ETV Bharat / state

ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ - ଭି କେ ପାଣ୍ଡିଆନ

ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି । ନବୀନ ଓଡିଶା ଓ 5T ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ଭି କେ ପାଣ୍ଡିଆନ । ଅଧିକ ପଢନ୍ତୁ

vk pandian appointed as chairman of 5t
ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ
author img

By ETV Bharat Odisha Team

Published : Oct 24, 2023, 9:44 AM IST

Updated : Oct 24, 2023, 9:57 AM IST

ଭୁବନେଶ୍ବର: ସ୍ବେଚ୍ଛାକୃତ ଅବସର ନେବାର 24 ଘଣ୍ଟା ନ ପୁରୁଣୁ ଭି.କେ ପାଣ୍ଡିଆନଙ୍କୁ ନୂଆ ଦାୟିତ୍ବ ମିଳିଛି । ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି । VRS ପରେ ପାଣ୍ଡିଆନକୁ ଚେୟାରମ୍ୟାନ ନିଯୁକ୍ତି ମିଳିଛି । ନବୀନ ଓଡ଼ିଶା ଓ 5T ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ଭି କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ପାଣ୍ଡିଆନ । ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ଭି.କେ ପାଣ୍ଡିଆନ । VRS ନେବା ପରେ ପାଣ୍ଡିଆନ ସିଧା ସଳଖ ରାଜନୀତିକୁ ଓହ୍ଲାଇବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ
ଭି.କେ ପାଣ୍ଡିଆନକୁ ନୂଆ ଦାୟିତ୍ବ

ତାମିଲନାଡୁର ମୂଳ ବାସିନ୍ଦା ଭି କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ ବ୍ୟାଚର ଓଡିଶା କ୍ଯାଡର IAS ଅଫିସର । ସୋନପୁର, ମୟୁରଭଞ୍ଜ, ଢେଙ୍କାନାଳ ଉପଜିଲ୍ଲାପାଳ ପରେ ଗଞ୍ଜାମ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରିଛନ୍ତି । 2005 ରୁ 2007 ଯାଏଁ ମୟୁରଭଞ୍ଜ, 2007 ରୁ 2011 ଯାଏଁ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭିକେ ପାଣ୍ଡିଆନ, ୨୦୧୯ ମସିହାରୁ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ରାଜ୍ୟରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଚର୍ଚ୍ଚାରେ ଥିଲେ ଭିକେ ପାଣ୍ଡିଆନ ।

ଏହା ବି ପଢନ୍ତୁ...VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ଏହା ବି ପଢନ୍ତୁ...VK Pandian Takes VRS: କୋରାପୁଟ ସାଂସଦଙ୍କ କଟାକ୍ଷ, କହିଲେ ସୁପରଫାଷ୍ଟ୍‌ ପାଣ୍ଡିଆନ

ପ୍ରକାଶ ଥାଉ କି, ଗତକାଲି (ସୋମବାର) 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହା ପରେ ଓଡିଶା ରାଜନୀତିରେ ହଇଚଇ ଖେଳାଯାଇଥିଲା । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଥିଲେ । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସରର ନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ ।

ଭିଆରଏସ ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନକୁ ଅନୁମୋଦନ ଦିଆଯାଇଥିବା ନେଇ ଜଣାଇଥିଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଞ୍ଜୁର ନେଇ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ କେନ୍ଦ୍ର । ଗତ ଅକ୍ଟୋବର 20ତାରିଖରେ VRS ପାଇଁ ଆବେଦନ କରିଥିଲେ ପାଣ୍ଡିଆନ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ପରେ ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Last Updated : Oct 24, 2023, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.