ETV Bharat / state

ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ୫ ମାସ ଧରି ମହିଳାଙ୍କ ଧାରଣା

author img

By

Published : Apr 7, 2023, 6:35 PM IST

ନ୍ୟାୟ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ମହିଳାଙ୍କ ଧାରଣାକୁ ପୁରିଲା ୫ ମାସ । ଶାଶୁଘର ଲୋକେ ଜାତିଆଣ ଆକ୍ଷେପ କରୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

woman stages dharna in front of in laws house in baghamari
ନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ମହିଳାଙ୍କ ଧାରଣା

ଖୋର୍ଦ୍ଧା: ଦିନେ କି ଦୁଇଦିନ ନୁହେଁ ପୁରା ପାଞ୍ଚ ମାସ ବିତିଗଲା, ହେଲେ ଆଜି ଯାଏ ମିଳିଳାନି ଅଧିକାର । ସ୍ତ୍ରୀ ହକ ପାଇବା ପାଇଁ ଆଜି ବି ଚାଲିଛି ସଂଘର୍ଷ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମରେ ଦୀର୍ଘ ୫ ମାସ ଧରି ସ୍ୱାମୀ ଘର ପିଣ୍ଡାରେ ଧାରଣାରେ ବସିଛି ସ୍ତ୍ରୀ । ଗତ ବର୍ଷ ଜୁନ ମାସରୁ ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ହଠାତ କେଉଁଆଡ଼େ ଚାଲି ଯାଇଥିବାବେଳେ ଆଜି ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ତେଣୁ ଯଥାଶୀଘ୍ର ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ମହିଳା ଦାବି କରିଛନ୍ତି ।

୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଭୁବନେଶ୍ବରରେ ଏକାଠି ଭଡା ଘରେ ମଧ୍ୟ ରହୁଥିଲେ । କିନ୍ତୁ ହଠାତ ସୁଖରେ ସଂସାରରେ ଆସିଲା ଝଡ । ସ୍ତ୍ରୀ ପିଙ୍କିଙ୍କୁ ଛାଡି ଚାଲିଗଲେ ସ୍ବାମୀ ଅଶୋକ । ଆଉ ଶେଷରେ ସ୍ବାମୀଙ୍କୁ ଖୋଜିଖୋଜି ନପାଇବାରୁ ନ୍ୟାୟ ପାଇଁ ଏବେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ମହିଳା । ନିଜର ହକ୍ ପାଇଁ ସ୍ବାମୀଙ୍କ ଘର ଅଣ ଓସାରିଆ ପିଣ୍ଡା ନିଜେ ରୋଷେଇ କରି ଖାଉଛନ୍ତି ଏବଂ ସେଠି ଶୋଉଛନ୍ତି । ଏମିତି ଦୀର୍ଘ ପାଞ୍ଚମାସ ଧରି ସ୍ୱାମୀକୁ ପାଇବା ଦାବିରେ ଶାଶୁ ଘର ପିଣ୍ଡାରେ ବସିଛି ବୋହୂ । ବାଘମାରୀର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ବନଲକ୍ଷ୍ମୀ ବେହେରା ଓରଫ ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀଙ୍କୁ ୭ବର୍ଷ ତଳେ ବାହାହୋଇ ଭୁବନେଶ୍ଵରରେ ରହୁଥିଲେ । ଗତ ବର୍ଷ ଜୁନ ୧୩ ତାରିଖରୁ ଅଶୋକ ସ୍ତ୍ରୀ ପିଙ୍କିକୁ ଛାଡି କୁଆଡେ ପଳେଇଲେ । ସ୍ବାମୀକୁ ନପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପିଙ୍କି । କିନ୍ତୁ ସେଠାରେ ନ୍ୟାୟ ପାଇଲେ ନାହିଁ ।

ଶେଷରେ ଖୋଜି ଖୋଜି ଅଶୋକଙ୍କ ଗ୍ରାମ ବାଘମାରୀରେ ପହଞ୍ଚିଥିଲେ । ଗତବର୍ଷ ନଭେମ୍ବର ମାସ 26 ତାରିଖରୁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି । ତେବେ ପିଙ୍କି ଜାତିକୁ ନେଇ ଶାଶୁଘର ଲୋକ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ କହିଛନ୍ତି," ଯାହାକୁ ଭରସା କରି ବିବାହ କରିଥିଲି ସେ ଆଜି ମତେ ଦାଣ୍ଡରେ ବସାଇଛି, ଆଉ ମୋର କେହି ନାହାନ୍ତି,ମୁଁ କୁଆଡେ ଯିବି । ଶାଶୁଘର ଲୋକେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଥାନାରେ ଅଭିଯୋଗ କଲେ ସୁଦ୍ଧା ପୋଲିସ ସେମାନଙ୍କ ବିରୋଧରେ କୌଣ ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ମୋ ଜୀବନ ପ୍ରତି ବିପଦ ଅଛି, ତେଣୁ ଯଥାଶୀଘ୍ର ମୋତେ ନ୍ୟାୟ ଦରକାର ।"

ଧାରଣାରେ ବସିବାର ତିନିମାସ ପର୍ଯ୍ୟନ୍ତ ବାଘମାରୀ ଥାନା ପକ୍ଷରୁ ତାଙ୍କୁ ୨୪ଘଣ୍ଟିଆ ସୁରକ୍ଷା ପାଇଁ ଦୁଇଜଣ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ତାହାକୁ କାଢି ନିଆଯାଇଛି । ପିଙ୍କି ନିଜକୁ ବର୍ତ୍ତମାନ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି । ଗତ ମାସ ୩୧ ତାରିଖରେ ତାଙ୍କ ଦିଅର ସନ୍ତୋଷ କୁମାର ଦାଶ ସେଠାକୁ ଆସି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ଘୋଷାରି ମାଡ଼ ମାରିଥିବା ବାଘମାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ସତ୍ୱେ ଆକ୍ରମଣକାରୀ ସନ୍ତୋଷ ଦାଶଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପିଙ୍କି । ଅନ୍ୟପଟେ ଏହି ଘଟଣାର ତଦନ୍ତ ଚାଲିଥିବା ଡିଏସପି ସୁଜିତ ପଣ୍ଡା କହିଛନ୍ତି । ସେପଟେ ପିଙ୍କିଙ୍କ ଅଭିଯୋଗ ସମ୍ପର୍କରେ ତାଙ୍କ ଶାଶୁ କିମ୍ବା ଦିଅରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.