ETV Bharat / state

SIT ତଦନ୍ତ ଉପରେ ଭରସା ନାହିଁ: ଭୃଗୁ ବକ୍ସିପାତ୍ର - ପରୀ ରଥ ମାଧ୍ୟମରେ ପଦଯାତ୍ରା

ପରୀକୁ ନ୍ୟାୟ ଦେବାପାଇଁ ପରୀ ରଥ ମାଧ୍ୟମରେ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବ ବିଜେପି । ଅଧିକ ପଢନ୍ତୁ...

ଏସଆଇଟି ତଦନ୍ତ ଉପରେ ଭରସା ନାହିଁ: ଭୃଗୁ ବକ୍ସିପାତ୍ର

author img

By

Published : Dec 18, 2020, 4:29 PM IST

ଖୋର୍ଦ୍ଧା: କୁନି ଝିଅ ପରି ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ବିଜେପିର ମୁଖ୍ୟ ପ୍ରସଙ୍ଗ ରହିଥିବା ବେଳେ ପରୀକୁ ନ୍ୟାୟ ଦେବାପାଇଁ ପରୀ ରଥ ମାଧ୍ୟମରେ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।

ଏସଆଇଟି ତଦନ୍ତ ଉପରେ ଭରସା ନାହିଁ: ଭୃଗୁ ବକ୍ସିପାତ୍ର

ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ଏସଆଇଟି ପ୍ରଦାନ କରିଥିବା ବେଳେ ଏହାକୁ ବିଜେପି ଭରସା କରିନି । ସେହିପରି ପରୀ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ଭୃଗୁ ।

ସେହିପରି ପରୀ ରଥ ଆସନ୍ତା 20 ତାରିଖରେ ଭୁବନେଶ୍ୱରରୁ ବାହାରି ଜଟଣୀ, ଖୋର୍ଦ୍ଧା, ବେଗୁନିଆ, ବୋଲଗଡ଼ ଦେଇ 24 ତାରିଖରେ ପରୀ ଗାଁରେ ପହଞ୍ଚିବ । ଏହି ଯାତ୍ରାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ତୁଙ୍ଗ ନେତା ଯୋଗଦେବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.