ETV Bharat / state

୨୦୨୪ ସାଧାରଣ ନିର୍ବାଚନ: ବିଜେପି-ବିଜେଡି ପାଇଁ କଣ ରହିବ ଚ୍ୟାଲେଞ୍ଜ ?

author img

By ETV Bharat Odisha Team

Published : Jan 1, 2024, 7:18 PM IST

2024 General Election: ଆଉ ୨୦୨୪ ସାଧାରଣ ନିର୍ବାଚନକୁ କିଛି ମାସ । ବିଜେପି-ବିଜେଡି ପାଇଁ କଣ ରହିବ ଚ୍ୟାଲେଞ୍ଜ ? ଅଧିକ ପଢନ୍ତୁ

2024 General Election
2024 General Election
୨୦୨୪ ସାଧାରଣ ନିର୍ବାଚନ: ବିଜେପି-ବିଜେଡି ପାଇଁ କଣ ରହିବ ଚ୍ୟାଲେଞ୍ଜ ?

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବାବେଳେ ଏକପ୍ରକାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ବିଜେପି ଓ ବିଜେଡି ଦୁଇ ଦଳ ଭିତରେ ଲଢ଼େଇ ହେବ। କଂଗ୍ରେସ ପଛରେ ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି । ଆଜି ନୂଆବର୍ଷରେ ବିଜେପି ଏବଂ ବିଜେଡିର ନେତା ମନ୍ତ୍ରୀଙ୍କ ଘରେ ଶୁଭେଚ୍ଛୁଙ୍କର ସୁଅ ଛୁଟିଛି । ଏହାରି ଭିତରେ କଣ ରହିବ ଦୁଇ ରାଜନୈତିକ ଦଳର ନିର୍ବାଚନୀ ଚ୍ୟାଲେଞ୍ଜ ସେ ନେଇ ଉଭୟ ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ରଖିଛନ୍ତି ।

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, " ୨୦୨୪ରେ ବିଜେଡି ସରକାର ବ୍ୟବହାର କରୁଥିବା ସରକାରୀ କଳ, ବାହୁ ବଳ ଏବଂ ଅର୍ଥ ବଳକୁ ପ୍ରତିହତ କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । ବୁଥ ସ୍ତରରେ ସଂଗଠନ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । ଗତ ୩ ଦିନ ଧରି କେନ୍ଦ୍ରୀୟ ନେତୃତ୍ଵ ସହ ମାନସ ମନ୍ଥନ ପରେ ଦଳୀୟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କର୍ମୀଙ୍କ ମଧ୍ୟରେ ଉତ୍ସାହ ବହୁତ ବଢିଛି । ଖୁବ୍ କମ ଦିନ ନବୀନ ପଟ୍ଟନାୟକ ସରକାର ରହିବ ବୋଲି ଆଶା ।"

ଏହା ବି ପଢନ୍ତୁ- ନୂଆବର୍ଷରେ ସୁରଙ୍କ ନୂଆ ନାରା, "କଂଗ୍ରେସ କମିଙ୍ଗ୍"

ସେ ଆହୁରି କହିଛନ୍ତି, "ଜାନୁଆରୀ ୫ ତାରିଖରୁ ବିଜେପି ଆନ୍ଦୋଳନାତ୍ମକ, ସାଂଗଠନିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିବ । ବୁଥ, ମଣ୍ଡଳ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଲୋକ ବୁଝି ଗଲେଣି ଯେ କେନ୍ଦ୍ରୀୟ ଯୋଜନାରେ ସବୁ ଅନୁଦାନ ମିଳୁଛି । ଚାଉଳ ଆମେ ଦେଉଛୁ ବୋଲି ବିଜେଡ଼ି ସରକାର ଯାହା କହୁଥିଲା, ତାହା ଲୋକଙ୍କ ସାମ୍ନାରେ ଭୁଲ ପ୍ରମାଣିତ ହୋଇଛି । ତେଣୁ ଏବେ ନବୀନ ବାବୁଙ୍କ ଫଟୋ ଲଗାଇ ଚାଉଳ ଦେବେ ବୋଲି କହିଲେଣି ରାଜ୍ୟ ସରକାର । ଲୋକମାନେ ସବୁ ଜାଣି ସାରିଲେଣି । ଜନତା ୨୦୨୪ରେ ଠିକ୍ ଜାଗାରେ ଭୋଟ ଦେବେ।"

