହୁଥିଲେ । ହେଲେ ଗତ ଜୁନ ୧୩ ତାରିଖରୁ ସେମାନଙ୍କ ସଂସାରରେ ଆରମ୍ଭ ହେଲା ଝଡ । ଅଶୋକ ପିଙ୍କିଙ୍କୁ ଛାଡି କେଉଁଆଡ଼େ ପଳାଇଲା । ସ୍ବାମୀକୁ ନ ପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପିଙ୍କି । କିନ୍ତୁ ନ୍ୟାୟ ପାଇଲା ନାହିଁ । ଶେଷରେ ଖୋଜିଖୋଜି କରିବା ପରେ ଆସି ଅଶୋକଙ୍କ ଗ୍ରାମ ବାଘମାରିରେ ପହଞ୍ଚି ଗତ ମାସ 26 ତାରିଖରୁ ଧାରଣାରେ ବସିଛନ୍ତି ।

ସେହିପରି ପିଙ୍କି ପଛୁଆ ବର୍ଗର ହୋଇଥିବାରୁ ତାଙ୍କୁ ଶାଶୂଘର ଲୋକ ଗ୍ରହଣ କରୁନଥିବା କାନ୍ଦିକାନ୍ଦି କହିଛନ୍ତି । ସହିବାର ସବୁ ସୀମା ଟପି ସାରିଥିବା କହିଛନ୍ତି । ଏଥିସହ ଭୁବନେଶ୍ୱରରେ ଥିବା ଘର ଭଡା ଦେଇ ନ ପାରିବାରୁ ସବୁ ଅସବାପତ୍ର ଧରି ଅଶୋକ ଘର ପିଣ୍ଡାରେ ବସି ଲୁହ ଗଡାଉଛନ୍ତି । ପିଲାଟି ଦିନରୁ ବାପ ଛେଉଣ୍ଡ ହୋଇଥିବାରୁ ଆହା କହିବାକୁ କେହି ନଥିବା ବେଳେ ଅଶୋକ ତାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଆଉ ଆଜି ତାଙ୍କ ଦୁଆରେ ନ୍ୟାୟ ପାଇଁ ବସିଛି ବୋଲି କହିଛନ୍ତି । ସେପଟେ ପିଙ୍କିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଘମାରି ପୋଲିସ ଜଣେ ମହିଳା ପୋଲିସଙ୍କୁ ମୁତୟନ କରି ଦାୟିତ୍ୱ ସାରିଦେଇଛି । ସେପଟେ ପିଙ୍କିଙ୍କ ଶାଶୁ ଘର ଲୋକଙ୍କ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଈଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.