ETV Bharat / state

ଐତିହ୍ୟ ନଗରୀର ଭବିଷ୍ୟତ ଦୟା ନଦୀର ସୁରକ୍ଷା ସହିତ ଜଡିତ: ମନ୍ତ୍ରୀ

author img

By ETV Bharat Odisha Team

Published : Dec 8, 2023, 9:30 PM IST

Wastewater Treatment Plant: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, 5T ଅଧକ୍ଷ ଭି କେ ପାଣ୍ଡିଆନଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଯାହା ନିଷ୍ପତି ନିଆଯାଇଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ । ଐତିହ୍ୟ ନଗରୀ ରାଜଧାନୀ ଭୁବନେଶ୍ବର ଓ ଏକାମ୍ର କ୍ଷେତ୍ରର ଭବିଷ୍ୟତ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଜଡିତ । ଉଭୟ ଦୟା ନଦୀ ଯାହା ମହାନଦୀ ଡେଲଟାର ଏହା ଅଂଶ ବିଶେଷ । ଅଧିକ ପଢନ୍ତୁ

ଐତିହ ନଗରୀର ଭବିଷ୍ୟତ ଦୟା ନଦୀର ସୁରକ୍ଷା ସହିତ ଜଡିତ : ମନ୍ତ୍ରୀ

ଭୁବନେଶ୍ବର: କର୍ମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ସହରିକରଣ ଚାପ ଯୋଗୁଁ ପ୍ରଦୂଷିତ ହୋଇଛି ଗାଙ୍ଗୁଆ ନାଳ ଓ ଦୟା ନଦୀ । ଉଭୟକୁ ପ୍ରଦୂଷଣ ମୁକ୍ତ ଓ ସୁରକ୍ଷା ଐତିହ୍ୟ ନଗରୀ ଭୁବନେଶ୍ବରର ଭବିଷ୍ୟତ ସହିତ ଜଡିତ । ଏହା କହିଛନ୍ତି ଭୁବନେଶ୍ବର ଏକାମ୍ର ବିଧାୟକ ତଥା ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସେହିପରି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୟା ନଦୀକୁ ବିଶୁଦ୍ଧ, ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ବାଗତ କରିଛନ୍ତି ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, 5T ଅଧକ୍ଷ ଭି କେ ପାଣ୍ଡିଆନଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଯାହା ନିଷ୍ପତି ନିଆଯାଇଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ । ଐତିହ୍ୟ ନଗରୀ ରାଜଧାନୀ ଭୁବନେଶ୍ବର ଓ ଏକାମ୍ର କ୍ଷେତ୍ରର ଭବିଷ୍ୟତ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଜଡିତ । ଉଭୟ ଦୟା ନଦୀ ଯାହା ମହାନଦୀ ଡେଲଟାର ଏହା ଅଂଶ ବିଶେଷ । ଏହା ଇତିହାସ ପ୍ରସିଦ୍ଧ, ଯାହା କୋଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା । ଗଙ୍ଗୁଆ ନଦୀ ଯାହା ଜଟଣୀ ଅଞ୍ଚଳରେ ଦୟା ନଦୀ ସହ ମିଶିଛି । ଗଙ୍ଗୁଆରେ ଥିବା ପ୍ରାକୃତିକ ନଳା ସହରର ଅନେକ ଆବର୍ଜନା ଓ ବର୍ଜ୍ୟବସ୍ତୁ ଦ୍ବାରା ପ୍ରଦୂଷିତ ହୋଇଯାଇଛି । ଏହି ବିଶୋଧନ ପ୍ଲାଣ୍ଟ ଦ୍ବାରା ଦୟା ନଦୀକୁ ପ୍ରଦୂଷଣରୁ ରକ୍ଷା କରିବ । ଭବିଷ୍ୟତରେ ଗଙ୍ଗୁଆ ମଧ୍ୟ ଜୀବିତ ହୋଇଉଠିବ । ରାଜଧାନୀ ଭୁବନେଶ୍ବର ମଧ୍ୟରେ ଥିବା 9ଟି ପ୍ରାକୃତିକ ନଳାକୁ ନେଇ ଗୋଟିଏ ମାଷ୍ଟର ପ୍ଲାନ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି । ଏକ ସଂସ୍ଥା ଡିପିଆର ପ୍ରସ୍ତୁତ କରିଥିଲା । ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଅଧିକ ପଢନ୍ତୁ- ଦୟା ଜଳ ବିଶୁଦ୍ଧ ରଖିବାକୁ ପଦକ୍ଷେପ: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ 5T ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିଷ୍ପତ୍ତିରେ ଦୟା ନଦୀ ଓ ଗଙ୍ଗୁଆକୁ ପ୍ରଦୂଷଣରୁ ରକ୍ଷା କରିବ । ଦୟାର ଉପର ମୁଣ୍ଡ ଅପେକ୍ଷା କାକୁଡ଼ିଆ ବ୍ରିଜ ପରଠାରୁ ଯେଉଁଠାରେ ଗଙ୍ଗୁଆ ମିଶିଛି, ସେହି ସ୍ଥାନରେ ପ୍ରଦୂଷଣ ମାତ୍ରା ଅଧିକ । ସେହିପରି ମନ୍ତ୍ରୀ ଆଉ ଏକ ପ୍ରସ୍ତାବ ରଖିଛନ୍ତି । ହାଇଟେକ ମେଡ଼ିକାଲ କଲେଜ ପାଖରେ ଗୋଟେ ଇଣ୍ଟିଗ୍ରେଟେଡ ଷ୍ଟୋରେଜ ଷ୍ଟ୍ରକଚର କୁଆଖାଇ ନଦୀରେ ହେଉଛି । ରାଜଧାନୀ ଭୁବନେଶ୍ବରକୁ ପିଇବା ପାଣି ଚାହିଦା ମେଣ୍ଟାଇବା, ଭୂତଳ ଜଳସ୍ତର ବୃଦ୍ଧି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ସେଠାରେ ଜଳ ଆବଦ୍ଧ ହୋଇ ରହିବ । ଉତ୍ତର ଓ ଏକାମ୍ର ଭୁବନେଶ୍ବର ପାଇଁ ଏହା ଉପଯୋଗୀ ହେବ । ଯଦି ସେହି ବ୍ୟାରେଜରୁ ଗୋଟେ କେନାଲ କରାଯାଇ ପାଣ୍ଡରା ପାଖରେ ଗାଙ୍ଗୁଆ ସହିତ ଯୋଡ଼ା ଯାଏ, ତେବେ ଖରାପ ପାଇଁ ଫ୍ଲସ ଆଉଟ ହେବ । ତାହା ସହିତ ଦୟା ୱେଷ୍ଟ କେନାଲକୁ ଯଦି ଜୋଡା ଯାଇପାରନ୍ତା ସେଇଟା ମଧ୍ୟ ଫ୍ଲସ ଆଉଟ ହୋଇପାରିବ । କର୍ମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ସହରିକରଣ ଚାପ ମୁକ୍ତ କରିବାରେ ଏହା ସହାୟକ ହେବ ।

5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଏମସି ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ବେରେଜ ଲାଇନ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ସବୁ ଘର ଯେପରି ସ୍ବେରେଜ ଲାଇନ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ହୋଇଛି । ବସ୍ତି ଓ ସହରର ସବୁ ଅଞ୍ଚଳ ସ୍ବେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ କରିବାକୁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟକୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.