ETV Bharat / state

ଛତିଶଗଡ଼ ମୁହାଁ ସକ୍ରିୟ ଲଘୁଚାପ, ତିନି ଦିନ ଶୁଖିଲା ରହିବ ପାଗ - ତିନି ଦିନ ରାଜ୍ୟରେ ଶୁଖିଲା ରହିବ ପାଗ

ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପ l ଏହାର ପ୍ରଭାବରେ ଆଜିଠାରୁ କମିଛି ବର୍ଷା l ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ l ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Aug 19, 2023, 9:51 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ଆଜିଠୁ କମିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେଧୀରେ ଛତିଶଗଡ଼ ମୁହାଁ ହେଉଥିବାରୁ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାର ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଯାଏଁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ରାଜ୍ୟରେ ଆଜିଠୁ କମିବ ବର୍ଷା !

ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପ l ଏହାର ପ୍ରଭାବରେ ଆଜିଠାରୁ କମିଛି ବର୍ଷା l ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ l ଆଗାମୀ ୩ ଦିନ ଧରି ଅର୍ଥାତ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ l ଅନ୍ୟପଟେ ୨୩ରେ ବର୍ଷାର ପରିମାଣ ବଢ଼ିବ । ଉତ୍ତର ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହାର ପ୍ରଭାବରେ ବିସ୍ତୃତି ବର୍ଷା ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ କେଉଁ ସ୍ଥାନରେ ସୃଷ୍ଟି ହେବ ତାହା ଦେଖିବା ପରେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଆକଳନ କରିହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Utarakhanda: ଜଳ ତାଣ୍ଡବରେ ଛାରଖାର ଦେବଭୂମି, ଦେଖନ୍ତୁ ଭିଡିଓ

ଗତ ୨୪ ଘଣ୍ଟା ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି l କିଛି ସ୍ଥାନରେ ଅଧିକ ପରିମାଣ ବର୍ଷା ମଧ୍ୟ ହୋଇଛି l ଯାଜପୁର ସୁକିନ୍ଦା ଠାରେ ସର୍ବାଧିକ ୯୮.୨ ମିମି ବର୍ଷା ରେକର୍ଡ କରାଯାଇଛି l ସେପଟେ ଜୁନ ୧ ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵାଭାବିକ ବର୍ଷା ତୁଳନାରେ ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସ୍ଵାଭାବିକ ବର୍ଷା ତୁଳନାରେ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର । ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୧୯ ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.