ETV Bharat / state

ଘରକୁ ନିଅ ନହେଲେ ମଶାଣୀକୁ, ସ୍ତ୍ରୀର ଅଧିକାର ପାଇଁ ଶାଶୁଘର ଆଗରେ ଧାରଣା - ଖୋର୍ଦ୍ଧାରେ ପିଙ୍କିଙ୍କ ଆନ୍ଦୋଳନ

ସ୍ତ୍ରୀର ଅଧିକାର ପାଇଁ ସାତ ଦିନ ହେବ ଶାଶୁଘର ଆଗରେ ଧାରଣା ଜାରି । ଛୋଟ ଜାତିର ହୋଇଥିବାରୁ ପିଙ୍କିକୁ ଶାଶୁଘର ଲୋକ ଗ୍ରହଣ କରିବାକୁ ସେ କରିଛନ୍ତି ନିବେଦନ । ଅଧିକ ପଢନ୍ତୁ

ଘରକୁ ନିଅ ନହେଲେ ମଶାଣୀକୁ, ସ୍ତ୍ରୀର ଅଧିକାର ପାଇଁ ଶାଶୁଘର ଆଗରେ ଧାରଣା

author img

By

Published : Dec 2, 2022, 7:59 PM IST

ଖୋର୍ଦ୍ଧା: ପିଲାଟି ଦିନରୁ ମାଆ କୁ ହରାଇଛି , ସ୍ନେହ କଣ ପିଲାଟି ଦିନରୁ ଜାଣିନି । ସାତ ବର୍ଷ ତଳେ ମତେ ଭଲ ପାଇ ମୋର ସବୁ କଥା ବୁଝିବେ କହି ବାହା ହେଲେ ଆଉ ଏବେ ମତେ ଏମିତି ଶୀତ କାକରରେ ତାଙ୍କ ଦୁଆରେ ବସାଇଛନ୍ତି । ମତେ ଯଦି ସ୍ତ୍ରୀର ଅଧିକାର ଦେବନି ତାହେଲେ ବିଷ ଟିକେ ଦିଅ । ମୁଁ ଏଇଠୁ ତମ ଘରକୁ ଯିବି ନହେଲେ ମଶାଣୀକୁ । ଆଜି ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ବାଘମାରି ଗ୍ରାମରେ ସ୍ତ୍ରୀର ଅଧିକାର ପାଇଁ ସ୍ବାମୀ ଘର ଆଗରେ ଧାରଣରେ ବସିଥିବା ପିଙ୍କି । ଗତ ୨୬ ତାରିଖରୁ ସ୍ତ୍ରୀର ଅଧିକାର ଦାବି କରି ଧାରଣାରେ ବସିଛନ୍ତି ପିଙ୍କି । ଛୋଟ ଜାତିର ହୋଇଥିବାରୁ ପିଙ୍କିଙ୍କୁ ଶାଶୁଘର ଲୋକ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

ଘରକୁ ନିଅ ନହେଲେ ମଶାଣୀକୁ, ସ୍ତ୍ରୀର ଅଧିକାର ପାଇଁ ଶାଶୁଘର ଆଗରେ ଧାରଣା

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମର ଅଶୋକ ଦାସ ନାମକ ଜଣେ ଯୁବକ ଅନୁଗୁଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀକୁ ୭ବର୍ଷ ତଳେ ବାହା ହୋଇ ଭୁବନେଶ୍ଵରରେ ଘର ଭଡା ନେଇ ରହୁଥିଲେ । ଗତ ଜୁନ ୧୩ତାରିଖରୁ ସେମାନଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଲା ।

ସ୍ବାମୀକୁ ନପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲା ପିଙ୍କି । କିନ୍ତୁ ନ୍ୟାୟ ମିଳିଲା ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ଖୋଜି ଖୋଜି ଆସି ଅଶୋକର ଗ୍ରାମ ବାଘମାରିରେ ପହଞ୍ଚି ସାତ ଦିନ ହେବ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେପଟେ ପିଙ୍କିର ସୁରକ୍ଷାକୁ ନଜରରେ ରଖି ତାଙ୍କ ସୁରକ୍ଷା ପାଇଁ ଧାରଣା ସ୍ଥଳରେ ମହିଳା ପୋଲିସ ମୁତୟନ କରାଯାଇଥିବା ଦେଖା ଦେଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.