ETV Bharat / state

ଭୋଟର ତାଲିକା ସଂଶୋଧନ ଅଭିଯାନ ୨୦୨୪, ସଚେତନତା ଲକ୍ଷ୍ୟରେ ଅକ୍ଟୋବର ୨୭ରୁ ‘ପଥ ଉତ୍ସବ’ - ଖୋର୍ଦ୍ଧାରେ ଭୋଟର ତାଳିକା ସଂଶୋଧନ

ଯୁବ ତଥା ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏବଂ ଏ ବାବଦରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପେଣ୍ଟିଂ, ରଙ୍ଗୋଲି, ଝୋଟି, ସ୍କେଟିଂ, କୁଇଜ ଏବଂ ଦସ୍ତଖତ ଅଭିଯାନର ଆୟୋଜନ କରାଯିବ । ଅଧିକ ପଢନ୍ତୁ

ଭୋଟର ତାଲିକା ସଂଶୋଧନ ଅଭିଯାନ ୨୦୨୪; ସଚେତନତା ଲକ୍ଷ୍ୟରେ ଅକ୍ଟୋବର ୨୭ରୁ ‘ପଥ ଉତ୍ସବ’
ଭୋଟର ତାଲିକା ସଂଶୋଧନ ଅଭିଯାନ ୨୦୨୪; ସଚେତନଭୋଟର ତାଲିକା ସଂଶୋଧନ ଅଭିଯାନ ୨୦୨୪; ସଚେତନତା ଲକ୍ଷ୍ୟରେ ଅକ୍ଟୋବର ୨୭ରୁ ‘ପଥ ଉତ୍ସବ’ତା ଲକ୍ଷ୍ୟରେ ଅକ୍ଟୋବର ୨୭ରୁ ‘ପଥ ଉତ୍ସବ’
author img

By ETV Bharat Odisha Team

Published : Oct 17, 2023, 10:56 PM IST

ଭୁବନେଶ୍ବର: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ ଚଳିତ ମାସ ୨୭ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ‘ପଥ ଉତ୍ସବ’ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି ।

ଯୁବ ତଥା ନୂତନ ଭୋଟରମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏବଂ ଏ ବାବଦରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପେଣ୍ଟିଂ, ରଙ୍ଗୋଲି, ଝୋଟି, ସ୍କେଟିଂ, କୁଇଜ ଏବଂ ଦସ୍ତଖତ ଅଭିଯାନର ଆୟୋଜନ କରାଯିବ । ଏଥିରେ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସାଧାରଣ ଜନତା, ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିବେ । ଏଥି ସହ ମୋବାଇଲ ଆପ ମାଧ୍ୟମରେ ଭୋଟର ପଂଜୀକରଣ ନିମନ୍ତେ ଯୁବକ ଯୁବତୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇବା ନିମନ୍ତେ ସହାୟତା କେନ୍ଦ୍ରର ବ୍ୟବସ୍ଥା କରାଯିବ ।

ଅଧିକ ପଢନ୍ତୁ- ସଂଶୋଧନ ଭୋଟର ତାଲିକାର କାର୍ଯ୍ୟକାରୀ ଆରମ୍ଭ

ଏଥି ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟଜଳ, ଆମ୍ବୁଲାନ୍ସ, ଅଗ୍ନିଶମ, ଟ୍ରାଫିକ ପରିଚାଳନା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ମଧୁସୂଦନ ବେହେରା, ଅତିରିକ୍ତ ଡିସିପି ତରୁଣ କୁମାର ଦାସ, ଟ୍ରାଫିକ ଏସିପି ଜୟନ୍ତ କୁମାର ଦୋରା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, କ୍ରୀଡ଼ା ଅଧିକାରୀ ଅଜୟ କୁମାର ବେହେରା, ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.