ETV Bharat / state

ଏକାକୀ ନିର୍ବାଚନ ଲଢି ଅଧିକ ଲୋକସଭା ଓ ବିଧାନସଭା ସିଟ ଜିତିବୁ: ସୁଶାନ୍ତ

author img

By

Published : Aug 3, 2023, 9:43 PM IST

ଓଡ଼ିଶାରେ ବିଜେଡି ଏକାକୀ 3 ଥର ନିର୍ବାଚନ ବଡ଼ ବ୍ୟବଧାନରେ ଜିତିଛି । 2009, 2014, 2019ରେ ଏକକ ସରକାର ଗଢିଛୁ । ଓଡ଼ିଶାରେ ମେଣ୍ଟର ଆବଶ୍ୟକତା ନାହିଁ । ଦେଶରେ ଏବେ ଇଣ୍ଡିଆ ଓ ଏନଡିଏ ଦୁଇଟି ସଂଗଠନ ରହିଛି । ଏନଡିଏ ଭୋଟ 62 ପ୍ରତିଶତ ଓ ଇଣ୍ଡିଆର 32 ପ୍ରତିଶତ ରହିଛି । ବିଜେଡି ଉଭୟଙ୍କ ଠାରୁ ସମଦୁରତ ରଖିଛି । ଅଧିକ ପଢନ୍ତୁ

ଏକାକୀ ନିର୍ବାଚନ ଲଢି ଅଧିକ ଲୋକସଭା ଓ ବିଧାନସଭା ସିଟ ଜିତିବୁ : ସୁଶାନ୍ତ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ । ଭୁବନେଶ୍ବରରେ ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ଅମିତ । ଦିଲ୍ଲୀ ଅଧ୍ୟାଦେଶ ଓ ଅନାସ୍ଥା ପ୍ରସଙ୍ଗରେ ବିଜେଡିର ସମର୍ଥନ ପରେ ଅମତିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି ।

ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ଅଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ଆସିପାରନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି । ଓଡ଼ିଶାରେ ମାଓବାଦୀଙ୍କ ପ୍ରଭାବ ଧୀରେଧୀରେ କମିବାରେ ଲାଗିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜୁ ଜନତା ଦଳର ସଂଗଠନ ସୁଦୃଢ ଅଛି । ନିଜ ନିଜର ରାଜନୈତିକ ଏଜେଣ୍ଡା ପ୍ରତ୍ୟେକ ଦଳ ପ୍ରସ୍ତୁତ କରିବେ ।

ଏହାବି ପଢନ୍ତୁ- 2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା: ସୁଶାନ୍ତ ସିଂ

ଓଡ଼ିଶାରେ ବିଜେଡି ଏକାକୀ 3 ଥର ନିର୍ବାଚନ ବଡ଼ ବ୍ୟବଧାନରେ ଜିତିଛି । 2009, 2014, 2019ରେ ଏକକ ସରକାର ଗଢିଛୁ । ଓଡ଼ିଶାରେ ମେଣ୍ଟର ଆବଶ୍ୟକତା ନାହିଁ । ଦେଶରେ ଏବେ ଇଣ୍ଡିଆ ଓ ଏନଡିଏ ଦୁଇଟି ସଂଗଠନ ରହିଛି । ଏନଡିଏ ଭୋଟ 62 ପ୍ରତିଶତ ଓ ଇଣ୍ଡିଆର 32 ପ୍ରତିଶତ ରହିଛି । ବିଜେଡି ଉଭୟଙ୍କ ଠାରୁ ସମଦୁରତ ରଖିଛି । 2004ରୁ 2014ରେ କଂଗ୍ରେସକୁ ବିଜେଡି କିଛି କ୍ଷେତ୍ରରେ ବିରୋଧ ଓ ଆଉ କିଛି ସମର୍ଥନ ଦେଉଥିଲେ । ବିଜୁ ଜନତା ଦଳର ଶକ୍ତି ପ୍ରବଳ । ଏକା ନିର୍ବାଚନ ଲଢ଼ି ଜିତିପାରିବ । ଆମର ମେଣ୍ଟ ହେବ ବୋଲି ଭାବୁନାହିଁ । ଏକାକୀ ଅଧିକ ଲୋକସଭା ଓ ବିଧାନସଭା ସିଟ ମଧ୍ୟ ଜିତିବ ।

ବିଜେପି ନିଜର ସ୍ଥିତି ଓ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ସହିତ ଯୋଗାଯୋଗ କରୁଛନ୍ତି । ଏଉପରେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ । ଆଗକୁ ଚିତ୍ର ସ୍ପଷ୍ଟ ହେବ । ଗଲା ଥର ବିଜେପି 120 ପ୍ଲସ କହିଥିଲେ । କେତେ ସିଟ ପାଇଲେ ତାହା ସମସ୍ତେ ଜାଣିଛନ୍ତି । ଏଠାରେ ଜନସାଧାରଣ ବାରମ୍ବାର ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରି ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଓ ପ୍ରଗତି ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚିଛି । 1980 ଦଶକରେ ଲୋକ ଖାଇବାକୁ ପାଉନଥିଲେ । 2000 ମସିହା ପରେ ଏହି ସ୍ଥିତିରୁ ବହୁତ ଉପରକୁ ରାଜ୍ୟ ଆସିସାରିଛି । ରାଜ୍ୟର ଆର୍ଥିକ ପରିଚାଳନାକୁ ପ୍ରଶଂସା ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.