କଟକ: ଏଣିକି ଭିଣ୍ଟେଜ ଗାଡ଼ି ଗୁଡ଼ିକ ମଧ୍ୟ ଅନ୍ୟ ଗାଡ଼ି ଭଳି ରାସ୍ତାରେ ଚାଲିପାରିବ । ପୁରୁଣା ଗାଡ଼ି ଗୁଡ଼ିକୁ ବ୍ୟବହାର କରିବା ନେଇ କେନ୍ଦ୍ର ସରକାରଙ୍କ ସଂଶୋଧିତ ଆଇନକୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ, ଭିଣ୍ଟେଜ ଗାଡ଼ି ଗୁଡ଼ିକ ପାଇଁ ସ୍ବତନ୍ତ୍ର ଭାବେ ନମ୍ବର ଭିଣ୍ଟେଜ ନମ୍ବରର ବ୍ୟବସ୍ଥା କରାଯିବ ଏବଂ ପଞ୍ଜିକରଣ ଅବଧୀ 10 ବର୍ଷ ପର୍ଯ୍ୟନ୍ତ ରହିବ ।
ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି
ସେପଟେ ଏହି ନୂଆ ନିୟମକୁ ନେଇ ଖୁସି ପ୍ରକାଶ କରିଛନ୍ତି ଭିଣ୍ଟେଜ ଗାଡ଼ି ମାଲିକ । ବିଶେଷ ଖୁସି ବ୍ୟକ୍ତ କରିଛନ୍ତି 8ଟି ଭିଣ୍ଟେଜ ଗାଡ଼ି ରଖିଥିବା କଟକ ବାସିନ୍ଦା ଆଲୋକ ମହାନ୍ତି । ଭିଣ୍ଟେଜ ଗାଡ଼ି ଗୁଡ଼ିକୁ ସ୍ବତନ୍ତ୍ର ଭାବେ ଭିଣ୍ଟେଜ ନମ୍ବର ଓ ନମ୍ବର ପ୍ଲେଟ ମିଳିବାକୁ ଯାଉଥିବାରୁ ଏହାକୁ ନେଇ ସେ ଖୁସି ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ, " 8ଟି ପୁରୁଣା ଗାଡି ରଖିଛି। ଯେଉଁଥିରେ ରହିଛି ଅସ୍ଟିନ, ଫର୍ଡ, ବୁଲେଟ, ଯାହା 50 ବର୍ଷରୁ ଉର୍ଦ୍ଧ୍ବ ସମୟର । ତେବେ ପୁନଃ ରେଜିଷ୍ଟ୍ରେସନ କରି ଗାଡ଼ି ଚଳାଇବାକୁ ଅନୁମତି ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । " ଏହି ଗାଡି ଗୁଡିକୁ ପୁନଃ ଚାଳିତ ଯୋଜନା ଭିଣ୍ଟେଜ ଗାଡି ମାଲିକଙ୍କୁ ଆଶ୍ବସ୍ତି ଦେଇଛି । ଆଗାମୀ ଦିନରେ ସମସ୍ତ ନିୟମ ଅନୁସାରେ ଗାଡିର ନମ୍ବର ପ୍ଲେଟଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ପରବହନ ନିୟମ ଆଧାରରେ କରାଯିବ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କଙ୍ଗାରୁ କୋର୍ଟରେ ଜୁଲୁମ, ପୀଡ଼ିତାଙ୍କ ପରିବାରକୁ ଖୁଣ୍ଟରେ ବାନ୍ଧି ନିର୍ଯାତନା !
ଭିଣ୍ଟେଜ ଯାନ ଗୁଡ଼ିକର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH) ମୋଟର ଯାନ ଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟା ପାଇଁ CVM ନିୟମ, 1989 ଅନୁଯାୟୀ ବ୍ୟବସ୍ଥା କରିଛି । ନୂତନ ଯାଞ୍ଚ ଅନୁଯାୟୀ ନୂଆ ସାର୍ଟିଫିକେଟ ପାଇଁ 20 ହଜାର ଟଙ୍କା ଖର୍ଚ୍ଚ ହେବ । ଏହା 10 ବର୍ଷ ପାଇଁ ବୈଧ ରହିବ । ପରବର୍ତ୍ତୀ ସମୟରେ ପଞ୍ଜିକରଣ ନବୀକରଣ ପାଇଁ ପ୍ରାୟ 5 ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାର ବୈଧତା 5 ବର୍ଷ ଯାଏ ବୃଦ୍ଧି ପାଇବ । ତେବେ ଏହା କେବଳ ପ୍ରଦର୍ଶନୀ ଓ ରାଲି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ।
ଇଟିଭି ଭାରତ, କଟକ