ETV Bharat / state

ଚିକିତ୍ସିତ ହୋଇ ଫେରୁଥିଲେ, ବାଟରେ କାର ଧକ୍କାରେ ଗଲା ଜୀବନ - ଦୁର୍ଘଟଣାରେ ମହିଳା ମୃତ

ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ ମହିଳା । ବାଟରେ କାର ଧକ୍କାରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ଚିକିତ୍ସିତ ହୋଇ ଫେରୁଥିଲେ, ବାଟରେ କାର ଧକ୍କାରେ ଗଲା ଜୀବନ

author img

By

Published : Jun 12, 2022, 7:58 AM IST

ଖୋର୍ଦ୍ଧା: ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ ମହିଳା । ହେଲେ ବାଟରେ ଛକି ବସିଥିଲା ଯମ । ମହିଳା ଆମ୍ବୁଲାନ୍ସରେ ଫେରୁଥିବା ସମୟରେ ଏକ କାର ପଛପଟୁ ଗାଡିକୁ ଧକ୍କା ଦେଇଥିଲା । ଯେଉଁଥିରେ ମହିଳାଙ୍କ ମୃତ୍ୟୁ ଘଟିଛି । ଶନିବାର ରାତିରେ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ମହିଳା ହେଉଛନ୍ତି ବୋଲଗଡ଼ ବ୍ଲକ କପାସିଆ ଗ୍ରାମର ମଧୁ ମାନସିଂହଙ୍କ ପତ୍ନୀ ସାବିତ୍ରୀ ମାନସିଂହ ।

ଚିକିତ୍ସିତ ହୋଇ ଫେରୁଥିଲେ, ବାଟରେ କାର ଧକ୍କାରେ ଗଲା ଜୀବନ
ଚିକିତ୍ସିତ ହୋଇ ଫେରୁଥିଲେ, ବାଟରେ କାର ଧକ୍କାରେ ଗଲା ଜୀବନ

ସୂଚନା ଅନୁଯାୟୀ, ସାବିତ୍ରୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଫେରୁଥିଲେ । ତାଙ୍କ ସହ ପରିବାର ଲୋକ ମଧ୍ୟ ଥିଲେ । କିନ୍ତୁ ଫେରିବା ବାଟରେ ଏକ ଦ୍ରୁତଗାମୀ କାର ପଛପଟୁ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଫଳରେ ସାବିତ୍ରୀଙ୍କ ମୁଣ୍ଡ ବାଡେଇ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଗାଡିକୁ ଜବତ କରିଛି । ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଏମିତି ବି ମୃତ୍ୟୁ ଆସେ, ତାହାର ଏକ ନିଚ୍ଛକ ଉଦାହରଣ ହେଉଛି ଏହି ଦୁର୍ଘଟଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.