ସେପଟେ ଏ ନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, " ୨୦୨୪ ଚ୍ୟାଲେଞ୍ଜ ବିଜେଡି ପାଇଁ ଅଡ଼ୁଆ ହେବନି । ଆହ୍ଵାନ ସବୁବେଳେ ଆସିବ ଆମେ ତାକୁ ଅତିକ୍ରମ କରି କରି ଆସିଛୁ । ନିର୍ବାଚନ ପ୍ରତି ୫ବର୍ଷରେ ଥରେ ହେଉଛି । ଅନେକ ନିର୍ବାଚନ ଆସିଛି ଯାଇଛି । ଭୋଟ ହାର ବଢ଼ି ବଢ଼ି ଚାଲିଛି । ୨୪ ନିର୍ବାଚନରେ ବି ଜନ ସାଧାରଣଙ୍କର ନବୀନ ବାବୁଙ୍କ ନେତୃତ୍ବ ପ୍ରତି ଆସ୍ଥା ବିଶ୍ବାସ ଅଛି । ବିକାଶ କହିବା ଓ କରିବା ଭିତରେ ବହୁତ ଫରକ ଅଛି । ବିକାଶ ଦିନିକିଆ ନୁହେଁ କି ବିଜେଡି ୬ ମାସିଆ ଚଢ଼େଇ ନୁହେଁ । ଲୋକଙ୍କ ସାଙ୍ଗରେ ସବୁବେଳେ ରହିଛୁ । ବିଜେପି ଓ କଂଗ୍ରେସ ଦିଲ୍ଲୀ ନେତୃତ୍ବ ଏବେ ଓଡ଼ିଶାକୁ ଫୋକସ୍ କରିଛନ୍ତି ଆମର ସବୁବେଳେ ଫୋକସ । ଚାଲେଞ୍ଜ ହେବନି ଦଳୀୟ ବିଦ୍ରୋହ ।"

ଏହା ବି ପଢନ୍ତୁ- କୋଟିଏ ଘରେ ମୋଦିଙ୍କ ବାର୍ତ୍ତା ପହଞ୍ଚିଲେ ବି ସରକାର ଗଢିବେ ନବୀନ: ବିଜେଡି

ଦଳ ପ୍ରତି ଅଧିକ ସମର୍ଥନ ଥିବାରୁ ବେଶୀ ଆଶାୟୀ ହେବା ସ୍ଵାଭାବିକ । ବିଜେଡି ଶୃଙ୍ଖଳିତ ଦଳ ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ତାକୁ ସବୁ ମାନିବେ । ମୋଦିଙ୍କ ଲୋକପ୍ରିୟତା ବଢ଼ିଲେ ବି ରାଜ୍ୟରେ ନବୀନ ପ୍ରତି ଲୋକଙ୍କ ଭଲ ପାଇବା ବଢ଼ିଛି । ସାରା ଦେଶରେ ମୋଦି ଚେହେରା କାମ କରୁଥିବା ବେଳେ ଓଡ଼ିଶାରେ ତାହା ନାହିଁ ବୋଲି କହିଛନ୍ତି ଦେବୀ । ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, " ଯେତେବେଳେ ନିର୍ବାଚନ ଆସେ ବିଜେଡି ସମ୍ମୁଖୀନ ହୁଏ । ପଞ୍ଚାୟତ ନିର୍ବାଚନ କିମ୍ବା ମୁନିସିପାଲିଟି ନିର୍ବାଚନ ହେଉ ବିଜେଡି ସତ ପ୍ରତିଶତ ହାସଲ କରିଛି । ଓଡ଼ିଶାରେ ଲୋକମାନଙ୍କର ଗୋଟିଏ ଦଳ । ବିଜେଡି ସବୁବେଳେ ସବୁ ଚ୍ୟାଲେଞ୍ଜକୁ ମୁକାବିଲା କରି ଦଳ ଆଗକୁ ବଢିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.