ETV Bharat / state

ବିଜେଡି-ବିଜେପିର ପଲିଟିକାଲ ଏଜେଣ୍ଟ ହେଉଛନ୍ତି ମିଷ୍ଟର ପାଣ୍ଡିଆନ: PCC ସଭାପତି

author img

By ETV Bharat Odisha Team

Published : Oct 24, 2023, 5:39 PM IST

ଆଜି କଂଗ୍ରେସ ଭବନରେ ପ୍ରେସମିଟ କରି ପିସିସି ସଭାତି ଶରତ ପଟ୍ଟନାୟକ କହିଛନ୍ତି, ‘‘ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡଯନ୍ତ୍ର। ପାଣ୍ଡିଆନଙ୍କ ଇସ୍ତଫାରୁ ସ୍ପଷ୍ଟ ବିଜେପି ଓ ବିଜେଡି ଏକ। ସେଥିପାଇଁ ୩ ଦିନ ଭିତରେ ଇସ୍ତଫାକୁ ମଞ୍ଜୁର ଦେଇଦେଲା କେନ୍ଦ୍ର। ପାଣ୍ଡିଆନ ବିଜେପି ଓ ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ ଆଗାମୀ ନିର୍ବାଚନରେ। ତେଣୁ ରାଜ୍ୟରେ ବିକଳ୍ପ ହେଉଛି କଂଗ୍ରେସ । ୫T ହେଉଛି ଅନ୍ୟାୟ ପୂର୍ଣ୍ଣ ବ୍ୟବସ୍ଥା ।" ଅଧିକ ପଢନ୍ତୁ

ବିଜେଡି ବିଜେପିର ପଲିଟିକାଲ ଏଜେଣ୍ଟ ହେଉଛନ୍ତି ମିଷ୍ଟର ପାଣ୍ଡିଆନ: PCC ସଭାପତି

ଭୁବନେଶ୍ବର: ମିଷ୍ଟର ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡଯନ୍ତ୍ର। ବିଜେପି ଏବଂ ବିଜେଡି ଏକ। ସେଥିପାଇଁ ୩ ଦିନ ଭିତରେ ଇସ୍ତଫାକୁ ଗ୍ରହଣ କଲା କେନ୍ଦ୍ର। ପାଣ୍ଡିଆନ ବିଜେପି ଓ ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ। ଏପରି ସ୍ଥିତିରେ ରାଜ୍ୟରେ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ। ୫T ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ପରେ ପ୍ରେସମିଟ କରି ଏଭଳି ଆଟାକ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଆଜି କଂଗ୍ରେସ ଭବନରେ ପ୍ରେସମିଟ କରି ପିସିସି ସଭାତି ଶରତ ପଟ୍ଟନାୟକ କହିଛନ୍ତି, ‘‘ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡଯନ୍ତ୍ର। ପାଣ୍ଡିଆନଙ୍କ ଇସ୍ତଫାରୁ ସ୍ପଷ୍ଟ ବିଜେପି ଓ ବିଜେଡି ଏକ। ସେଥିପାଇଁ ୩ ଦିନ ଭିତରେ ଇସ୍ତଫାକୁ ମଞ୍ଜୁର ଦେଇଦେଲା କେନ୍ଦ୍ର। ପାଣ୍ଡିଆନ ବିଜେପି ଓ ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ ଆଗାମୀ ନିର୍ବାଚନରେ। ତେଣୁ ରାଜ୍ୟରେ ବିକଳ୍ପ ହେଉଛି କଂଗ୍ରେସ । ୫T ହେଉଛି ଅନ୍ୟାୟ ପୂର୍ଣ୍ଣ ବ୍ୟବସ୍ଥା। ବୟସ ଦୃଷ୍ଟିରୁ ନବୀନ ସବୁ ଆଡେ ଯାଇ ପାରୁନାହାନ୍ତି। ଏପରି ସ୍ଥିତିରେ ନବୀନ ଏବେ ଓଡିଶାକୁ ପୁଣି ଥରେ ଲିଜରେ ଦେବାକୁ ବସିଛନ୍ତି। ଦୁଇଟି ପଦବୀରେ ପାଣ୍ଡିଆନଙ୍କୁ ବସାଇ ନବୀନ ଓଡିଶା ପାଇଁ ଆସିଥିବା 4ହଜାର କୋଟି ଟଙ୍କାକୁ ନିର୍ବାଚନରେ କିଣା ବିକା କରିବାକୁ ସୁଚିନ୍ତିତ ଯୋଜନା ହୋଇଛି ।’’

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ପିସିସି ସଭାପତି ଶରତ ପଟ୍ଟନାୟକ ଆହୁରି କହିଛନ୍ତି ଓଡିଆ ଭାଇ ମାନେ ଠିକ ସମୟରେ ଠିକ ଜବାବ ଦେବେ। ଓଡିଆ ଭାଇ ଓଡିଶାକୁ ଶାସନ କରନ୍ତୁ। ଓଡିଶାର ଶାସନ ଭାରକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇ ପାରିବନି। ପାଣ୍ଡିଆନଙ୍କ ଉପରେ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି।

ଅଧିକ ପଢନ୍ତୁ- VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ସୂଚନାଯୋଗ୍ୟ ଯେ, ଗତକାଲି 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଆଇଏଏସ ପାଣ୍ଡିଆନ ଅକ୍ଟୋବର ୨୦ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପାଣ୍ଡିଆନଙ୍କ ଇସ୍ତଫା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଥିବା ବେଳେ ତାଙ୍କର ରାଜନୀତିରେ ପ୍ରବେଶ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.