ETV Bharat / state

OTP Scam: ମାଷ୍ଟରମାଇଣ୍ଡ ପଠାଣି ସାମନ୍ତଙ୍କୁ ଜେରା କଲା ପଶ୍ଚିମବଙ୍ଗ ପୋଲିସ

author img

By

Published : Jun 24, 2023, 10:13 AM IST

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତଙ୍କୁ ଜେରା କରିଛି ପଶ୍ଚିମବଙ୍ଗ ପୋଲିସ । ପ୍ରୀତମ କରର ରିମାଣ୍ଡ ଅବଧି ଶେଷ । ଅଧିକ ପଢନ୍ତୁ

otp sharing scam
otp sharing scam

ଭୁବନେଶ୍ବର: ଓଡ଼ିଶାରୁ ପାକିସ୍ତାନକୁ ସିମକାର୍ଡ ଓଟିପି ସେୟାର ମାମଲା । ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶା ଏସଟିଏଫ ଦ୍ବାରା ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ପଠାଣି ସାମନ୍ତଙ୍କୁ ଜେରା କରିଛି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗ କୋର୍ଟଙ୍କ ଅନୁମତି କ୍ରମେ ଭୁବନେଶ୍ଵର ଏସଡିଜେଏମ କୋର୍ଟଙ୍କ ଅନୁମତିରେ ଝାରପଡ଼ା ଜେଲରେ ପଶ୍ଚିମବଙ୍ଗର ଏକ ତିନିଜଣିଆ ଟିମ ପଚରାଉଚରା କରିଛନ୍ତି । ଓଟିପି ସେୟାର ଲିଙ୍କର ଖୋଳତାଡ କରିବା ସହ ପଠାଣି ସାମନ୍ତର ପଶ୍ଚିମବଙ୍ଗରେ କିଛି କନେକ୍ସନ ରହିଛି ନା ନାହିଁ ସେନେଇ ଛାନଭିନ କରିଥିଲା ପୋଲିସ । ପଠାଣି ସାମନ୍ତ ସିମକାର୍ଡ ଅପରେଟର ବା ସର୍ଭିସ ପ୍ରୋଭାଇଡରଙ୍କ ଯୋଗାଯୋଗରେ ଥିଲେ କି ସେନେଇ ମଧ୍ୟ ପଚରା ଉଚରା କରାଯାଇଥିଲା ।

ଅନ୍ୟପଟେ ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ପ୍ରୀତମ କର ଜେଲକୁ ଫେରିଛି । ଟେରର ଫଣ୍ଡିଂ ଲିଙ୍କ ନେଇ ଏସଟିଏଫ ଏଭିଯୁକ୍ତକୁ ପଚରାଉଚରା କରିଥିଲା । ଏହି ଦୁଇ ଦିନିଆ ରିମାଣ୍ଡରେ ଏସଟିଏଫ ହାତରେ ଅନେକ ତଥ୍ୟ ଲାଗିଛି । ଏପରିକି ପଠାଣି ସାମନ୍ତ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କ ଲିଙ୍କରେ ଥିଲା ପ୍ରୀତମ କର । ପ୍ରି ଆକ୍ଟିଭ ସିମ ଯୋଗାଇବା ନେଇ ମାଙ୍ଗାଲୋରର ଏକ ଅଟୋ ବୋମା ବିସ୍ଫୋରଣ ଘଟଣାରେ ମଧ୍ୟ ପୂର୍ବରୁ ପ୍ରିତମକୁ ପଚରା ଉଚରା କରିଥିଲା ଏନଆଇଏ । ତେବେ କ୍ରିପ୍ଟୋ କରେନ୍ସି ଜରିଆରେ ପ୍ରୀତମ କରିଥିବା ନିବେଶର ମଧ୍ୟ ୧କୋଟି ଟଙ୍କାର କାରବାର ହୋଇଥିବା ଜଣାପଡିଥିଲା ।

ପରେ ୪୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ପ୍ରୀତମ କର କାରବାର କରିଥିବା ଏସଟିଏଫ ଜାଣିବାକୁ ପାଇଛି । ତେବେ ସବୁଠୁ ବଡ଼ କଥା ପ୍ରୀତମ ନିରିହ ଗାଉଁଲି ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ ପିଛା ୩୦ ହଜାର‌ ଇନକମ କରୁଥିଲା ଅର୍ଥାତ ସିମକାର୍ଡ ନମ୍ବରରେ ପେଟିଏମ ଓ ୟୁପିଆଇ ଆଇଡି କରି ଏସବୁ ପଠାଉଥିଲା ଆଇଏସଆଇ ଏଜେଣ୍ଟଙ୍କୁ । ଯାହା ଜରିଆରେ ଟେରର ଫଣ୍ଡିଂର ହେଉଥିଲା କାରବାର । ଏଥିପାଇଁ ପ୍ରୀତମ ସାଜିଥିଲା ନିରିହ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ ଖୋଲିବାର ଦଲାଲ । ଯାହାର ସୁରାକ ପାଇଛି ଏସଟିଏଫ । ଏହା ପଛରେ ଆଉ କିଛି ମିଡିଲମ୍ୟାନଙ୍କ ସୁରାକ ଲାଗିଛି ଏସଟିଏଫ ହାତରେ, ଯା଼ହାକୁ ନେଇ ଏକ ବଡ଼ ଧରଣର ପ୍ଲାନିଂ ଆରମ୍ଭ କରିଛି ଏସଟିଏଫ ‌। ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ଘଟଣାରେ ଏଯାବତ ୫ଜଣଙ୍କୁ ଗିରଫ କରି ସାରିଛି ଏସଟିଏଫ । ଏବେବି ଅନେକଙ୍କ ଲିଷ୍ଟ ପ୍ରସ୍ତୁତ ହୋଇରହିଛି । ଏହି ଘଟଣାରେ ଆଉ କେତେ ଜଣ ଗିରଫ ହେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.