ଭୁବନେଶ୍ବର: ଶିକ୍ଷକଙ୍କ ସମସ୍ୟା ନେଇ ବିଧାନସଭା ଶୀତ ଅଧିବେଶନ (Winter session of Odisha Assembly) ର ଷଷ୍ଠ ଦିନରେ ମଧ୍ୟ ହଙ୍ଗାମା ହୋଇଛି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଅଭାବ ଅଭିଯୋଗ କରି ଗୃହରେ ଆନ୍ଦୋଳନ କରିଛନ୍ତି ବିରୋଧୀ । ସର୍ବଦଳୀୟ ବୈଠକରେ ଆଲୋଚନା ବିଫଳ ହେବା ପରେ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଏହାବି ପଢନ୍ତୁ- ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସମ୍ବଲପୁରରେ ଉତ୍ତେଜନା, ଓକିଲ-ପୋଲିସ୍ ଧସ୍ତାଧସ୍ତି
ଶିକ୍ଷକଙ୍କ ସମସ୍ୟା ନେଇ ଆଜି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଦାବି ଉପସ୍ଥାପନ ଓ ସମାଧାନ ଲାଗି ବ୍ୟବସ୍ଥା ନକଲେ ଆନ୍ଦୋଳନରତ ଶିକ୍ଷକ ସରକାରୀ ବାସଗୃହକୁ ପୁରାଇ ଦେବେନାହିଁ ବୋଲି ଚେତାବନୀ ମିଳିଛି । ଏହି ଅଭିଯୋଗ କରି ଶିକ୍ଷକଙ୍କ ସମସ୍ୟାକୁ ନେଇ ପୋଡ଼ିଅମ ତଳେ ପ୍ରଥମେ ଧାରଣାରେ ବସିଲେ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । କଂଗ୍ରେସ ସଦସ୍ୟ ବି ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପୋଡ଼ିଅମ ତଳେ ବସିଲେ ।
ଏହାବି ପଢନ୍ତୁ- Assembly News: ବିଶ୍ଵବିଦ୍ୟାଳୟରେ ଦିଆଯାଉଥିବା IAS କୋଚିଂ ବିଫଳ
କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନରତ ବିଧାୟକଙ୍କୁ ବୁଝାସୁଝା କରିଥିଲେ ସରକାରୀ ଦଳ । ଗୃହକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଶିକ୍ଷକଙ୍କ ପ୍ରସଙ୍ଗ ଆଲୋଚନା ପାଇଁ ସଦସ୍ୟ ଧାରଣାରେ ବସି ନାରାବାଜି କରିଛନ୍ତି । 15 ମିନିଟ ଗୃହ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବିରୋଧୀ ଜିଦରେ ଅଡ଼ି ବସିବାରୁ ସର୍ବଦଳୀୟ ବୈଠକ ବିଫଳ ହୋଇଥିଲା । ପୁନର୍ବାର ଶିକ୍ଷକ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ସେପଟେ ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ଶଶୀଭୂଷଣ ବେହେରା ।
ଏହାବି ପଢନ୍ତୁ- Kulta Samaj Dharmasala In Puri: ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହେଉଛି ପାଠପଢା । ଏପଟେ ଶିକ୍ଷକଙ୍କ ପ୍ରସଙ୍ଗ ନେଇ ଗୃହରେ ଜାରୀ ରହିଛି ଅଚଳାବସ୍ଥା ।
ଇଟିଭି ଭାରତ, ଭୁବନେଶ୍ବର